Bhaijaan’s Grand Comeback : ୭ ବର୍ଷ ପରେ ଭାଇଜାନଙ୍କ ଗ୍ରାଣ୍ଡ ଶୋ
୭ ବର୍ଷ ପରେ ଗ୍ରାଣ୍ଡ ଅନ୍ଦାଜରେ ଫେରିବେ ଭାଇଜାନ୍! ‘ମାତୃଭୂମି’ ପାଇଁ ମୁମ୍ବାଇରେ ହେବ ଭବ୍ୟ ପ୍ରିମିୟର, ଏକାଠି ହେବେ ବଲିଉଡ୍ର ବଡ଼ ବଡ଼ ଷ୍ଟାର୍!

ବଲିଉଡ୍ ସୁପରଷ୍ଟାର ସଲମାନ ଖାନ୍ ଏବେ ନିଜର ଆଗାମୀ ଫିଲ୍ମ ‘ମାତୃଭୂମି: ମେ ୱାର୍ ରେଷ୍ଟ ଇନ୍ ପିସ୍’କୁ ନେଇ ଚର୍ଚ୍ଚାରେ। ଏହି ଯୁଦ୍ଧଭିତ୍ତିକ ଡ୍ରାମା ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ରହିଛି ଖୁବ୍ ଉତ୍ସାହ। ଫିଲ୍ମର ରିଲିଜ୍ ପାଇଁ ଦର୍ଶକ ଅପେକ୍ଷା କରିଥିବା ବେଳେ ଏବେ ଏହାର ପ୍ରିମିୟରକୁ ନେଇ ଆସିଛି ଏକ ବଡ଼ ଖବର। ବଲିଉଡ୍ ହଙ୍ଗାମାର ରିପୋର୍ଟ ଅନୁସାରେ, ସଲମାନ ଖାନ୍ ମୁମ୍ବାଇରେ ଏହି ଫିଲ୍ମର ଏକ ଗ୍ରାଣ୍ଡ ପ୍ରିମିୟର ଆୟୋଜନ କରିବାକୁ ଯୋଜନା କରୁଛନ୍ତି। ଏଥିରେ ବଲିଉଡ୍ର ବହୁ ନାମୀଦାମୀ କଳାକାର, ନିର୍ଦ୍ଦେଶକ ଓ ଫିଲ୍ମ ନିର୍ମାତା ଯୋଗ ଦେଇପାରନ୍ତି। ଖାସ୍ କଥା ହେଉଛି, ଲିଡ୍ ହିରୋ ଭାବେ ସଲମାନଙ୍କ କୌଣସି ଫିଲ୍ମର ଏଭଳି ବଡ଼ ପ୍ରିମିୟର ପ୍ରାୟ ୭ ବର୍ଷ ପରେ ହେବାକୁ ଯାଉଛି।
ଫିଲ୍ମକୁ ନେଇ ଉତ୍ସାହିତ ଭାଇଜାନ୍
ରିପୋର୍ଟ ଅନୁସାରେ, ସଲମାନ ନିଜର ଏହି ଫିଲ୍ମକୁ ନେଇ ବେଶ୍ ଖୁସି ଅଛନ୍ତି। ତାଙ୍କର କିଛି ଘନିଷ୍ଠ ବନ୍ଧୁ ଏହି ଫିଲ୍ମ ଦେଖିସାରିଥିବା ବେଳେ ଏବେ ସେ ବଲିଉଡ୍ର ଅନ୍ୟ ବଡ଼ ବଡ଼ ହସ୍ତୀଙ୍କୁ ମଧ୍ୟ ଫିଲ୍ମ ଦେଖାଇବାକୁ ଚାହୁଁଛନ୍ତି। ଏଥିପାଇଁ ମୁମ୍ବାଇରେ ଏକ ଭବ୍ୟ ପ୍ରିମିୟର ଆୟୋଜନ କରିବାକୁ ଯୋଜନା ଚାଲିଛି।
ବଡ଼ ପରଦାରେ ହେବ ଟକ୍କର
ସୂଚନା ଅନୁସାରେ, ‘ମାତୃଭୂମି: ମେ ୱାର୍ ରେଷ୍ଟ ଇନ୍ ପିସ୍’ ଡିସେମ୍ବର ୪, ୨୦୨୬ରେ ସିନେମା ହଲ୍କୁ ଆସିବ। ବକ୍ସ ଅଫିସ୍ରେ ଏହି ଫିଲ୍ମର ଟକ୍କର ଶ୍ରଦ୍ଧା କପୁରଙ୍କ ଫିଲ୍ମ ‘ଇଠା’ ସହ ହେବ। ଏବେ ଦେଖିବାକୁ ବାକି ରହିଲା, ସଲମାନଙ୍କ ଏହି ୱାର୍ ଡ୍ରାମା ଦର୍ଶକଙ୍କ ମନ ଜିଣିବାରେ କେତେ ସଫଳ ହେଉଛି !
