Husband Kill Wife: ପତ୍ନୀଙ୍କୁ ମାରି ରଚିଥିଲା ଲୁଟ୍ର ମିଛ କାହାଣୀ..
ଅଜୟ ନିଶାଗ୍ରସ୍ତ ଥିଲା। ନିଇତି ମଦ ପିଉଥିବାରୁ ଏହାକୁ ନେଇ ମଞ୍ଜୁ ଆପତ୍ତି କରନ୍ତି ଓ ଏହାକୁ ନେଇ ଉଭୟଙ୍କ ଭିତରେ ଝଗଡ଼ା ହୁଏ। ଆଉ ଏଥିରେ ଉତକ୍ଷିପ୍ତ ହୋଇ ପତ୍ନୀଙ୍କୁ ହତ୍ୟା କରିଦେଲା ଅଜୟ।

ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଝଗଡ଼ାରୁ ପତ୍ନୀଙ୍କୁ ପିଟି ପିଟି ମାରିଦେଲା ସ୍ୱାମୀ। ମର୍ଡର ପରେ ଏହାକୁ ଅନ୍ୟ ରୂପ ଦେବାକୁ ପ୍ରୟାସ କରିଥିଲା ସ୍ୱାମୀ। କିନ୍ତୁ ପୁଲିସ ଖୋଲିଦେଲା ପୋଲ୍। ପୁଲିସକୁ ଭୂଆଁ ବୁଲାଇଥିଲା ଯେ, ଲୁଟ୍ ଉଦ୍ଦେଶ୍ୟରେ ଘରେ ପଶିଥିବା ମୁଖାଧାରୀ ଅଜଣା ଦୃର୍ବୃତ୍ତ ପତ୍ନୀଙ୍କୁ ମାରିଦେଲେ। ହେଲେ ଏ ମିଛ କାହାଣୀ ଉପରୁ ପରଦା ଉଠାଇବାରେ ସକ୍ଷମ ହେଲା ପୁଲିସ। ୟୁପି ପ୍ରତାପଗଡ଼ର କତନପୁର ଥାନା ଅନ୍ତର୍ଗତ ସ୍ଥାନୀୟ ବଜାରରେ ଏଭଳି ଘଟଣା ଘଟିଛି। ଟାଇନି ବ୍ୟାଙ୍କର ମ୍ୟାନେଜର ମଞ୍ଜୁ ଯାଦବଙ୍କୁ ତାଙ୍କ ସ୍ୱାମୀ ନିର୍ମମ ହତ୍ୟା କରିଛି। ମଞ୍ଜୁଙ୍କ ରକ୍ତ ଜୁଡ଼ୁବୁଡୁ ଶରୀର ଖଟ ଉପରେ ପଡ଼ିଥିଲା। ମଞ୍ଜୁଙ୍କ ସ୍ୱାମୀ ଅଜୟ ଯାଦବ ପେଶାରେ ଫାର୍ମାସିଷ୍ଟ। ଆଉ ଘର ପାଖରେ ହିଁ ତାଙ୍କର ଔଷଧ ଦୋକାନ। ପୁଲିସ ତଦନ୍ତରେ ପ୍ରାରମ୍ଭରେ ଘରେ ୪ଜଣ ବଦମାସ ପଶି ଲୁଟ୍ କରିଥିଲେ ଓ ମଞ୍ଜୁଙ୍କୁ ମାରିଥିଲେ ବୋଲି ପରିଜନ ଲୋକେ କହିଥିଲେ। କିନ୍ତୁ ପାରିପାର୍ଶ୍ୱିକ ଅବସ୍ଥାରୁ ଘଟଣା ସନ୍ଦେହଜନକ ଲାଗିଥିଲା। ଘର ପାଖରେ ଥିବା କୂଅ ନିକଟରୁ ପୁଲିସକୁ ମିଳିଥିଲା କିଛି ମହତ୍ତ୍ୱପୂର୍ଣ୍ଣ ସୁରାଗ। ଆଉ ଅଜୟକୁ କଡ଼ା ଜେରା ପରେ ସେ ସବୁ ସତ ଓଗାଳିଥିଲା। ଅଜୟ ନିଶାଗ୍ରସ୍ତ ଥିଲା। ନିଇତି ମଦ ପିଉଥିବାରୁ ଏହାକୁ ନେଇ ମଞ୍ଜୁ ଆପତ୍ତି କରନ୍ତି ଓ ଏହାକୁ ନେଇ ଉଭୟଙ୍କ ଭିତରେ ଝଗଡ଼ା ହୁଏ। ଆଉ ଏଥିରେ ଉତକ୍ଷିପ୍ତ ହୋଇ ପତ୍ନୀଙ୍କୁ ହତ୍ୟା କରିଦେଲା ଅଜୟ। ଟାଇନି ବ୍ୟାଙ୍କ ବା ଶାଖା ହେଉଛି ଗାଁ ବା ଦୂରଦୂରାନ୍ତ ଏରିଆରେ କୌଣସି ବଡ଼ ବ୍ୟାଙ୍କର ଅଧିକୃତ କଷ୍ଟମର ସର୍ଭିସ ପଏଣ୍ଟ ବା ମିନିବ୍ୟାଙ୍କ। ଏହାର ପରିଚାଳକ ନିଜ କେନ୍ଦ୍ରରେ ଆଧାରକାର୍ଡ ବା ବାୟୋମେଟ୍ରିକ ଜରିଆରେ ଖାତା ଖୋଲିବା, ଟଙ୍କା ଜମା କରିବା, ଉଠାଣ କାମ କରନ୍ତି। ନେଣଦେଣ ଓ ବୀମା କରିବାରେ ଏମାନଙ୍କୁ କିଛି ପର୍ସେଣ୍ଟ କମିଶନି ମିଳିଥାଏ।
