ଉପରମୁଣ୍ଡରେ ଲଗାଣ ବର୍ଷା, ବୈତରଣୀରେ ଦ୍ୱିତୀୟ ବନ୍ୟା
ଦ୍ୱିତୀୟ ବନ୍ୟାରେ ବେହାଲ ଯାଜପୁର, ବିପଦ ସଙ୍କେତ ଉପରେ ବୈତରଣୀ, ଭାଙ୍ଗିଲା ନିର୍ମାଣାଧୀନ ବନ୍ଧ । ଜଳବନ୍ଦୀ ହଜାର ହଜାର ଲୋକ । ଦଶରଥପୁରର ୫୦ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ ।
S
By Subhadra DasPublished: Jul 29, 2026, 11:33 AM •1 min read •7 Views
ଯାଜପୁର: ଉପରମୁଣ୍ଡରେ ଲଗାଣ ବର୍ଷା ପ୍ରଭାବରେ ବୈତରଣୀ ନଦୀରେ ଦ୍ୱିତୀୟ ବନ୍ୟା ସୃଷ୍ଟି ହୋଇଛି। ଆଖୁଆପଦା, ବଲ୍ଲଭିଘାଟ ଓ ଦଶରଥପୁରରେ ବୈତରଣୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏଥିରେ ଯାଜପୁର ଓ ଦଶରଥପୁର ବ୍ଲକ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଦଶରଥପୁର ବ୍ଲକର ଜୟନ୍ତରା ନିକଟରେ ସୁଇଚ୍ ଗେଟ ପାଇଁ ନିର୍ମାଣାଧୀନ ବନ୍ଧ ଭାଙ୍ଗିଯାଇଛି। ସେହିପରି ଯାଜପୁର–ଛତାବର ରାସ୍ତାର ପଣସା ନିକଟରେ ପ୍ରାୟ ୩ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାଜପୁର–ଭଦ୍ରକ ସଡ଼କ ଯୋଗାଯୋଗ ବିଛିନ୍ନ ହୋଇଛି। ଦଶରଥପୁର ବ୍ଲକର ୧୦ଟି ପଞ୍ଚାୟତର ୫୦ରୁ ଅଧିକ ଗାଁରେ ବନ୍ୟାଜଳ ପ୍ରବେଶ କରିଛି। ଅନେକ ଅଞ୍ଚଳରେ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି।
S
Subhadra DasContent Writer
Comments0
Leave a Reply
Loading comments...
