SEMICON India 2026 : ଭାରତ ହେବ ସେମିକଣ୍ଡକ୍ଟର ଗ୍ଲୋବାଲ ହବ୍
ସେପ୍ଟେମ୍ବର ୧୭ ରୁ ୧୯ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ତିନିଦିନିଆ ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ଭାରତରେ ସେମିକଣ୍ଡକ୍ଟର ଶିଳ୍ପର ବିକାଶ, ନୀତିଗତ ନିଷ୍ପତ୍ତି ଓ ଆନ୍ତର୍ଜାତୀୟ ସହଭାଗିତାର ବିକାଶ ରହିଛି |
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁରୁବାର ଦିଲ୍ଲୀସ୍ଥିତ ୟଶୋଭୂମି କନ୍ଭେନ୍ସନ୍ ସେଣ୍ଟରଠାରେ ଆୟୋଜିତ ତିନିଦିନିଆ ସମ୍ମିଳନୀରେ 'ସେମିକନ୍ ଇଣ୍ଡିଆ ୨୦୨୬' ପ୍ରଦର୍ଶନୀର ଆନୁଷ୍ଠାନିକ ଉଦ୍ଘାଟନ କରିଛନ୍ତି। ଉଦ୍ଘାଟନ ସମାରୋହ ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରଦର୍ଶନୀ ସ୍ଥଳକୁ ବୁଲି ଦେଖିବା ସହ ଭାଗନେଉଥିବା ବିଭିନ୍ନ ଅନ୍ତରାଷ୍ଟ୍ରୀୟ ଓ ଜାତୀୟ ଉଦ୍ୟୋଗ ଜଗତର ପ୍ରତିନିଧି ମାନଙ୍କ ସହ ବାର୍ତ୍ତାଳାପ କରିଥିଲେ | ସେପ୍ଟେମ୍ବର ୧୭ ରୁ ୧୯ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ତିନିଦିନିଆ ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ଭାରତରେ ସେମିକଣ୍ଡକ୍ଟର ଶିଳ୍ପର ବିକାଶ, ନୀତିଗତ ନିଷ୍ପତ୍ତି ଓ ଆନ୍ତର୍ଜାତୀୟ ସହଭାଗିତାର ବିକାଶ ରହିଛି | ଇଲୋକ୍ଟ୍ରୋନିକ୍ସ ଓ ସୂଚନା ପ୍ରୌଦ୍ଦ୍ୟୋଗିକି ମନ୍ତ୍ରାଳୟ (MeitY) ଅନୁଯାୟୀ , ଏହି ବିଶ୍ୱସ୍ତରୀୟ ସମ୍ମେଳନ ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ (ISM ),MeitY,ଏବଂ ଅନ୍ତରାଷ୍ଟ୍ରୀୟ ଉଦ୍ୟୋଗ ସଂଘ (SEMI ) ଦ୍ୱାରା ସଂଯୁକ୍ତ ରୂପରେ ଅଜୟଯିତ କରା ଯାଉଛି | ଏହି ଆୟୋଜିତ ପ୍ରଦର୍ଶନୀ ର ଶୀର୍ଷକ "ସିଲିକନ୍ ରୁ ସିଷ୍ଟମ୍: ପରିବେଶର ନିର୍ମାଣ" ରଖାଯାଇଛି | ପାଖାପାଖି ୧୫,000 ବର୍ଗ ମିଟରର ବିଶାଳ କ୍ଷେତ୍ରରେ ପ୍ରସାରିତ ଏହି କାର୍ଯ୍ୟକ୍ରମରେ ୩୦୦ଟି ଗ୍ଲୋବାଲ୍ କମ୍ପାନୀ ସମେତ ୬୦୦ରୁ ଅଧିକ ପ୍ରଦର୍ଶକ ଓ ୧୫୦ରୁ ଅଧିକ ବକ୍ତା ଭାଗ ନେଇଛନ୍ତି। କେନ୍ଦ୍ର ସରକାର ସେମିକଣ୍ଡକ୍ଟର କ୍ଷେତ୍ରରେ ୧୨ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଥିବା ବେଳେ 'ସେମିକନ୍ ୨.୦'ର ଶୁଭାରମ୍ଭ ମଧ୍ୟ କରାଯାଇଛି। ଏହି ପ୍ରଦର୍ଶନୀରେ ଜାପାନ,ଦକ୍ଷିଣ କୋରିଆ ,ସିଙ୍ଗାପୁର ଓ ସ୍ୱିଡ଼େନ ଭଳି ଦେଶପାଇଁ ସମର୍ପିତ ପାଭେଲିୟନ ମଧ୍ୟ ବନାଯାଇଛି | ଏହି ଆୟୋଜନ ଭାରତକୁ ବିଶ୍ୱସ୍ତରୀୟ ସେମିକଣ୍ଡକ୍ଟର କ୍ଷେତ୍ରରେ ଏକ ପ୍ରମୁଖ ଓ ନିର୍ଭରଯୋଗ୍ୟ ସହଯୋଗୀ ଭାବେ ପ୍ରତିଷ୍ଠିତ କରିବ।
