Surat 24cr Revenge For Pending Salary:୧୦ହଜାର ଟଙ୍କା ପାଇଁ ୨୪ କୋଟିର ପ୍ରତିଶୋଧ!
ଏକ ପ୍ଲାଷ୍ଟିକ ବ୍ୟାଗରେ ଦେଢ଼ ଶହ ଟଙ୍କାର ପେଟ୍ରୋଲ ଆଣିଥିଲେ। ଦୁଇଟି ଦିଆସିଲି କାଠିରେ ୨୪ କୋଟି ଟଙ୍କାର ସାମଗ୍ରୀ ଜାଳିପୋଡ଼ି ଛାରଖାର କରିଦେଲେ। ନିଆଁ ଲଗାଇବା ପରେ ଖାଟୁ ଶ୍ୟାମ, ପରେ ଅଯୋଧ୍ୟା ପଳାଇଥିଲେ। ଫେରିବା ବେଳେ ପୁଲିସ ତାଙ୍କୁ ଗିରଫ କଲା। ଟେକ୍ସଟାଇଲ ଦୋକାନର ମାଲିକ ତାଙ୍କୁ ଦରମା ବାବଦକୁ ବକେୟା ୧୦ହଜାର ଟଙ୍କା ଦେବାର ଥିଲା।

ମାତ୍ର ୧୦ହଜାର ଟଙ୍କା ବିବାଦରୁ ୨୪ କୋଟି ଟଙ୍କାର କ୍ଷତି। ସୁରାଟରେ ଘଟିଛି ଏଭଳି ଘଟଣା। ଶ୍ୟାମ ସଙ୍ଗିନୀ ଟେକ୍ସଟାଇଲ ମାର୍କେଟରେ ୧୦ ହଜାର ଟଙ୍କା ବିବାଦରୁ ଆକାଉଣ୍ଟାଣ୍ଟ ବିନୋଦ ପଣ୍ଡିତ ସାଓ୍ୱଲେ ଦୋକାନ ବାହାରେ ରଖାଯାଇଥିବା ସାମଗ୍ରୀରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ। ସେପ୍ଟେମ୍ୱର ୮ ତାରିଖର ଘଟଣା। ନିଆଁରେ ଆଖପାଖରେ ଥିବା ପ୍ରାୟ ୧୪ ଦୋକାନ ପୋଡ଼ିଗଲା। ଆଉ ପ୍ରାୟ ୨୪ କୋଟି ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଗଲା। ପୁଲିସ ୧୫ଶହରୁ ଅଧିକ ସିସିଟିଭି ଫୁଟେଜ ତନାଘନା କରି ଅଭିଯୁକ୍ତକୁ ଚିହ୍ନଟ କରିଥିଲା। ଘଟଣା ପରେ ଅଭିଯୁକ୍ତ ସୁରାଟରୁ ଫେରାର ହୋଇଯାଇଥିଲା। ପରେ କ୍ରାଇମବ୍ରାଞ୍ଚ ପୁଲିସ ତାକୁ ଟ୍ରେସ୍ କରି ଡିଣ୍ଡିଲୋରୁ ଗିରଫ କରିଛି। ଏକ ପ୍ଲାଷ୍ଟିକ ବ୍ୟାଗରେ ଦେଢ଼ ଶହ ଟଙ୍କାର ପେଟ୍ରୋଲ ଆଣିଥିଲେ। ଦୁଇଟି ଦିଆସିଲି କାଠିରେ ୨୪ କୋଟି ଟଙ୍କାର ସାମଗ୍ରୀ ଜାଳିପୋଡ଼ି ଛାରଖାର କରିଦେଲେ। ନିଆଁ ଲଗାଇବା ପରେ ଖାଟୁ ଶ୍ୟାମ, ପରେ ଅଯୋଧ୍ୟା ପଳାଇଥିଲେ। ଫେରିବା ବେଳେ ପୁଲିସ ତାଙ୍କୁ ଗିରଫ କଲା। ଟେକ୍ସଟାଇଲ ଦୋକାନର ମାଲିକ ତାଙ୍କୁ ଦରମା ବାବଦକୁ ବକେୟା ୧୦ହଜାର ଟଙ୍କା ଦେବାର ଥିଲା। ସେ ସପ୍ ନମ୍ୱର ୬୩୯ରେ ୩ ମାସ ହେଲା କାମ କରୁଥିଲେ। ଏପ୍ରିଲରେ କାମ କରି ଜୁନରେ କାମ ଛାଡ଼ିଦେଇଥିଲେ। କାରଣ ଆକାଉଣ୍ଟ କାମ ସେ ଠିକରେ କରିପାରୁନଥିଲେ। ଚାକିରୀରୁ ବାହାରିବା ପରେ ବକେୟା ୧୦ ହଜାର ଟଙ୍କା ମାଗିବାରୁ ମାଲିକଙ୍କ ସହ ତାଙ୍କର ବଚସା ହୋଇଥିଲା। ସେଥିଲାଗି ସେ ରାତି ୯ଟାରେ ମାର୍କେଟକୁ ଏଣ୍ଟ୍ରି କଲେ। ପଞ୍ଚମ ମହଲା ସିଡ଼ିରେ ଲୁଚିଥିଲେ। ରାତି ସାଢ଼େ ୧୨ଟାରେ ମାର୍କେଟ ଶୂନଶାନ ହେବା ପରେ ସେ ଟାର୍ଗେଟ ଦୋକାନକୁ ଯାଇଥିଲେ। ମୁହଁକୁ ଧଳା କପଡ଼ାରେ କଭର କରିଦେଇଥିଲେ। ନିଆଁ ଲଗାଇବା ପରେ ଫେରାର୍ ହୋଇଗଲା। ଅଗ୍ନିଶମ ବିଭାଗ ଖବର ପାଇ ନିଆଁକୁ ଆୟତ୍ତ କଲାବେଳକୁ ୧୪ ଦୋକାନ ଜଳିସାରିଥିଲା। ସୋସିଆଲ ମିଡିଆରେ ଏ ଘଟଣା ପ୍ରଚାର ପରେ ଆଉ ଏ ନେଇ ଏତଲା ହୋଇଥିବା ଖବର ପାଇବାରୁ ସେ ତାଙ୍କର ମୋବାଇଲ ସ୍ୱିଚଅଫ୍ କରିଦେଇଥିଲେ। ପତ୍ନୀ ଓ ପିଲାଙ୍କ ସହ ସୁରାଟ ଛାଡ଼ିଦେଇଥିଲେ।
