Mobile Recharge Rules: ଟ୍ରାଇର ଶସ୍ତା ପ୍ଲାନ୍- ସ୍କାମର୍ସ ଓ ସାଇବର ଠକାମୀର ଭୟ ଦେଖାଇଲା ଟେଲିକମ କମ୍ପାନୀ
ବିନା ଡାଟା ବାଲା ୟୁଜର୍ସଙ୍କୁ ବି ମିଳିବ ବିକଳ୍ପ। ୨୮ ଦିନର ଭାଲିଡିଟି ପ୍ଲାନ କାରଣରୁ ବର୍ଷକ ଭିତରେ ମାସକର ଅତିରିକ୍ତ ରିଚାର୍ଜ ଟଙ୍କା ଅସୁଲ କରୁଥିଲା ଟେଲିକମ କମ୍ପାନୀ। ଏହା ସାଧାରଣ ଲୋକଙ୍କ ପକେଟ ଉପରେ ଅନାବଶ୍ୟକ ବୋଝ ପଡ଼ୁଥିଲା। ନୂଆ ନିୟମରେ କମ୍ ରିଚାର୍ଜ କରୁଥିବା ୟୁଜର୍ସଙ୍କ ଲାଗି ବି ଖାସ୍ ପ୍ଲାନ ରଖିଛି ଟ୍ରାଇ।

ବଦଳିଲା ମୋବାଇଲ ରିଚାର୍ଜ ପ୍ଲାନ୍। ଏଥିରେ ଜିଓ, ଏୟାରଟେଲ୍ ଓ ଭିଆଇ ୟୁଜର୍ସଙ୍କ ଉପରେ କି ପ୍ରଭାବ ପଡ଼ିବ ଆସନ୍ତୁ ଜାଣିବା। ଏଣିକି ମିଳିବ ପୁରା ୩୦ଦିନ ପ୍ଲାନ- କେବଳ ଭଏସ ଓ ଏସଏମଏସ ପ୍ୟାକ୍ ବି ଉପଲବ୍ଧ ହେବ। ଟ୍ରାଇର ନୂଆ ଟେଲିକମ କଂଜୁମର୍ସ ପ୍ରୋଟେକ୍ସନ ନିୟମ ଆଧାରରେ ଟେଲିକମ କମ୍ପାନୀଙ୍କୁ ୩୦ ଦିନର ଭଏସ-ଏସଏମଏସ କେବଳ ରିଚାର୍ଜ ଓ ବିନା ଡାଟାର ପ୍ଲାନକୁ ଅଧିକ ବିକଳ୍ପ ଦେବାକୁ ପଡ଼ିବ। ଏହି ପରିବର୍ତ୍ତନକୁ ନେଇ ରାଜ୍ୟସଭା ସାଂସଦ ରାଘବ ଚଢ଼ା କହିଛନ୍ତି, ଏଥିରେ ପ୍ରିପେଡ ୟୁଜର୍ସଙ୍କୁ ନିଜର ଆବଶ୍ୟକତା ଓ ବଜେଟ ହିସାବରେ ରିଚାର୍ଜ ଚୟନ ଲାଗି ଅଧିକ ସ୍ୱାଧୀନତା ମିଳିବ। ଏବେ ଆସନ୍ତୁ ବିସ୍ତୃତ ଭାବେ ଜାଣିବା, ୨୮ ଦିନର ରିଚାର୍ଜ ମୁଦ୍ଦା, ୩୦ ଦିନର ଭାଲିଡିଟି ଓ voice-sms-only ପ୍ଲାନକୁ ନେଇ କଅଣ ବଦଳିଲା। ସଂସଦରେ ମାର୍ଚ୍ଚ ୧୧, ୨୦୨୬ରେ ଏହି ମୁଦ୍ଦା ଉଠାଇ ୨୮ ଦିନର ଭାଲିଟିଡି ବା ବୈଧତା ଥିବା ରିଚାର୍ଜ ଉପରେ ପ୍ରଶ୍ନ କରିଥିଲେ। ରାଘବଙ୍କ କହିବା କଥା, ବର୍ଷକୁ ୧୨ ମାସ। କିନ୍ତୁ ୨୮ ଦିନ ବୈଧତାର ରିଚାର୍ଜ କାରଣରୁ ଗ୍ରାହକଙ୍କୁ ବର୍ଷକୁ ୧୨ ବଦଳରେ ୧୩ଥର ରିଚାର୍ଜ କରିବାକୁ ପଡ଼ୁଛି। ଆଉ ଏବେ ୩୦ଦିନର ବୈଧତା ଥିବା voice-sms-only ବିକଳ୍ପ ଓ ପ୍ରତି ମାସରେ ସେ ତାରିଖରୁ ରିନ୍ୟୁ ହେବାକୁ ଥିବା ବିକଳ୍ପ ଉପଲବ୍ଧ କରିବାକୁ ପ୍ରାବଧାନ କରାଯାଇଛି। ବିନା ଡାଟା ବାଲା ୟୁଜର୍ସଙ୍କୁ ବି ମିଳିବ ବିକଳ୍ପ। ୨୮ ଦିନର ଭାଲିଡିଟି ପ୍ଲାନ କାରଣରୁ ବର୍ଷକ ଭିତରେ ମାସକର ଅତିରିକ୍ତ ରିଚାର୍ଜ ଟଙ୍କା ଅସୁଲ କରୁଥିଲା ଟେଲିକମ କମ୍ପାନୀ। ଏହା ସାଧାରଣ ଲୋକଙ୍କ ପକେଟ ଉପରେ ଅନାବଶ୍ୟକ ବୋଝ ପଡ଼ୁଥିଲା। ନୂଆ ନିୟମରେ କମ୍ ରିଚାର୍ଜ କରୁଥିବା ୟୁଜର୍ସଙ୍କ ଲାଗି ବି ଖାସ୍ ପ୍ଲାନ ରଖିଛି ଟ୍ରାଇ। ଯେଉଁ ୟୁଜର୍ସଙ୍କୁ ଇଣ୍ଟରନେଟ ସହ ଅଧିକ ମତଲବ ନଥାଏ। ସେମାନେ କେବଳ ବେସିକ କଲିଂ କରିଥାଆନ୍ତି। ଏବେ ଏୟାରଟେଲ, ଜିଓ, ଭୋଡ଼ାଫୋନ ଓ ବିଏସଏନଏଲ ଭଳି ଟେଲିକମ କମ୍ପାନୀଙ୍କୁ ଏଭଳି ଶସ୍ତା ଭଏସ ଓ ଏସଏମଏସ ପ୍ଲାନକୁ ଉପଲବ୍ଧ କରିବାକୁ ପଡ଼ିବ। ଯେଉଁଥିରେ ମହଙ୍ଗା ଇଣ୍ଟରନେଟ ଡାଟାର କୌଣସି ଚାର୍ଜ ଯୋଡ଼ା ହୋଇନଥିବ। ଏଥିରୁ କମ୍ ଖର୍ଚ୍ଚରେ ୟୁଜର୍ସ ମୋବାଇଲ ସେବାର ଲାଭ ପାଇପାରିବେ। ସେପଟେ ଜିଓ, ଏୟାରଟେଲ ଓ ଭିଆଇ ଏଭଳି ପ୍ଲାନକୁ ନେଇ ଟ୍ରାଇ ଆଗରେ ଅଜବ ଦଲିଲ ଉପସ୍ଥାପନା କରିଛି। କହିଛନ୍ତି, ଏମିତି ହେଲେ ଡିଜିଟାଲ ଇଣ୍ଡିଆରୁ କଟିଯିବେ ଗ୍ରାହକ। ଏଭଳି ପ୍ଲାନ ଦ୍ୱାରା ସାଇବର ଠକେଇ ବଢ଼ିଯିବ। ୟୁଜର୍ସଙ୍କୁ ବିଲ୍ ସକ୍ ଲାଗିବ ଓ ସେମାନେ ଡିଜିଟାଲ ଇଣ୍ଡିଆର ମୁଖ୍ୟ ଧାରାକୁ ବାହାର ହୋଇଯିବେ। ଜିଓ କହିଛି, ଏଭଳି ଶସ୍ତା ପ୍ଲାନ ଓ କମ୍ ଅବଧି ଭଏସ ପ୍ଲାନରୁ ସ୍ପାମ୍ କଲ କରୁଥିବା ଠକଙ୍କୁ ଅଧିକ ଫାଏଦା ମିଳିବ। ସ୍କାମର୍ସଙ୍କୁ ଫ୍ରଡ୍ କଲ କରିବା ଅଧିକ ସହଜ ହୋଇଯିବ। ତାଙ୍କର ନେଟଓ୍ୱର୍କ ପୁରା ଆଧୁନିକ 4G ଓ 5G ଉପରେ ଆଧାରିତ ଅଟେ। ଏଥିରେ କେବଳ ଭଏସ କଲିଂର ପ୍ଲାନ୍ ଟେକ୍ନିକ ରୂପରେ ଫିଟ୍ ହେବନି। ଏହା ସହ ସେମାନଙ୍କର ୮୦ ପ୍ରତିଶତ ଏଣ୍ଟ୍ରି ଲେବୁଲ ୟୁଜର୍ସ ବି ଡାଟା ବ୍ୟବହାର କରନ୍ତି। ଏମିତିରେ ଭଏସ-ଅନଲି ପ୍ୟାକ୍ ର ଚାହିଦା ଅଧିକ ରହିବନି।
