ଜେନ୍ ଜିଙ୍କ ସହ କଥା ହେବେ ଆରଏସଏସ ମୁଖ୍ୟ
ମୋହନ ଭାଗଓ୍ୱତ କହିଥିଲେ, ସମୟ ସହ ପରିବର୍ତ୍ତନ ହେବା ବହୁତ ଜରୁରୀ। ପରିବର୍ତ୍ତନ ଏକ ସ୍ୱାଭାବିକ ପ୍ରକ୍ରିୟା ଓ ଏଥିରୁ ବ୍ୟକ୍ତି ଅନୁଭବରୁ ଲଗାତାର ଶିକ୍ଷାଲାଭ କରିଥାଏ। ଭାରତରେ ଚର୍ଚ୍ଚିତ ‘ଜେନ୍-ଜି (Gen G)’ ଆନ୍ଦୋଳନ ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ ମଧ୍ୟ ଆଲୋଚନାର ବିଷୟ ପାଲଟିଛି। ତେବେ ଏହାର ପ୍ରଭାବ ବର୍ତ୍ତମାନ ସୁଦ୍ଧା ପ୍ରାୟତଃ ରାଜନୈତିକ ଚର୍ଚ୍ଚା, ସୋସିଆଲ ମିଡିଆ ଓ ଯୁବ ସମାଜ ପାଇଁ ପ୍ରେରଣା ମଧ୍ୟରେ ସୀମିତ ରହିଛି।

ଜେନ୍ ଜିଙ୍କୁ ମନାଅ। ଜେନ୍ ଜି ତାତିଲେ ସ୍ଥିତି ଅସମ୍ଭାଳ ହେବ। ଦିଲ୍ଲୀର ଜନ୍ତରମନ୍ତରରେ କକ୍ରୋଚ ଜନତା ପାର୍ଟିର ଆନ୍ଦୋଳନରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେଲେ ଧର୍ମେନ୍ଦ୍ର ପ୍ରଧାନ। ଅଧା ରାତିରେ ଯୁବଶକ୍ତିଙ୍କୁ ସମ୍ୱୋଧିତ କରିବାକୁ ବାଧ୍ୟ ହୋଇଗଲେ ପ୍ରଧାନମନ୍ତ୍ରୀ ମୋଦି। ନିଟ୍ ପେପର ଲିକ୍ ମାମଲାରେ ଜେନ୍ ଜି ପୀଢ଼ିର ଆନ୍ଦୋଳନ ଦେଶର ରାଜନୀତିକୁ ହଲଚଲ କରିଦେଲାଣି। ଆଉ ଏହାକୁ ଦେଖି ଅଗଷ୍ଟ ୬ରେ ଶହେରୁ ଅଧିକ ସହରରେ ଜେନ୍-ଜି ଓ ଜେନ୍ ଅଲଫା ସହ କଥା ହେବେ ଆରଏସଏସ ମୁଖ୍ୟ ମୋହନ ଭାଗଓ୍ୱତ। ଏଥିରେ ୨ହଜାରରୁ ଅଧିକ ଯୁବ ସାମିଲ ହେବାର ସମ୍ଭାବନା ରହିଛି। IIMUN ବା ଇଣ୍ଡିୟାଜ ଇଣ୍ଟରନାସନାଲ ମୁଭମେଣ୍ଟ ଟୁ ୟୁନାଇଟେଡ ନେସନର ୧୫ତମ ବର୍ଷପୂର୍ତ୍ତିରେ ମୁମ୍ୱାଇର ଅମ୍ୱାନୀ ସେଣ୍ଟରରେ କାର୍ଯ୍ୟକ୍ରମର ଆୟୋଜନ ହେବ। ଦିଲ୍ଲୀର ଜନ୍ତରମନ୍ତରରେ ସିଜେପିର ଆନ୍ଦୋଳନରେ ବଡ ଧରଣର ପ୍ରଦର୍ଶନ ଓ ବିପୁଳ ସଂଖ୍ୟାରେ ଜେନ୍-ଜିଙ୍କ ଅଂଶୀଦାର ପରେ ଏବେ ନୂଆ ଜେନେରେସନ ସହ କଥାବାର୍ତ୍ତା ହେବା ଜରୁରୀ ବୋଲି ଉପଲବ୍ଧି କରାଗଲାଣି। ଏହି ଆନ୍ଦୋଳନ ବେଳେ ହିଁ ପ୍ରଧାନମନ୍ତ୍ରୀ ଇନଷ୍ଟାଗ୍ରାମରେ ଆକ୍ଟିଭ୍ ହୋଇ ଯୁବବର୍ଗଙ୍କୁ ସମ୍ୱୋଧିତ ଲାଗି ରିଲ୍ସ ବି ସେୟାର କରିଥିଲେ। ଆଉ ଏବେ ଆରଏସଏସ ବି ଜେନ୍ -ଜିଙ୍କ ସହ ଯୋଡ଼ିବାକୁ ଫୈସଲା କରିଛି। ଅଗଷ୍ଟ ୬ରେ ୧୫ରୁ ୧୯ ବର୍ଷର ଛାତ୍ରବର୍ଗ ମୋହନ ଭାଗଓ୍ୱତଙ୍କ ସହ ଭିଡ଼ିଓ କନଫରେନ୍ସିଂ ଜରିଆରେ ଯୋଡ଼ି ହେବେ। IIMUN ଯୁବବର୍ଗର ଏକ ପ୍ଲାଟଫର୍ମ ଅଟେ। ଯିଏ ୪୦ରୁ ଅଧିକ ଦେଶରେ ସକ୍ରିୟ ରହିଛି। ୨୦୧୧ରେ ଏହାର ସ୍ଥାପନା ହୋଇଥିଲା। ଏହାର ପରିଚାଳନା ଯୁବବର୍ଗ କରୁଛନ୍ତି। ଏଥିରେ ପ୍ରାୟ ସାଢ଼େ ୭କୋଟି ଯୁବକ ସାମିଲ ଥିବାର ଦାବି କରାଯାଉଛି। ପୂର୍ବରୁ ବି ମୋହନ କହିଥିଲେ, ଯୁବବର୍ଗଙ୍କ ସହ କଥାବାର୍ତ୍ତା ଜରିଆରେ ଯେକୌଣସି ସମସ୍ୟାର ସମାଧାନ ସମ୍ଭବ। ଜେନ୍ ଉଲଫା ୨୦୧୦ରୁ ୨୦୨୪ ଭିତରେ ଜନ୍ମ ହୋଇଛନ୍ତି। ଆଉ ଜେନ-ଜେଡ୍ ୧୯୯୭ରୁ ୨୦୧୨ ଭିତରେ ଜନ୍ମ ହୋଇଥିବା ପୀଢ଼ିଙ୍କୁ ବୁଝାଏ। ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବା ପରେ ଆରଏସଏସ ମୁଖ୍ୟ ମୋହନ ଭାଗଓ୍ୱତ କହିଥିଲେ, ସମୟ ସହ ପରିବର୍ତ୍ତନ ହେବା ବହୁତ ଜରୁରୀ। ପରିବର୍ତ୍ତନ ଏକ ସ୍ୱାଭାବିକ ପ୍ରକ୍ରିୟା ଓ ଏଥିରୁ ବ୍ୟକ୍ତି ଅନୁଭବରୁ ଲଗାତାର ଶିକ୍ଷାଲାଭ କରିଥାଏ। ଭାରତରେ ଚର୍ଚ୍ଚିତ ‘ଜେନ୍-ଜି (Gen G)’ ଆନ୍ଦୋଳନ ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ ମଧ୍ୟ ଆଲୋଚନାର ବିଷୟ ପାଲଟିଛି। ତେବେ ଏହାର ପ୍ରଭାବ ବର୍ତ୍ତମାନ ସୁଦ୍ଧା ପ୍ରାୟତଃ ରାଜନୈତିକ ଚର୍ଚ୍ଚା, ସୋସିଆଲ ମିଡିଆ ଓ ଯୁବ ସମାଜ ପାଇଁ ପ୍ରେରଣା ମଧ୍ୟରେ ସୀମିତ ରହିଛି। ଭାରତର ଏହି ଆନ୍ଦୋଳନକୁ ନେଇ ପାକିସ୍ତାନର ସୋସିଆଲ ମିଡିଆରେ ବ୍ୟାପକ ଚର୍ଚ୍ଚା ହୋଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭଉଣୀ ଆଲିମା ଖାନ ମଧ୍ୟ ପାକିସ୍ତାନର ଯୁବପିଢ଼ୀଙ୍କୁ ଭାରତର ଆନ୍ଦୋଳନରୁ ପ୍ରେରଣା ନେଇ ନିଜ ଅଧିକାର ପାଇଁ ସଂଗଠିତ ହେବାକୁ ଆହ୍ୱାନ କରିଥିବା ଖବର ପ୍ରକାଶ ପାଇଛି। ଭାରତର ‘ଜେନ୍-ଜି’ ଆନ୍ଦୋଳନକୁ ନେପାଳର ପୂର୍ବ ଯୁବ ଆନ୍ଦୋଳନ ସହ ତୁଳନା କରାଯାଉଛି। ବିଶ୍ଳେଷକଙ୍କ ମତରେ ନେପାଳର ଆନ୍ଦୋଳନ ଅଧିକ ହିଂସାତ୍ମକ ଥିବାବେଳେ ଭାରତରେ ଡିଜିଟାଲ ମାଧ୍ୟମ ଓ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଶ୍ରୀଲଙ୍କାର କିଛି ରାଜନୈତିକ ବିଶ୍ଳେଷକ ଓ କାର୍ଟୁନିଷ୍ଟ ଭାରତର ଯୁବ ଆନ୍ଦୋଳନକୁ ଉଦାହରଣ ଭାବେ ଉପସ୍ଥାପନ କରି ଯୁବପିଢ଼ୀର ଭୂମିକା ଓ ସରକାରଙ୍କ ଜବାବଦେହି ଉପରେ ଆଲୋଚନା କରିଛନ୍ତି। ବାଂଲାଦେଶର ଗଣମାଧ୍ୟମରେ ମଧ୍ୟ ଭାରତର ‘ଜେନ୍-ଜି’ ଆନ୍ଦୋଳନକୁ ଦକ୍ଷିଣ ଏସିଆର ଡିଜିଟାଲ ଯୁବ ଆନ୍ଦୋଳନର ଏକ ଉଦାହରଣ ଭାବେ ଉଲ୍ଲେଖ କରାଯାଇଛି। ତେବେ ସେଠାରେ ଏହା ଭଳି କୌଣସି ସଂଗଠିତ ଆନ୍ଦୋଳନ ଆରମ୍ଭ ହୋଇଥିବା ପ୍ରମାଣ ମିଳିନାହିଁ । ଭାରତରେ ‘ଜେନ୍-ଜି’ ଆନ୍ଦୋଳନ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନିୟମିତତା, ବେକାରି ଓ ଯୁବ ସମସ୍ୟାକୁ କେନ୍ଦ୍ର କରି ଆରମ୍ଭ ହୋଇଥିଲା। ଏହା ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ହେବା ସହ ସରକାର ଉପରେ ଚାପ ବଢ଼ାଇଥିଲା ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ପର୍ଯ୍ୟନ୍ତ ପରିସ୍ଥିତି ସୃଷ୍ଟି କରିଥିଲା।
