ବିଦ୍ରୋହୀ ଶିବିରରେ ସାୟନି ଘୋଷ- ଦିଦିଙ୍କୁ ଝଟକା
ସାୟନି ଏକଦା ମମତାଙ୍କୁ ଦେଶର ଭାବି ପ୍ରଧାନମନ୍ତ୍ରୀ ବୋଲି କହୁଥିଲେ। ନିଜର ଆକ୍ରମଣାତ୍ମକ ପ୍ରଚାରରେ ସେ ମମତାଙ୍କ ଅତ୍ୟନ୍ତ ଘନିଷ୍ଠ ହୋଇଯାଇଥିଲେ। ଆଉ ଏବେ ବିଦ୍ରୋହୀ ସାଂସଦଙ୍କ ସହ ସାମିଲ୍ ହୋଇଗଲେ।

ଟିଏମସିର ଫାୟାରବ୍ରାଣ୍ଡ ନେତ୍ରୀ ତଥା ଲୋକସଭା ସାଂସଦ ସାୟନି ଘୋଷ ମମତାଙ୍କୁ ଦେଲେ ଝଟକା। ବିଦ୍ରୋହୀ ଶିବିରରେ ସାମିଲ ହୋଇଛନ୍ତି ସାୟନି। ୨୦୨୪ରେ ଟିଏମସି ଟିକଟରେ ଜାଧବପୁର ଆସନରୁ ସାଂସଦ ହୋଇଥିଲେ ସାୟନି। ଯେଉଁ ୨୦ ଟିଏମସି ସାଂସଦ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖି ସଂସଦରେ ଅଲଗା ବସିବାକୁ ଦାବି କରିଛନ୍ତି। ସେ ବିଦ୍ରୋହୀ ସାଂସଦ ତାଲିକାରେ ସାୟନି ବି ସାମିଲ ହୋଇଗଲେ। ସୟାନି ଗୋଷ ୧୭ ବର୍ଷ ବୟସରେ ୨୦୧୦ରେ ଟେଲିଫିଲ୍ମ ଇଛେ ଦାନାରୁ ବଙ୍ଗାଳୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ରଖିଥିଲେ। ଏହା ପରେ ସେ ପ୍ରସିଦ୍ଧ ଅଭିନେତ୍ରୀ ଓ ଗାୟିକା ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ପ୍ଲସ-ଟୁ ଯାଏ ପଢ଼ିଥିବା ସାୟନି ୨୦୨୧ରେ ଟିଏମସିରେ ସାମିଲ୍ ହୋଇଥିଲେ। ଆଉ ଟିଏମସି ତାଙ୍କୁ ଆସନସୋଲ ବିଧାନସଭା ଆସନରୁ ଟିକଟ ଦେଇଥିଲା। ହେଲେ ସେ ହାରିଯାଇଥିଲେ। ୨୦୨୩ରେ ଟିଏମସି ଯୁବ ଶାଖାର ସଭାପତି ହେଲେ। ୨୦୨୪ରେ ଜାଧବପୁର ଲୋକସଭା ଆସନରୁ ଜିତିଲେ। ବିଜେପିକୁ ସର୍ବସମ୍ମୁଖରେ ଚ୍ୟାଲେଞ୍ଜ ଦେଉଥିବା ସାୟନି ରାଜନୀତିରେ ୟୁ-ଟର୍ଣ୍ଣ ନେଇଗଲେ। ମମତାଙ୍କ ଖାସ୍ ଅନୁଗତ କୁହାଯାଉଥିବା ସାୟନି ଏକଦା ମମତାଙ୍କୁ ଦେଶର ଭାବି ପ୍ରଧାନମନ୍ତ୍ରୀ ବୋଲି କହୁଥିଲେ। ନିଜର ଆକ୍ରମଣାତ୍ମକ ପ୍ରଚାରରେ ସେ ମମତାଙ୍କ ଅତ୍ୟନ୍ତ ଘନିଷ୍ଠ ହୋଇଯାଇଥିଲେ। ଆଉ ଏବେ ବିଦ୍ରୋହୀ ସାଂସଦଙ୍କ ସହ ସାମିଲ୍ ହୋଇଗଲେ। ଏନଡିଏ ସରକାରଙ୍କୁ ସମର୍ଥନ ସକାଶେ ଯେଉଁ ୨୦ ସାଂସଦ ଗୋଡ଼ ଟେକି ବସିଛନ୍ତି, ସେମାନଙ୍କ ଗ୍ରୁପରେ ସାମିଲ୍ ହୋଇଗଲେ ସାୟନି। ଯେତେବେଳେ ରାଘବ ଚଢ଼ା ବିଜେପିରେ ସାମିଲ ହୋଇଥିଲେ। ସେତେବେଳେ ଏକ ଇଣ୍ଟରଭ୍ୟୁରେ ସାୟନି କହିଥିଲେ, ଚଢା ଚଡ଼ି ହୋଇପାରେ, କିନ୍ତୁ ଘୋଷ ସବୁବେଳେ ଘୋଷ ହୋଇ ରହିବ। ସେତେବେଳେ ବିଜେପି ସାୟନିଙ୍କୁ ଘେରିଥିଲା। ଶିଖ୍ ଓ ପଞ୍ଜାବୀ ସମୁଦାୟକୁ ଅପମାନିତ କରିବାର ଆରୋପ ଲଦିଥିଲା ବିଜେପି।
