SC Bars Appointment: ଶିକ୍ଷକ ନିଯୁକ୍ତି ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ
କିଛି ବ୍ୟବସ୍ଥା ଜରିଆରେ ଏମିତି ଲୋକଙ୍କୁ ସରକାରୀ ସେବାରେ ସାମିଲ କରାଯାଇଛି। ଯିଏ ନିରପେକ୍ଷ, ପାରଦର୍ଶୀ ଓ ପ୍ରତିଯୋଗିତାମୂଳକ ଭର୍ତ୍ତି ପରୀକ୍ଷାରେ ଭାଗ ନେଇନାହାନ୍ତି। ସେଥିଲାଗି ଏଭଳି ଶିକ୍ଷକଙ୍କ ଯୋଗ୍ୟତାର ବ୍ୟାପକ ଯାଞ୍ଚ ହେବା ଜରୁରୀ। କାରଣ ସେମାନଙ୍କ ପାଖରେ ସର୍ବନିମ୍ନ ଯୋଗ୍ୟତା ନାହିଁ। ସେମାନଙ୍କୁ ସରକାରୀ ବା ସ୍ଥାନୀୟ କୌଣସି ଶିକ୍ଷାସଂସ୍ଥାରେ ପଢ଼ାଇବାକୁ ଅନୁମତି ନ ମିଳୁ।

ବିନା ନିର୍ଦ୍ଧାରିତ ଯୋଗ୍ୟତାରେ ଶିକ୍ଷକ ନିଯୁକ୍ତି ଓ ସେମାନଙ୍କଠୁ ଶିକ୍ଷାଦାନ ସେବା ଜାରି ରଖିବା ପ୍ରକ୍ରିୟା ଉପରେ ଅନ୍ତରୀଣ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ। କୋର୍ଟ କହିଛନ୍ତି, ରାଇଟ-ଟୁ ଏଜୁକେସନ (ଆରଟିଇ) ଆକ୍ଟ, ଏନସିଟିଇ ଆକ୍ଟ ଓ ୟୁଜିସି ଆକ୍ଟ ଆଧାରରେ ଯିଏ ଯୋଗ୍ୟତା ବା ମାନଦଣ୍ଡ ପୂରଣ କରୁନି। ସେଭଳି ଶିକ୍ଷକଙ୍କୁ ମିଳିବନି ନିଯୁକ୍ତି। ଯେଉଁ ଶିକ୍ଷକଙ୍କ ପାଖରେ ଏଭଳି ଆବଶ୍ୟକୀୟ ଡିଗ୍ରୀ ନାହିଁ, ସେମାନଙ୍କ ସେବା ବି ଆଗକୁ ଜାରି ରଖାଯିବନି। ଏ ନିର୍ଦେଶ ଏକ ଜନସ୍ୱାର୍ଥ ମାମଲାର ଶୁଣାଣୀ ବେଳେ ଆସିଛି। ଶିକ୍ଷା ସଂସ୍ଥାର ଘରୋଇକରଣ ସହ ଜଡ଼ିତ ଏହି ମାମଲା। ଏହି ଅନ୍ତରୀଣ ଆଦେଶ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲା ବାଗଚି ଓ ଜଷ୍ଟିସ ବି.ମୋହନାଙ୍କ ଖଣ୍ଡପୀଠ ଦେଇଛନ୍ତି। ସ୍କୁଲ ଓ କଲେଜରେ ଶିକ୍ଷକ ନିଯୁକ୍ତି ଉପରେ ଏଭଳି ରୋକ୍ ଲଗାଇଛନ୍ତି ସର୍ବୋଚ୍ଚ ଅଦାଲତ। ମାମଲା କଅଣ ଥିଲା ଆସନ୍ତୁ ଜାଣିବା। ଆସାମରେ ଶିକ୍ଷକ ଓ ଶିକ୍ଷା ସଂସ୍ଥାର କର୍ମଚାରୀଙ୍କ ସେବାରେ ସରକାରୀକରଣ ସହ ଜଡ଼ିତ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ୍ ଦେଇଥିବା ମାମଲା ଥିଲା। ୨୦୧୭ର ଷ୍ଟେଟ ଲ ଅନୁମତି ଦେଇଛନ୍ତି, ଘରୋଇ ସ୍କୁଲ ଶିକ୍ଷକଙ୍କୁ ସରକାରୀ ସେବାରେ ନିଯୁକ୍ତି ଦିଆଯାଇପାରିବ। କୁହାଯାଇଛି ଯେ, କିଛି ବ୍ୟବସ୍ଥା ଜରିଆରେ ଏମିତି ଲୋକଙ୍କୁ ସରକାରୀ ସେବାରେ ସାମିଲ କରାଯାଇଛି। ଯିଏ ନିରପେକ୍ଷ, ପାରଦର୍ଶୀ ଓ ପ୍ରତିଯୋଗିତାମୂଳକ ଭର୍ତ୍ତି ପରୀକ୍ଷାରେ ଭାଗ ନେଇନାହାନ୍ତି। ସେଥିଲାଗି ଏଭଳି ଶିକ୍ଷକଙ୍କ ଯୋଗ୍ୟତାର ବ୍ୟାପକ ଯାଞ୍ଚ ହେବା ଜରୁରୀ। କାରଣ ସେମାନଙ୍କ ପାଖରେ ସର୍ବନିମ୍ନ ଯୋଗ୍ୟତା ନାହିଁ। ସେମାନଙ୍କୁ ସରକାରୀ ବା ସ୍ଥାନୀୟ କୌଣସି ଶିକ୍ଷାସଂସ୍ଥାରେ ପଢ଼ାଇବାକୁ ଅନୁମତି ନ ମିଳୁ। ସୁପ୍ରିମକୋର୍ଟ ଏ ମାମଲାରେ ନୋଟିସ୍ ଜାରି କରିଥିଲେ। ଅଦାଲତ ପ୍ରଶ୍ନ କରିଥିଲେ, ବିନା ନିର୍ଦ୍ଧାରିତ ଯୋଗ୍ୟତାର ଶିକ୍ଷକଙ୍କୁ କେଉଁ ଆଧାରରେ ନିଯୁକ୍ତି ଦିଆହେଉଛି। ଏହା ଦ୍ୱାରା ଛାତ୍ରଙ୍କ ଭବିଷ୍ୟତ ଉପରେ ନକରାତ୍ମକ ପ୍ରଭାବ ପଡ଼ିବ। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ରଞ୍ଜିତ କୁମାର କୋର୍ଟକୁ କହିଥିଲେ ଯେ, କିଛି ମାମଲାରେ ଏମିତି ଲୋକଙ୍କୁ ଟ୍ୟୁଟର ଭଳି ଅଲଗା ନାଁରେ ନିଯୁକ୍ତି କରିବାକୁ ପ୍ରୟାସ ଜାରି ରହିଛି। ଏଥିରେ ଶିକ୍ଷାର ଗୁଣାବତ୍ତା ପ୍ରଭାବିତ ହେଉଛି। ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ସନ୍ଦେଶ କେବଳ କୌଣସି ସଂସ୍ଥାନରେ ଲମ୍ୱା ସମୟ ଧରି କାମ କରିବା ବା ସ୍ଥାନୀୟ ବ୍ୟବସ୍ଥା ଆଧାରରେ ନିଯୁକ୍ତି ପାଇଗଲେ, ତାହା ବୈଧାନିକ ଯୋଗ୍ୟତାକୁ ପୁରା କରୁଛି ବୋଲି କୁହାଯାଇପାରିବନି। କେଉଁ ଯୋଗ୍ୟତା ନଥିଲେ ମିଳିବନି ଚାକିରୀ କି ପଢ଼ାଇପାରିବେନି ଶିକ୍ଷକ, ତାହାକୁ ସ୍ପଷ୍ଟ କଲେ ସୁପ୍ରିମକୋର୍ଟ।
