Padmini’s Untold Bollywood Story : ଆଶା ଭୋସଲେ ଖୋଲିଥିଲେ ପଦ୍ମିନୀଙ୍କ ଭାଗ୍ୟର ଦ୍ୱାର
ପଦ୍ମିନୀ କୋହ୍ଲାପୁରୀ ସେୟାର କଲେ ନିଜ ଜୀବନର ଏକ ଅଭୁଲା କାହାଣୀ, କହିଲେ କିପରି ଆଶା ଭୋସଲେଙ୍କ ଯୋଗୁଁ ବଦଳିଥିଲା ତାଙ୍କ ଭାଗ୍ୟ।

ବଲିଉଡ୍ ଅଭିନେତ୍ରୀ ପଦ୍ମିନୀ କୋହ୍ଲାପୁରୀଙ୍କ ଅଭିନୟ ଯାତ୍ରା ପଛରେ ରହିଛି ଏକ ରୋଚକ କାହାଣୀ। ମାତ୍ର ୭ ବର୍ଷ ବୟସରେ ସେ ଫିଲ୍ମ ଦୁନିଆରେ ପାଦ ଥାପିଥିଲେ। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦ୍ମିନୀ ପ୍ରଥମେ ଅଭିନେତ୍ରୀ ନୁହେଁ, ବରଂ ଜଣେ ଗାୟିକା ହେବାକୁ ଚାହୁଁଥିଲେ। ମହାନ କଣ୍ଠଶିଳ୍ପୀ ଆଶା ଭୋସଲେଙ୍କ ଯୋଗୁଁ ତାଙ୍କୁ ପ୍ରଥମ ଫିଲ୍ମରେ ଅଭିନୟ କରିବାର ସୁଯୋଗ ମିଳିଥିଲା।
ନିକଟରେ ନିଜର ପ୍ରଥମ ଫିଲ୍ମ ମିଳିବାର ଅନୁଭୂତି ସେୟାର କରି ପଦ୍ମିନୀ କହିଛନ୍ତି ଯେ, ତାଙ୍କ ଜେଜେମା'ଙ୍କର 'ବଳବନ୍ତ ନାଟକ' ନାମକ ଏକ ଥିଏଟର କମ୍ପାନୀ ଥିଲା। ସେମାନଙ୍କ ପରିବାର ମଙ୍ଗେଶକର ପରିବାର ସହ ମଧ୍ୟ ଜଡ଼ିତ ଥିଲେ। ତାଙ୍କ ଜେଜେମା' ଚାହୁଁନଥିଲେ ଯେ ପରିବାରର କେହି ଫିଲ୍ମ ଇଣ୍ଡଷ୍ଟ୍ରିକୁ ଯାଆନ୍ତୁ। ହେଲେ ପଦ୍ମିନୀଙ୍କ ନୃତ୍ୟ ପ୍ରତିଭା ଦେଖି ସେ ତାଙ୍କୁ ଉତ୍ସାହିତ କରୁଥିଲେ। ପଦ୍ମିନୀ ଆଶା ଭୋସଲେଙ୍କ ଗୀତରେ ଅନେକ ନୃତ୍ୟ ପରିବେଷଣ କରୁଥିଲେ।
ଆଶା ଭୋସଲେଙ୍କ ଯୋଗୁଁ ଦେବ ଆନନ୍ଦଙ୍କ ସହ ହୋଇଥିଲା ପରିଚୟ
