ମୋଦି ସରକାରଙ୍କ ବିରୁଦ୍ଧରେ କାହିଁକି ବର୍ଷିଲେ ବାବା ରାମଦେବ?
ବାବା ରାମଦେବ ବାବା ଗମ୍ଭୀର ଆରୋପ ଲଦିଛନ୍ତି ଯେ, ଲକ୍ଷ ଲକ୍ଷ ଟଙ୍କା ଲାଞ୍ଚ ନେଇ ଚାକିରୀ ବଣ୍ଟାହେଉଛି। ସରକାରୀ ଚାକିରୀରେ ଜାତି, ବର୍ଗ ଓ ସଂଗଠନର ଆଧାରରେ ଲୋକଙ୍କୁ ପ୍ରାଥମିକତା ଦିଆଯାଉଛି। ଦେଶ ସଡ଼କରୁ ନୁହେଁ,ସଂସଦରୁ ଚାଲେ। କିନ୍ତୁ ଅନିୟମିତତା ଏତେ ବଢ଼ିଯାଇଛି ଯେ, ତାହା ଏବେ ଦେଶରେ ଗମ୍ଭୀର ପରିସ୍ଥିତି ସୃଷ୍ଟି କଲାଣି।

ପୁରା ଦେଶରେ ହଙ୍ଗାମା। କେଉଁଠି ଶିକ୍ଷକ ନାହାନ୍ତି ତ କେଉଁଠି ଶ୍ରେଣୀଗୃହ। ବିଜୁଳି ନାହିଁ, ପାଣି ଓ ଶୌଚାଳୟ ବି ନାହିଁ। କେଉଁଠି କପି କରାଯାଉଛି ତ କେଉଁଠି ପେପର ଲିକ୍। ସରକାରୀ ଚାକିରୀ ଇଣ୍ଟରଭ୍ୟୁରେ ୯୯ ପ୍ରତିଶତ ଘୋଟାଲା ହେଉଛି। ସେଥିଲାଗି ବେଳ ଥାଉଁ ଥାଉଁ ସରକାର ସୁଧାରିଦିଅନ୍ତୁ। ସୁଧୁରି ଯାଅ। ନଚେତ ସେ ନିଜେ ଦ୍ୱିତୀୟ ଥର ଅନଶନକୁ ଓହ୍ଲାଇବାକୁ ବାଧ୍ୟ ହେବେ। ଆନ୍ଦୋଳନ ଆହୁରି ବ୍ୟାପକ ଓ ଉଗ୍ର ହେବାରେ କେହି ଅଟକାଇ ପାରିବେନି। ଆନ୍ଦୋଳନ ନାଁରେ ସ୍ୱେଛାଚାରିତା କି ଅରାଜକତାକୁ ସେ ସମର୍ଥନ କରନ୍ତିନି। କିନ୍ତୁ ଏହା ବି ସତ ଯେ, ଦେଶରେ ଦିନକୁ ଦିନ ଅଧିକ ଭ୍ରଷ୍ଟାଚାର ଅନିୟମିତତା ବଢ଼ିଚାଲିଛି। ବେକାରୀ ସମସ୍ୟା ସହ ଜୁଝୁଛି ଯୁବବର୍ଗ। କିଛି ଏଭଳି ଢଙ୍ଗରେ ୮୦ତମ ସ୍ୱାଧୀନତା ଦିବସରେ ସରକାରଙ୍କୁ ସିଧା ବାଣ ମାରି ଚେତାଇ ଦେଇଛନ୍ତି ବାବା ରାମଦେବ। କେବଳ ଏତିକି ନୁହେଁ। ଦରକାର ପଡ଼ିଲେ ସେ ବି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଦେଇଛନ୍ତି ଚେତାବନୀ। ତେବେ କଥା ପଡ଼ିଛି। ବାବା ରାମଦେବଙ୍କ ସ୍ୱର ଅଚାନକ ଏମିତି କାହିଁକି ବଦଳିଗଲା। କାରଣ ୨୦୧୪ରେ ମୋଦି ସରକାର କ୍ଷମତାକୁ ଆସିବା ପରେ ଆରମ୍ଭ କରିଥିବା ସ୍ୱଦେଶୀ ଅଭିଯାନରେ ସବୁଠୁ ଅଧିକ ଲାଭବାନ ହୋଇଥିଲେ ରାମଦେବ ବାବା। ବାବା ରାମଦେବ ବାବା ଗମ୍ଭୀର ଆରୋପ ଲଦିଛନ୍ତି ଯେ, ଲକ୍ଷ ଲକ୍ଷ ଟଙ୍କା ଲାଞ୍ଚ ନେଇ ଚାକିରୀ ବଣ୍ଟାହେଉଛି। ସରକାରୀ ଚାକିରୀରେ ଜାତି, ବର୍ଗ ଓ ସଂଗଠନର ଆଧାରରେ ଲୋକଙ୍କୁ ପ୍ରାଥମିକତା ଦିଆଯାଉଛି। ଦେଶ ସଡ଼କରୁ ନୁହେଁ,ସଂସଦରୁ ଚାଲେ। କିନ୍ତୁ ଅନିୟମିତତା ଏତେ ବଢ଼ିଯାଇଛି ଯେ, ତାହା ଏବେ ଦେଶରେ ଗମ୍ଭୀର ପରିସ୍ଥିତି ସୃଷ୍ଟି କଲାଣି। ବଡ଼ କଥା ହେଲା। ଆଜି ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ୱୋଧନ ବେଳେ ପ୍ରଧାନମନ୍ତ୍ରୀ ଯୁବବର୍ଗଙ୍କୁ ନକ୍ସଲ ଚିନ୍ତାଧାରା ମାନସିକତା ବ୍ୟକ୍ତି ଓ ଗୋଷ୍ଠୀରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। ଜେନ୍-ଜି ଓ ଜେନ୍ ଆଲଫାଙ୍କୁ ଏଭଳି ବାଗରେ ସତର୍କ କରାଇବା ସହ ବଡ଼ ପୁରଷ୍କାର ବି ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଗରିବ ଓ ମଧ୍ୟବିତ୍ତ ବର୍ଗ ଉପରେ କୋଚିଂ କ୍ଲାସ୍ ଏକ ବୋଝ ସଦୃଶ ଅଟେ। ସେଥିଲାଗି ସରକାର ଏବେ ନିଷ୍ପତ୍ତି ନେଇଛନ୍ତି, ଅଲଗା ଅଲଗା ପରୀକ୍ଷା ଲାଗି ମାଗଣା ଅନଲାଇନ କୋଚିଂର ବ୍ୟବସ୍ଥା କରିବେ। ବର୍ଷକ ଭିତରେ କୋଟିଏ ଯୁବକଙ୍କୁ ମାଗଣାରେ ଏଆଇ ଦକ୍ଷତାର ଟ୍ରେନିଂ ଦିଆଯିବ। ତେବେ ବାବା ରାମଦେବ ସରକାରଙ୍କ ସହ ଏଭଳି ବିଦ୍ରୋହର ଡାକରା ଦେଲେ କାହିଁକି। ତାକୁ ନେଇ ଅନେକ ଆକଳନ ଆରମ୍ଭ ହୋଇଛି। କିଏ କହୁଛି ରାମଦେବ ବାବାଙ୍କ ଭିତରେ ରାହୁଲ ଗାନ୍ଧୀଙ୍କ ଆତ୍ମା ପଶିଗଲା କି। ତ କିଏ କହୁଛି, ଜେନ-ଜିକୁ ସମର୍ଥନ ନ କଲେ କେବେ ବି ତାଙ୍କ ବେପାରକୁ ନେଇ ବୁମେରାଂ ସାଜିପାରେ ବୋଲି ବାବା ରାମଦେବ ଏଭଳି ଗୁଗଲି ଛାଡ଼ିଛନ୍ତି।
