Rtd IAS Murder:ଆଇଏଏସଙ୍କ ଗଳା କାଟି ଥିଲା ଚାକର
ଅବସରପ୍ରାପ୍ତ ଆଇଏଏସ ରାକେଶ ଅଗ୍ରଓ୍ୱାଲଙ୍କୁ ତାଙ୍କ ଘରେ ହିଁ ଗଳା କାଟି ହତ୍ୟା କରାଯାଇଥିଲା। ହତ୍ୟାକାଣ୍ଡ ବେଳେ ରାକେଶଙ୍କ ପତ୍ନୀ ଅଲଗା କୋଠରୀରେ ଥିଲେ।ହତ୍ୟାର ମାତ୍ର ୩ ଦିନ ପୂର୍ବରୁ କାମରେ ଯୋଗ ଦେଇଥିଲା କେୟାରଟେକର ବରୁଣ। ଅଭିଯୁକ୍ତକୁ ମାସେ ପରେ ଗିରଫ କରି ହାଫ-ଏନକାଉଣ୍ଟର

ଅବସରପ୍ରାପ୍ତ ଆଇଏଏସ ରାକେଶ ଅଗ୍ରଓ୍ୱାଲଙ୍କ ମର୍ଡର ମାମଲାରେ ଅଭିଯୁକ୍ତକୁ ମାସେ ପରେ ଧରିଲା ପୁଲିସ। ତା ପୁଣି ହାଫ୍ ଏନକାଉଣ୍ଟର କରି। ଅଭିଯୁକ୍ତ ଆଉ କେହି ନୁହେଁ, ରାକେଶଙ୍କ ଘରର ଚାକର। ଭୋପାଳରେ ପ୍ରାୟ ମାସକ ପୂର୍ବରୁ ରାକେଶଙ୍କୁ ହତ୍ୟା କରି ଫେରାର୍ ହୋଇଯାଇଥିଲା ଘରର ଚାକର ତଥା କେୟାରଟେକର ବରୁଣ। ପୁଲିସ ବରୁଣକୁ ୟୁପିର ଆଗ୍ରାରୁ ଗିରଫ କରିଛି। ପୁଲିସର କହିବା କଥା, ଆଜି ଭୋର ୫ଟାରେ ମୁଗଲିଆ ପାଖରେ ପୁଲିସଠୁ ବନ୍ଧୁକ ଛଡ଼ାଇ ଫେରାର ହେବାକୁ ବରୁଣ ବସିଥିଲା ବେଳେ ତାକୁ ରୋକିବାକୁ ତା ଗୋଡ଼କୁ ଗୁଳି କରିଥିଲା। ଅଭିଯୁକ୍ତର ଚିକିତ୍ସା ଲାଗି ତାକୁ ହମିଦିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପ୍ଟେମ୍ୱର ୩୦। ଅବସରପ୍ରାପ୍ତ ଆଇଏଏସ ରାକେଶ ଅଗ୍ରଓ୍ୱାଲଙ୍କୁ ତାଙ୍କ ଘରେ ହିଁ ଗଳା କାଟି ହତ୍ୟା କରାଯାଇଥିଲା। ହତ୍ୟାକାଣ୍ଡ ବେଳେ ରାକେଶଙ୍କ ପତ୍ନୀ ଅଲଗା କୋଠରୀରେ ଥିଲେ। ତାଙ୍କୁ କୋଠରୀରେ ତାଲା ପକାଇଦେଇଥିଲା ବରୁଣ। ରାକେଶଙ୍କ ବୟସ ୭୦ ଥିଲା। ହାଇପ୍ରୋଫାଇଲ ମାମଲା ହେତୁ ପୁଲିସ ତୁରନ୍ତ ତଦନ୍ତ କରି ସବୁତକ ସନ୍ଦେହ କେୟାରଟେକର ବରୁଣ ଉପରେ କରିଥିଲା। ବରୁଣ ଉପରେ ସନ୍ଦେହ ଏଥିଲାଗି ହୋଇଥିଲା ଯେ, ତାକୁ ୨ ଦିନ ତଳେ କାମରେ ରଖାଯାଇଥିଲା। ଆଉ ଘଟଣା ପରଠୁ ସେ ଗାଏବ ହୋଇଯାଇଥିଲା। ୧୯୮୨ ବ୍ୟାଚ୍ର ମଧ୍ୟପ୍ରଦେଶ କ୍ୟାଡର IAS ଅଧିକାରୀ ଥିଲେ ଅଗ୍ରଓ୍ୱାଲ । ତାଙ୍କ ମୃତଦେହ ଭୋପାଳର ସୂରଜ ନଗରସ୍ଥିତ ବାସଭବନରୁ ସେପ୍ଟେମ୍ୱର ୩୦ ତାରିଖ ସକାଳେ ମିଳିଥିଲା। ତାଙ୍କ ଗଳାକୁ ଧାରୁଆ ଅସ୍ତ୍ରରେ କାଟି ହତ୍ୟା କରାଯାଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଥିଲା।
କେମିତି ହେଲା ହତ୍ୟା?
