ପୂର୍ବତନ ମେୟର ସବ୍ୟସାଚୀ ଦତ୍ତ ଗିରଫ
ଜଣେ ବ୍ୟବସାୟୀ ଅଭିଯୋଗ କରିଥିଲେ ଯେ, ୨୦୧୮ ମସିହାରେ ସବ୍ୟସାଚୀ ଦତ୍ତା ତାଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଥିଲେ। ଏହି ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ଏବଂ ପରେ ତାଙ୍କୁ ଗିରଫ କରାଯାଇଛି।

ମେୟରଙ୍କୁ ଉଠାଇନେଲା ପୁଲିସ…ଜବରଦସ୍ତି ଆଦାୟ କରୁଥିଲେ ଟଙ୍କା
ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ପାଇଁ ଆଉ ଏକ ବଡ଼ ଝଟକା ଲାଗିଛି। ଟିଏମସିର ବରିଷ୍ଠ ନେତା ଏବଂ ବିଧାନନଗର ମ୍ୟୁନିସିପାଲ କର୍ପୋରେସନର ପୂର୍ବତନ ମେୟର ସବ୍ୟସାଚୀ ଦତ୍ତଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ବିରୋଧରେ ଜବରଦସ୍ତି ବଟି ଆଦାୟ ଏବଂ ଧମକ ଦେବା ଭଳି ସଙ୍ଗୀନ ଅଭିଯୋଗ ରହିଛି। ସୋମବାର ରାତିରେ ବିଧାନନଗର ପୋଲିସ ଏକ ବିଶେଷ ଅଭିଯାନ ଚଳାଇ ରାଜାରହାଟସ୍ଥିତ ତାଙ୍କ ବାସଭବନରୁ ସବ୍ୟସାଚୀ ଦତ୍ତଙ୍କୁ ଗିରଫ କରିଥିଲା। ପୁଲିସ ଅନୁସାରେ ତାଙ୍କ ବିରୋଧରେ ବହୁ କୋଟି ଟଙ୍କାର ଜବରଦସ୍ତି ଆଦାୟ ସମ୍ପର୍କିତ ଅଭିଯୋଗ ଦୀର୍ଘଦିନ ଧରି ଉଠୁଥିଲା। ଜଣେ ବ୍ୟବସାୟୀ ଅଭିଯୋଗ କରିଥିଲେ ଯେ, ୨୦୧୮ ମସିହାରେ ସବ୍ୟସାଚୀ ଦତ୍ତା ତାଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଥିଲେ। ଏହି ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ଏବଂ ପରେ ତାଙ୍କୁ ଗିରଫ କରାଯାଇଛି। ସବ୍ୟସାଚୀ ଦତ୍ତା ପଶ୍ଚିମବଙ୍ଗ ରାଜନୀତିର ଏକ ପରିଚିତ ଚେହେରା। ସେ ପୂର୍ବରୁ ବିଧାନନଗରର ମେୟର ଏବଂ ଟିଏମସି ବିଧାୟକ ଭାବେ କାର୍ଯ୍ୟ କରିଥିଲେ। ୨୦୧୯ରେ ସେ ବିଜେପିରେ ଯୋଗ ଦେଇଥିଲେ। କିନ୍ତୁ ୨୦୨୧ରେ ପୁଣି ଟିଏମସିକୁ ଫେରିଥିଲେ। ବିଧାନନଗର-ରାଜାରହାଟ ଅଞ୍ଚଳରେ ତାଙ୍କର ଭଲ ରାଜନୈତିକ ପ୍ରଭାବ ରହିଛି। ଏବେ ଟିଏମସି ଭିତରେ ବିଦ୍ରୋହ, ନେତାଙ୍କ ଗିରଫଦାରି ସାଙ୍ଗକୁ ଦଳ ଛାଡ଼ିବା ଘଟଣା ବଢ଼ିଛି। ସବ୍ୟସାଚୀ ଦତ୍ତାଙ୍କ ଗିରଫକୁ ବିରୋଧୀମାନେ ଟିଏମସିର ଆଭ୍ୟନ୍ତରୀଣ ସଂକଟର ପ୍ରତିଫଳନ ବୋଲି କହୁଛନ୍ତି।
