ଅଭିଜିତ ଦୀପକେଙ୍କୁ ଗିରଫ କର..
ସଠିକ ସମୟରେ ସୋନମ ଓ୍ୱାଙ୍ଗଚୁକଙ୍କୁ ପୁଲିସ ହେପାଜତକୁ ନେଇଛି। ନଚେତ ଦିଲ୍ଲୀର ମାହୋଲ ଅଧିକ ବିଗିଡ଼ିଥାଆନ୍ତା। ଦୀପକେ ନିଜ ଫାଏଦା ଲାଗି ସବୁ କିଛି କରୁଛନ୍ତି। ଏହା ସହ ସିଜେପିକୁ ସମର୍ଥନ ନ କରିବାକୁ ଅପିଲ୍ କରିଛନ୍ତି ଅନସାରୀ।

ଅଭିଜିତ ଦୀପକେଙ୍କୁ ଗିରଫ କର। ସୋସିଆଲ ମିଡିଆ ଇନଫ୍ଳୁଏନ୍ସର ଫୈଜାନ ଅନସାରୀ ଦିଲ୍ଲୀ ପୁଲିସରେ ଏତଲା ଦେଇଛନ୍ତି। ଦୀପକେଙ୍କୁ ଗିରଫ କରିବାକୁ ଡିସିପିଙ୍କୁ ଅପିଲ୍ କରିଛନ୍ତି। ଅନସାରୀ କହିଛନ୍ତି, ତାଙ୍କୁ ସିଜେପି ସମର୍ଥକ ଆକ୍ରମଣ କରିଥିବାର ପ୍ରମାଣ ରହିଛି। ପୁଣେ ଓ ଔରଙ୍ଗାବାଦରେ ତାଙ୍କ ଉପରେ ଆକ୍ରମଣ କରାଯାଇଛି। ଏ ସନ୍ଦର୍ଭରେ ଦୁଇଟି କେସ୍ ହୋଇଛି। ଦିଲ୍ଲୀ ପୁଲିସ ତୁରନ୍ତ ଅଭିଜିତଙ୍କୁ ଗିରଫ କରୁ। ଏହା ସହ ଦିଲ୍ଲୀ ପୁଲିସ ଓ ମୁଖ୍ୟମନ୍ତ୍ରୀଙ୍କୁ ବି ଭୂରି ଭୂରି ପ୍ରଶଂସା କରିଛନ୍ତି ଅନସାରୀ। ଅନସାରୀ କହିଛନ୍ତି, ସଠିକ ସମୟରେ ସୋନମ ଓ୍ୱାଙ୍ଗଚୁକଙ୍କୁ ପୁଲିସ ହେପାଜତକୁ ନେଇଛି। ନଚେତ ଦିଲ୍ଲୀର ମାହୋଲ ଅଧିକ ବିଗିଡ଼ିଥାଆନ୍ତା। ଦୀପକେ ନିଜ ଫାଏଦା ଲାଗି ସବୁ କିଛି କରୁଛନ୍ତି। ଏହା ସହ ସିଜେପିକୁ ସମର୍ଥନ ନ କରିବାକୁ ଅପିଲ୍ କରିଛନ୍ତି ଅନସାରୀ। ସେପଟେ ଅଭିଜିତ ଦୀପକେ କହିଛନ୍ତି, ତାଙ୍କ ସଂଗଠନ କୌଣସି ବିଶେଷ ରାଜନୀତିକ ଦଳକୁ ଟାର୍ଗେଟ କରିବା ବା ସେମାନଙ୍କ ସପକ୍ଷରେ କାମ କରିବା ଉଦ୍ଦେଶ୍ୟରେ ଗଠନ ହୋଇନି। ଯଦି କୌଣସି ଛାତ୍ର ସରକାରୀ କାର୍ଯ୍ୟାଳୟରେ ସମସ୍ୟାର ସାମ୍ନା କରିବେ,ତାଙ୍କ ସଂଗଠନ ସତ୍ତାରେ ଥିବା ଦଳ ବିରୁଦ୍ଧରେ ସ୍ୱର ଉଠାଇବ। ସେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ବା କୌଣସି ମନ୍ତ୍ରୀ ହୁଅନ୍ତୁ। ଛାତ୍ରଙ୍କ ହିତକୁ ପ୍ରାଥମିକତା ଦେବାକୁ ହେବ।
