Data Leak In DarkWeb: ଡାର୍କଓ୍ୱେବରେ ଡାଟା ଲିକ୍- ଟେନସନରେ ଏସବିଆଇ ଗ୍ରାହକ
ପ୍ରାଥମିକ ଯାଞ୍ଚରେ ପ୍ରାୟ ୩.୭୫ ଲକ୍ଷ ରେକର୍ଡ ମଧ୍ୟରୁ ୩,୮୯୭ଟି ରେକର୍ଡରେ ବ୍ୟକ୍ତିଗତ ପରିଚୟ ସମ୍ପର୍କିତ ତଥ୍ୟ ଚିହ୍ନଟ ହୋଇଛି।ଏଥିରେ ମୋବାଇଲ ନମ୍ୱର, ଇମେଲ ଆଇଡି, ଜନ୍ମତିଥି, ଲିଙ୍ଗ, ବ୍ୟାଙ୍କ ଶାଖା, କରଜ ସହ ଜଡ଼ିତ ତଥ୍ୟ ଓ ଘରର ଠିକଣା ଭଳି ତଥ୍ୟ ସାମିଲ ଅଛି। ଏବେ ବ୍ୟାଙ୍କ ଯାଞ୍ଚ କରୁଛି ଯେ, ଡାଟା ଚୋରି କେତେ ବଡ଼ ଆକାରରେ ହୋଇଛି

ନାଁ, ନମ୍ୱର ଓ ଠିକଣା। ପୁରା ତଥ୍ୟ ଡାର୍କଓ୍ୱେବରେ ଲିକ୍। ଏସବିଆଇ ମାନିଲା- ଏହା ସାଇବର ଆଟାକ୍। ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ ଏସବିଆଇ ସ୍ୱୀକାର କରିଛି ଯେ, ସାଇବର ଆଟାକରୁ ଗ୍ରାହକଙ୍କ ତଥ୍ୟ ଚୋରି ହୋଇଛି। ବ୍ୟାଙ୍କର ପ୍ରାରମ୍ଭିକ ତଦନ୍ତରେ ୩ହଜାର୮୯୭ ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ଡାର୍କଓ୍ୱେବରେ ମିଳିଛି। ଏଥିରେ ମୋବାଇଲ ନମ୍ୱର, ଇମେଲ ଆଇଡି, ଜନ୍ମତିଥି, ଲିଙ୍ଗ, ବ୍ୟାଙ୍କ ଶାଖା, କରଜ ସହ ଜଡ଼ିତ ତଥ୍ୟ ଓ ଘରର ଠିକଣା ଭଳି ତଥ୍ୟ ସାମିଲ ଅଛି। ଏବେ ବ୍ୟାଙ୍କ ଯାଞ୍ଚ କରୁଛି ଯେ, ଡାଟା ଚୋରି କେତେ ବଡ଼ ଆକାରରେ ହୋଇଛି। ତେବେ ଏସବିଆଇର କହିବା କଥା, ସାଇବର ଆଟାକରୁ ମୁଖ୍ୟ ବ୍ୟାଙ୍କିଂ ସେବା ଓ ବିତ୍ତୀୟ ପ୍ରଦର୍ଶନ ଉପରେ କୌଣସି ବଡ଼ ପ୍ରଭାବ ପଡ଼ିନି। ଷ୍ଟକ ଏକ୍ସଚେଞ୍ଜକୁ ଏସବିଆଇ କହିଛି, ଅକ୍ଟୋବର ୧୬ରେ ଡିଫେନ୍ସ ସାଇବର ଏଜେନ୍ସି ଓ ଇଣ୍ଡିଆନ କମ୍ପ୍ୟୁଟର ଏମର୍ଜେନ୍ସି ରେସପନ୍ସ ଟିମ୍ କୁ ଡାର୍କଓ୍ୱେବରେ ଗ୍ରାହକଙ୍କ ତଥ୍ୟ ଥିଲା ବୋଲି ଜଣାପଡ଼ିଥିଲା। ଏହା ପରେ ଡାର୍କଓ୍ୱେବରେ ଗ୍ରାହକଙ୍କ ରେକର୍ଡ ଯାଞ୍ଚ ହୋଇଥିଲା। ଏଥିରେ ୩,୮୯୭ ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ମିଳିଥିଲା।
ଭାରତର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ସହ ଜଡ଼ିତ ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ଡାର୍କ ୱେବ୍ରେ ଦେଖାଯିବା ପରେ ବ୍ୟାଙ୍କ ଏହାର ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ଯାଞ୍ଚରେ ପ୍ରାୟ ୩.୭୫ ଲକ୍ଷ ରେକର୍ଡ ମଧ୍ୟରୁ ୩,୮୯୭ଟି ରେକର୍ଡରେ ବ୍ୟକ୍ତିଗତ ପରିଚୟ ସମ୍ପର୍କିତ ତଥ୍ୟ ଚିହ୍ନଟ ହୋଇଛି।
ଡାର୍କ ୱେବ୍ କ’ଣ?
