sexual assault of minor athlete:ନାବାଳିକା ଆଥଲେଟ୍ଙ୍କୁ ବିଦେଶୀ କୋଚଙ୍କ ଯୌନ ନିର୍ଯାତନା
ପଟିୟାଲା ଟ୍ରେନିଂ କ୍ୟାମ୍ପରେ ନାବାଳିକା ଆଥଲେଟ୍ଙ୍କୁ ଯୌନ ନିର୍ଯାତନା | ଏସୀୟ କ୍ରୀଡ଼ା ପ୍ରସ୍ତୁତି ମଝିରେ ଏହି ଖବର ସାମ୍ନାକୁ ଆସିବାପରେ ବିଦେଶୀ କୋଚ୍ ବିରୋଧରେ ପୋକ୍ସୋ ଆକ୍ଟ | ବିଦେଶୀ କୋଚ୍ ଫରାର୍ |
ଜାପାନରେ ଏସୀୟ କ୍ରୀଡ଼ା ୨୦୨୬ ଚାଲିଥିବା ସମୟରେ ଭାରତୀୟ କ୍ରୀଡ଼ା ଜଗତକୁ ସ୍ତବ୍ଧ କରିଦେଲା ଭଳି ଏକ ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି। ପଞ୍ଜାବର ପଟିୟାଲାସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ସ୍ପୋର୍ଟ୍ସ (NIS) ଟ୍ରେନିଂ କ୍ୟାମ୍ପରେ ବିଦେଶୀ କୋଚ୍ ଦ୍ୱାରା ଜଣେ ୧୬ ବର୍ଷୀୟା ନାବାଳିକା ସାଇକେଲ ଚାଳକ ସାଇକ୍ରିଷ୍ଟଙ୍କୁ ବଳାତ୍କାର ର ମାମଲା ସାମ୍ନାକୁ ଆସିଛି | ପଞ୍ଜାବ ପୋଲିସ କାଜାଖସ୍ତାନର କୋଚ୍ ମ୍ୟାକ୍ସତ ଅୟାଜବାଏଭଙ୍କ ବିରୋଧରେ ପୋକ୍ସୋ (POCSO) ଆକ୍ଟ ଅଧୀନରେ ମାମଲା ରୁଜୁ କରିଛି।
ଗତ ସେପ୍ଟେମ୍ବର ୧୩ ତାରିଖରେ ଏହି ଘଟଣା ଘଟିଥିବା ବେଳେ ୧୮ ତାରିଖରେ ସାହସ ଯୁଟାଇ ପୀଡ଼ିତା ଭାରତୀୟ ସାଇକିଲିଂ ମହାସଂଘର (CFI)ର ବରିଷ୍ଠ ଅଧିକାରୀଙ୍କୁ ଜଣାଇଥିଲେ। ମହାସଂଘ ତୁରନ୍ତ ପଟିୟାଲା ର ସିଭିଲ ଲାଇନ ଥାନାରେ ଏଫଆଇଆର ଦର୍ଜ କରିଥିଲେ | ପୋଲିସ କାର୍ଯ୍ୟାନୁଷ୍ଠାନ ଭୟରେ ଅଭିଯୁକ୍ତ ବିଦେଶୀ କୋଚ୍ ଦିଲ୍ଲୀରୁ ଫରାର୍ ହୋଇଯାଇଛି।ତେବେ ପୋଲିସ ଅଭିଯୁକ୍ତର ପାସପୋର୍ଟ ଜବତ କରିବା ସହ ଦେଶର ସମସ୍ତ ବିମାନବନ୍ଦରରେ ଲୁକ୍ଆଉଟ୍ ସର୍କୁଲାର (LOC) ଜାରି କରିଛି। ଜାପାନରେ ଭାରତୀୟ ଆଥଲେଟ୍ମାନେ ଦେଶ ପାଇଁ ଲଢ଼ୁଥିବା ବେଳେ, ଦେଶ ଭିତରେ ଜଣେ ନାବାଳିକା ଖେଳାଳିଙ୍କ ସହ ଘଟିଥିବା ଏହି ବର୍ବରକାଣ୍ଡ ଖେଳ ସଙ୍ଘ ରେ ଖେଳାଳି ମାନଙ୍କର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଇଛି |
