Gunpoint Robbery : ରାତିରେ ଲୁଟ୍ କରି ଛୁ’, ସିସିଟିଭିରେ ଲୁଟେରାଙ୍କୁ ଖୋଜୁଛି ପୋଲିସ
ରାତିର ଅନ୍ଧାରରେ ଶାଳଗଡ଼ିଆ ଛକରେ ଆତଙ୍କ ଖେଳାଇଲେ ଦୁର୍ବୃତ୍ତ। ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ୪୫ ହଜାର ଟଙ୍କା, ଆଉ ଆଖି ପିଛୁଳାକେ ହୋଇଗଲେ ଫେରାର!
S
By Swarna Prava GiriPublished: Oct 17, 2026, 01:21 PM •1 min read •5 Views
ବନ୍ଧୁକ ଦେଖାଇ ଲୁଟିନେଲେ ଜୁଏଲେରୀ ଦୋକାନକୁ | ଘଟଣାକୁ ନେଇ ପୋଲିସର ଛାନଭିନ | ବାଲେଶ୍ୱର ଜିଲ୍ଲା ଥାନା ଅନ୍ତର୍ଗତ ଡଗରପଡା ପଞ୍ଚାୟତ ବଡବାହାଦୁଲପୁର ଗ୍ରାମର ସନ୍ତୋଷ ଗାହାଣ ଦୀର୍ଘ ୧୨ବର୍ଷ ଧରି ଔପଦା ବଜାରରେ ଶାନ୍ତି ଜୁଏଲାରି ଦୋକାନ କରିଥିଲେ l ଗତ ରାତିରେ ସନ୍ତୋଷ ଓ ତାଙ୍କ ଭାଇ ଦୋକାନ ବନ୍ଦ କରି ନିଜ ଘରକୁ ଫେରୁଥିବା ସମୟରେ ଶାଳଗଡିଆ ଛକ ନିକଟରେ ଲୁଟ୍ର ଶିକାର ହୋଇଥିଲେ | ତିନୋଟି ପଲସର ବାଇକ୍ରେ ଆସିଥିବା ୬ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ସନ୍ତୋଷଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ନଗଦ ୪୫ ହଜାର ଟଙ୍କା ଲୁଟ୍ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ | ଖବର ପାଇ ଖଇରା ପୋଲିସ ଆଇଆଇସି ପ୍ରଶାନ୍ତ କୁମାର ଜେନା ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଯାଞ୍ଚ କରି ଛାନଭିନ ଆରମ୍ଭ କରିଛନ୍ତି |
Comments0
Leave a Reply
Loading comments...
