Salman Upcoming Movie : ମାତୃଭୂମି - ନାଁ ପରିବର୍ତ୍ତନରୁ ନେଇ ରିଲିଜ ବିଳମ୍ୱ ଯାଏ..
ଫିଲ୍ମରେ କେବଳ ସୀମାରେ ସୈନିକଙ୍କ ବୀରତ୍ୱ ନୁହେଁ, ବରଂ ସେମାନଙ୍କ ତ୍ୟାଗ, ଭାବନା ଓ ପରିବାରରୁ ଦୂରେଇ ରହିବାର ଯନ୍ତ୍ରଣାକୁ ମଧ୍ୟ ଦେଖାଇବାକୁ ଚେଷ୍ଟା କରାଯାଇଛି। ଆକ୍ସନ, ଯୁଦ୍ଧ ଓ ଦେଶଭକ୍ତି ଫିଲ୍ମକୁ ପ୍ରଯୋଜନା କରିଛି ସଲମନ ଖାନ୍ ଫିଲ୍ମସ। ଫିଲ୍ମରେ ସଲମାନଙ୍କ ଚରିତ୍ରଟି ଗଲୱାନ ସଂଘର୍ଷ ସମୟରେ ଭାରତୀୟ ସେନାର ନେତୃତ୍ୱ ନେଇଥିବା କର୍ଣ୍ଣେଲ ବିକ୍କୁମଲ୍ଲା ସନ୍ତୋଷ ବାବୁଙ୍କ ସହ ଜଡ଼ିତ।

ଭାଇଜାନ୍ ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଅପକମିଂ ଓ୍ୱାର ଡ୍ରାମା ମୁଭି ମାତୃଭୂମି ଡିସେମ୍ୱର ୪ରେ ହେବ ରିଲିଜ। ଅପୂର୍ବ ଲାଖିଆଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମରେ ସଲମାନ ଖାନ୍ ୧୬ ବିହାର ରେଜିମେଣ୍ଟର କମାଣ୍ଡିଂ ଅଫିସର କର୍ଣ୍ଣଲ ବି.ସନ୍ତୋଷ ବାବୁଙ୍କ ଭୂମିକା ନିର୍ବାହ କରୁଛନ୍ତି। ତାଙ୍କ ପତ୍ନୀ ଭୂମିକାରେ ଚିତ୍ରାଙ୍ଗଦା ସିଂ ଥିଲା ବେଳେ ଅଙ୍କୁର ଭାଟ୍ଟିଆ ଓ ତାନ୍ୟା ଦେଶାଇ ଭି ପ୍ରମୁଖ ଭୂମିକାରେ ଅଛନ୍ତି। ଫିଲ୍ମର କାହାଣୀ ଭାରତ- ଚୀନ୍ ସୀମାରେ ଦୁଇ ଦେଶର ସୈନିକଙ୍କ ଭିତରେ ସଂଘର୍ଷ ଓ ଦୁଇ ଦେଶର ସୈନିକଙ୍କ ପରିବାର ଉପରେ ପଡ଼ିଥିବା ଏହାର ପ୍ରଭାବକୁ ଦର୍ଶାଯାଇଛି। ସଲମାନ ଖାନ୍ ଫିଲ୍ମ ଭାରତ ପରେ ପ୍ରାୟ ୭ ବର୍ଷର ଅନ୍ତରାଳରେ ମୁମ୍ୱାଇରେ ଏହାର ଏକ ବଡ଼ ପ୍ରିମିୟର ସୋ ଆୟୋଜନ କରିବାକୁ ପ୍ଲାନ୍ କରିଛନ୍ତି। ୨୦୧୯ରେ ଲିଡ୍ ରୋଲରେ ଥାଇ ବ୍ଲକବଷ୍ଟର ଫିଲ୍ମ ଭାରତ ପାଇଁ ବଡ଼ ପ୍ରିମିୟର ରଖିଥିଲେ ସଲମାନ। ଏଥିରେ ବଲିଉଡର ବଡ଼ ସେଲିବ୍ରିଟି ଓ ଫିଲ୍ମମେକରଙ୍କୁ ନିମନ୍ତ୍ରଣ କରାଯାଉଛି। ଫିଲ୍ମର ସୁଟିଂ ଲଦାଖରୁ ନେଇ ମୁମ୍ୱାଇ ଯାଏ, ପ୍ରବଳ ଥଣ୍ଡା ପାଗରେ କରାଯାଇଛି। ନିକଟରେ ଫିଲ୍ମର ପ୍ରମୋସନ ସକାଶେ ସଲମନ ଓ ଚିତ୍ରାଙ୍ଗଦା ଲକ୍ଷ୍ନୌ ପହଞ୍ଚିଥିଲେ। ସଲମାନଙ୍କ ଦେଶଭକ୍ତି ଓ ଯୁଦ୍ଧଭିତ୍ତିକ ଫିଲ୍ମ ‘ମାତୃଭୂମି: ମେ ୱାର୍ ରେଷ୍ଟ ଇନ୍ ପିସ୍’କୁ ନେଇ ଚର୍ଚ୍ଚା ଜୋର ଧରିଛି। ୨୦୨୦ ମସିହାର ଗଲୱାନ ଉପତ୍ୟକାରେ ଭାରତ ଓ ଚୀନ୍ ସେନା ମଧ୍ୟରେ ହୋଇଥିବା ସଂଘର୍ଷର ପୃଷ୍ଠଭୂମିକୁ ନେଇ ଏହି ଫିଲ୍ମ ନିର୍ମାଣ କରାଯାଇଛି। ଫିଲ୍ମରେ କେବଳ ସୀମାରେ ସୈନିକଙ୍କ ବୀରତ୍ୱ ନୁହେଁ, ବରଂ ସେମାନଙ୍କ ତ୍ୟାଗ, ଭାବନା ଓ ପରିବାରରୁ ଦୂରେଇ ରହିବାର ଯନ୍ତ୍ରଣାକୁ ମଧ୍ୟ ଦେଖାଇବାକୁ ଚେଷ୍ଟା କରାଯାଇଛି। ଆକ୍ସନ, ଯୁଦ୍ଧ ଓ ଦେଶଭକ୍ତି ଫିଲ୍ମକୁ ପ୍ରଯୋଜନା କରିଛି ସଲମନ ଖାନ୍ ଫିଲ୍ମସ। ଫିଲ୍ମରେ ସଲମାନଙ୍କ ଚରିତ୍ରଟି ଗଲୱାନ ସଂଘର୍ଷ ସମୟରେ ଭାରତୀୟ ସେନାର ନେତୃତ୍ୱ ନେଇଥିବା କର୍ଣ୍ଣେଲ ବିକ୍କୁମଲ୍ଲା ସନ୍ତୋଷ ବାବୁଙ୍କ ସହ ଜଡ଼ିତ। ଫିଲ୍ମରେ ସେନାର ସାହସ, ଦେଶ ପ୍ରତି କର୍ତ୍ତବ୍ୟ, ସୈନିକଙ୍କ ବଳିଦାନ ଓ ଯୁଦ୍ଧ ସମୟରେ ସେମାନଙ୍କ ମାନସିକ ଚାପକୁ ଦେଖାଯିବ। ଏହା ସହିତ ସେନାରେ ଥିବା ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଜୀବନ, ପରିବାର ସହ ସମ୍ପର୍କ ଓ ଘରଠାରୁ ଦୂରେଇ ରହିବାର ଯନ୍ତ୍ରଣାକୁ ମଧ୍ୟ କାହାଣୀରେ ସ୍ଥାନ ଦିଆଯାଇଛି। ପ୍ରଥମେ ଏହି ଫିଲ୍ମକୁ ‘ବ୍ୟାଟଲ୍ ଅଫ୍ ଗଲୱାନ୍’ ନାମରେ ପ୍ରଚାର କରାଯାଉଥିଲା। ପରେ ନିର୍ମାତାମାନେ ଏହାର ନାମ ପରିବର୍ତ୍ତନ କରି ‘ମାତୃଭୂମି: ମେ ୱାର୍ ରେଷ୍ଟ ଇନ୍ ପିସ୍’ ରଖିଥିଲେ। ନୂଆ ନାମ ମାଧ୍ୟମରେ ଫିଲ୍ମର କାହାଣୀକୁ କେବଳ ଯୁଦ୍ଧ ଓ ସଂଘର୍ଷ ମଧ୍ୟରେ ସୀମିତ ନ ରଖି ଦେଶଭକ୍ତି, ମାନବିକତା, ବଳିଦାନ ଓ ଯୁଦ୍ଧର ମୂଲ୍ୟବୋଧ ଉପରେ ଗୁରୁତ୍ୱ ଦେବାର ଉଦ୍ଦେଶ୍ୟ ରହିଥିବା ଚର୍ଚ୍ଚା ହେଉଛି। ନାମ ପରିବର୍ତ୍ତନକୁ ନେଇ ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥିଲା। ଫିଲ୍ମର ରିଲିଜ୍ ତାରିଖ ଏକାଧିକ ଥର ପରିବର୍ତ୍ତନ ହୋଇଛି। ନିର୍ମାଣ କାର୍ଯ୍ୟରେ ପରିବର୍ତ୍ତନ, ରିସୁଟ୍, ଭିଜୁଆଲ୍ ଇଫେକ୍ଟସ୍ ଓ ଭାରତ-ଚୀନ୍ ସଂଘର୍ଷର ସମ୍ୱେଦନଶୀଳତାକୁ ନେଇ ଫିଲ୍ମର ରିଲିଜ୍ ବିଳମ୍ୱ ହୋଇଥିବା ଚର୍ଚ୍ଚା ହୋଇଛି।