ଡାର୍କ ୱେବ୍ ହେଉଛି ଇଣ୍ଟରନେଟ୍ର ଏକ ଅଂଶ, ଯାହାକୁ ସାଧାରଣ ସର୍ଚ୍ଚ ଇଞ୍ଜିନ୍ରେ ସହଜରେ ଖୋଜିହୁଏ ନାହିଁ। ଏହାର କିଛି ଅଂଶରେ ସାଇବର ଅପରାଧୀମାନେ ଚୋରି ହୋଇଥିବା ତଥ୍ୟ, ପାସୱାର୍ଡ ଓ ବ୍ୟକ୍ତିଗତ ରେକର୍ଡ ବିକ୍ରି କିମ୍ବା ପ୍ରକାଶ କରନ୍ତି।
କେଉଁ ତଥ୍ୟ ଲିକ୍ ହୋଇଥିବା କୁହାଯାଉଛି?
ରିପୋର୍ଟ ଅନୁସାରେ, ଚିହ୍ନଟ ହୋଇଥିବା ରେକର୍ଡରେ ଏହି ତଥ୍ୟ ରହିଥାଇପାରେ:
ଗ୍ରାହକଙ୍କ ନାମ ଓ ଲିଙ୍ଗ
ପଞ୍ଜୀକୃତ ମୋବାଇଲ୍ ନମ୍ବର
ଜନ୍ମ ତାରିଖ ଓ ଇମେଲ୍ ଠିକଣା
ଘରର ଠିକଣା ଓ ବ୍ୟାଙ୍କ ଶାଖା ସମ୍ପର୍କିତ ତଥ୍ୟ
CIF ନମ୍ବର ଓ ଋଣ ଆବେଦନ ସମ୍ପର୍କିତ କିଛି ତଥ୍ୟ
ତଥ୍ୟର ସତ୍ୟତା ଓ ସମ୍ପୂର୍ଣ୍ଣ ପରିମାଣ ଯାଞ୍ଚ ଚାଲିଛି।
SBI କ’ଣ ପଦକ୍ଷେପ ନେଇଛି?
ବ୍ୟାଙ୍କ କହିଛି ଯେ ଏହା ସାଇବର ସୁରକ୍ଷା ସମ୍ପର୍କିତ ପ୍ରତିକ୍ରିୟା ଓ ତଥ୍ୟ ସୁରକ୍ଷା ପ୍ରକ୍ରିୟା ସକ୍ରିୟ କରିଛି। ଘଟଣାର ଉତ୍ସ, ପ୍ରଭାବ ଓ ସମ୍ଭାବ୍ୟ ବିପଦ ଜାଣିବା ପାଇଁ CERT-In ଦ୍ୱାରା ଅନୁମୋଦିତ ଏକ ସ୍ୱାଧୀନ ସାଇବର ସୁରକ୍ଷା ସଂସ୍ଥାକୁ ନିଯୁକ୍ତ କରାଯାଇଛି। SBI ଅନୁସାରେ, ଏହି ଘଟଣାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ କିମ୍ବା ସେବା ପରିଚାଳନା ଉପରେ କୌଣସି ବଡ଼ ପ୍ରଭାବ ପଡ଼ିନାହିଁ।
ଗ୍ରାହକଙ୍କ ପାଇଁ ସତର୍କତା
ଯଦି ଆପଣ SBI ଗ୍ରାହକ, ତେବେ ଅଜଣା କଲ୍ କିମ୍ବା ମେସେଜ୍ରେ OTP, ATM PIN ଓ ଇଣ୍ଟରନେଟ୍ ବ୍ୟାଙ୍କିଂ ପାସୱାର୍ଡ ଦିଅନ୍ତୁ ନାହିଁ। ଖାତାରେ ଅଜଣା କାରବାର ଦେଖିଲେ ତୁରନ୍ତ ବ୍ୟାଙ୍କକୁ ଜଣାନ୍ତୁ ଏବଂ ସାଇବର ଠକେଇ ହେଲେ ୧୯୩୦ ହେଲ୍ପଲାଇନ୍ରେ ଅଭିଯୋଗ କରନ୍ତୁ।