ପଦ୍ମିନୀଙ୍କ କହିବା ଅନୁଯାୟୀ, ଏକଦିନ ଆଶା ଭୋସଲେ ତାଙ୍କ ଘରକୁ ଆସିଥିବା ବେଳେ ଜେଜେମା' ତାଙ୍କୁ ପଦ୍ମିନୀଙ୍କ ପ୍ରତିଭା ବିଷୟରେ କହିଥିଲେ। ଏହାପରେ ପଦ୍ମିନୀ ଫିଲ୍ମ ପାଇଁ ଗୀତ ଗାଇବା ଆରମ୍ଭ କରିଥିଲେ।ଏହି ସମୟରେ 'ଇଶ୍କ ଇଶ୍କ ଇଶ୍କ' ଫିଲ୍ମ ପାଇଁ ଏକ ଗୀତ ରେକର୍ଡିଂ ଚାଲିଥିଲା। ଏହି ଗୀତରେ ଆଶା ଭୋସଲେ ମୁଖ୍ୟ କଣ୍ଠଶିଳ୍ପୀ ଥିଲେ। ରେକର୍ଡିଂ ସମୟରେ ଫିଲ୍ମର ନିର୍ମାତା ଓ ନିର୍ଦ୍ଦେଶକ ଦେବ ଆନନ୍ଦ ମଧ୍ୟ ଉପସ୍ଥିତ ଥିଲେ। ଆଶା ଭୋସଲେ ହିଁ ପଦ୍ମିନୀଙ୍କୁ ଦେବ ଆନନ୍ଦଙ୍କ ସହ ପରିଚିତ କରାଇଥିଲେ ଏବଂ ତାଙ୍କ ଆଗାମୀ ଫିଲ୍ମରେ ସୁଯୋଗ ଦେବାକୁ ଅନୁରୋଧ କରିଥିଲେ।

ଜୀନତ ଅମାନଙ୍କ ଷଷ୍ଠ ଭଉଣୀ ହୋଇଥିଲେ ପଦ୍ମିନୀ
ଆଶା ଭୋସଲେଙ୍କ ଅନୁରୋଧ ରଖି ଦେବ ଆନନ୍ଦ ନିଜ ଫିଲ୍ମ 'ଇଶ୍କ ଇଶ୍କ ଇଶ୍କ'ରେ ପଦ୍ମିନୀଙ୍କୁ ଅଭିନୟର ସୁଯୋଗ ଦେଇଥିଲେ। ଏହି ଫିଲ୍ମରେ ସେ ଅଭିନେତ୍ରୀ ଜୀନତ ଅମାନଙ୍କ ଚରିତ୍ରର ଷଷ୍ଠ ଭଉଣୀ ଭାବେ ନଜର ଆସିଥିଲେ। ଯଦିଓ ଫିଲ୍ମଟି ବକ୍ସ ଅଫିସରେ ବିଶେଷ ସଫଳତା ପାଇନଥିଲା, କିନ୍ତୁ ଏହାର ଗୀତଗୁଡ଼ିକ ଖୁବ୍ ଲୋକପ୍ରିୟ ହୋଇଥିଲା।ପରବର୍ତ୍ତୀ ସମୟରେ ରାଜ କପୁରଙ୍କ ଫିଲ୍ମ 'ସତ୍ୟମ ଶିବମ ସୁନ୍ଦରମ'ରେ ବେବି ରୂପା ଭୂମିକାରେ ଅଭିନୟ କରି ପଦ୍ମିନୀ ବିଶେଷ ପରିଚୟ ହାସଲ କରିଥିଲେ।
ଅନେକ ହିଟ୍ ଫିଲ୍ମରେ କରିଛନ୍ତି ଅଭିନୟ
ପଦ୍ମିନୀ କୋହ୍ଲାପୁରୀ ନିଜ ଦୀର୍ଘ ଅଭିନୟ କ୍ୟାରିୟରରେ 'ଜିନ୍ଦଗୀ', 'ଡ୍ରିମ୍ ଗାର୍ଲ', 'ଇନସାଫ କା ତରାଜୁ', 'ଫଟା ପୋଷ୍ଟର ନିକଲା ହିରୋ', 'ପାନିପତ' ଓ 'ପ୍ରବାସ' ଭଳି ଅନେକ ଫିଲ୍ମରେ କାମ କରିଛନ୍ତି। ତାଙ୍କ ଅଭିନୟ ଯାତ୍ରାର ଆରମ୍ଭ ଯେଉଁଭଳି ଏକ ସୁନ୍ଦର ସଂଯୋଗରୁ ହୋଇଥିଲା, ତାହା ଆଜି ମଧ୍ୟ ତାଙ୍କ ପାଇଁ ଏକ ଅଭୁଲା ସ୍ମୃତି ହୋଇ ରହି