ପୋଲିସ ତଦନ୍ତ ଅନୁସାରେ, ରାକେଶ ଅଗ୍ରୱାଲ ଶାରୀରିକ ଅସୁସ୍ଥତା କାରଣରୁ ନିଜ ଦେଖାଶୁଣା ପାଇଁ ଜଣେ କେୟାରଟେକର୍ ନିଯୁକ୍ତ କରିଥିଲେ। ବରୁଣ କୁମାରଙ୍କୁ ଏକ ଏଜେନ୍ସି ମାଧ୍ୟମରେ ନିଯୁକ୍ତ କରାଯାଇଥିଲା। ହତ୍ୟାର ମାତ୍ର ୩ ଦିନ ପୂର୍ବରୁ ସେ କାମରେ ଯୋଗ ଦେଇଥିଲା। ହତ୍ୟା ପରେ ଘରର ଆଲମାରୀ ଖୋଲା ଓ ଜିନିଷପତ୍ର ଏପଟ ସେପଟ ହୋଇଥିବା ଦେଖାଯାଇଥିଲା।ଘରୁ ମୂଲ୍ୟବାନ ଜିନିଷ ନେଇ ଅଭିଯୁକ୍ତ ଫେରାର୍ ହୋଇଥିବା ସନ୍ଦେହ କରାଯାଇଥିଲା।ଘରେ ଗ୍ୟାସ୍ ପାଇପ୍ ଖୋଲି ଅଗ୍ନିକାଣ୍ଡ ଘଟାଇ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ ହୋଇଥିବା ପୋଲିସର ସନ୍ଦେହ ଥିଲା
ଆଗ୍ରାରୁ ଗିରଫ ହେଲା ଅଭିଯୁକ୍ତ
ହତ୍ୟା ପରଠାରୁ ବରୁଣ କୁମାର ଫେରାର୍ ଥିଲା। ତାକୁ ଧରିବା ପାଇଁ ଭୋପାଳ ପୋଲିସ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଦିଲ୍ଲୀ ଓ ପଞ୍ଜାବର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲା। ଅଭିଯୁକ୍ତଙ୍କୁ ଧରିବା ପାଇଁ ୫୦ ହଜାର ଟଙ୍କା ପୁରସ୍କାର ଘୋଷଣା ହୋଇଥିଲା।ପୋଲିସ CCTV ଫୁଟେଜ୍ ଓ ଅନ୍ୟାନ୍ୟ ତଥ୍ୟ ଆଧାରରେ ତଦନ୍ତ କରିଥିଲା।ଶେଷରେ ନଭେମ୍ବର ୨ ତାରିଖରେ ଉତ୍ତରପ୍ରଦେଶର ଆଗ୍ରାରୁ ବରୁଣଙ୍କୁ ଗିରଫ କରାଯାଇଥିଲା। ଆଜି ଅଭିଯୁକ୍ତକୁ କୋର୍ଟରେ ହାଜର କରାଯାଇଛି।
କେମିତି ହେଲା ହାଫ୍ ଏନକାଉଣ୍ଟର?
ନଭେମ୍ବର ୩ ତାରିଖ ସକାଳେ ଅଭିଯୁକ୍ତଙ୍କୁ ଆଗ୍ରାରୁ ଭୋପାଳ ଅଣାଯାଉଥିଲା। ଏହି ସମୟରେ ଭୋପାଳର ମୁଗଲିଆ ଛାପ୍ ଅଞ୍ଚଳ ନିକଟରେ ଘଟିଥିଲା ଏହି ଘଟଣା।ପୋଲିସର କହିବା ଅନୁସାରେ,ସକାଳ ପ୍ରାୟ ୪ଟା ୪୫ରୁ ୫ଟା ମଧ୍ୟରେ ପୋଲିସ ଗାଡ଼ି ଅଟକିଥିଲା। ଅଭିଯୁକ୍ତ ଶୌଚ ହେବା ବାହାନାରେ ବାହାରକୁ ଯାଇଥିଲେ। ସେ ଜଣେ ସବ୍-ଇନ୍ସପେକ୍ଟରଙ୍କ ସର୍ଭିସ୍ ପିସ୍ତଲ ଛଡ଼ାଇ ଖସିଯିବାକୁ ଉଦ୍ୟମ କରିଥିବା ପୋଲିସ କହିଛି।ଏହି ସମୟରେ ପୋଲିସ ଓ ଅଭିଯୁକ୍ତଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହି ଧସ୍ତାଧସ୍ତି ସମୟରେ ଗୁଳି ଫୁଟି ବରୁଣଙ୍କ ଗୋଡ଼ରେ ବାଜିଥିଲା। ତାଙ୍କୁ ଗିରଫ କରି ଭୋପାଳର ହମିଦିଆ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
