ଏଥର ଏକ୍ସଟେନସନ ବଢ଼ିବ ନା ନାହିଁ- ଚର୍ଚ୍ଚାରେ ଆଇଏଏସ ଆଞ୍ଜନେୟ ସିଂ
ଅଖିଲେଶ ସରକାରରେ ୟୁପିକୁ ଆସିଥିଲେ। ଯୋଗୀ ସରକାର ଅମଳରେ ମିଳିଲା ଚର୍ଚ୍ଚିତ ପୋଷ୍ଟିଂ। ଏମିତିରେ ସେ ୧୧ ବର୍ଷ କାଳ ୟୁପିରେ ଅଛନ୍ତି। ଅଲଗା କ୍ୟାଡ଼ର ହୋଇ ବି ୟୁଏଥର ବି ସମୟ ଅନୁସାରେ ଏକ୍ସଟେନସନ ଅର୍ଡର ନ ଆସିଲେ ସେ ଛୁଟିରେ ଚାଲିଯିବାର ସମ୍ଭାବନା ଅଛି।ପିରେ ବାରମ୍ୱାର ତାଙ୍କର ଏକ୍ସଟେନସନ ଅଲଗା ପ୍ରକାର ବାର୍ତ୍ତା ଦେଉଛି।

ସାତ ସାତ ଥର ଏକ୍ସଟେନସନ ମ଼ିଳିଲାଣି। ଆଜି ଯଦି ପୁଣି ଏକ୍ସଟେନସନ ମିଳିବ, ତାହେଲେ ଏହା ଏକ ନୂଆ ରେକର୍ଡ ହେବ। ସେ ଏମିତି ଜଣେ ଅଫିସର। ଯିଏ ଆଜମ ଖାନଙ୍କୁ ଏକଦା ଟକ୍କର ଦେଇଥିଲେ। ଆଜମ ଖାନଙ୍କ ସହ ବିବାଦକୁ ନେଇ ଚର୍ଚ୍ଚାରେ ଥିଲେ। ଏହି ଆଇଏଏସ ଅଧିକାରୀଙ୍କ ନାଁ ଆଞ୍ଜନେୟ କୁମାର ସିଂ। ୨୦୧୫ରେ ଆଞ୍ଜନେୟଙ୍କୁ ୟୁପିରେ ନିଯୁକ୍ତି ମିଳିଥିଲା। ଏହା ପରେ ୨୦୨୦, ୨୦୨୧, ୨୦୨୨ ଓ ୨୦୨୩ରେ ବର୍ଷେ ଲାଗି ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରାଗଲା। ୨୦୨୪ରେ ୬ ମାସ ଲେଖାଏଁ ଦୁଇ ଦୁଇ ଥର ବିସ୍ତାର କରାଯାଇଥିଲା। ୨୦୨୫ରେ ବର୍ଷେ ଲାଗି ଏକ୍ସଟେନସନ ମିଳିଥିଲା। ଯାହାର ଅବଧି ଆଜି ଅର୍ଥାତ ଅଗଷ୍ଟ ୧୪ରେ ସରୁଛି। ସପା ନେତା ଆଜମ ଖାନଙ୍କ ସହ ବିବାଦରୁ ଚର୍ଚ୍ଚାକୁ ଆସିଥିଲେ ସିଂ। ସିକ୍କିମ କ୍ୟାଡରର ୨୦୦୫ ବ୍ୟାଚର ଆଇଏଏସ ଆଞ୍ଜନେୟ ୟୁପିରେ ୭ଥର ଏକ୍ସଟେନସନ ପାଇଲେଣି। ୨୦୧୫ରେ ୟୁପିରେ ପ୍ରତିନିଯୁକ୍ତିରେ ଆସିଥିଲେ। ଆଗ ଜଳସମ୍ପଦ ବିଭାଗରେ ସ୍ୱତନ୍ତ୍ର ସଚିବ, ବୁଲନ୍ଦସର ଓ ଫତେହପୁରରେ ଜିଲ୍ଲାଧିକାରୀ ତଥା ଅନ୍ୟ ପଦରେ କାମ କରିଛନ୍ତି। ଫେବୃଆରୀ ୨୦୧୯ରେ ରାମପୁର ଜିଲ୍ଲାପାଳ ହୋଇଥିଲେ। ମାର୍ଚ୍ଚ ୨୦୨୧ରେ ମୁରାଦାବାଦ ଆରଡିସି ଭାବେ ଦାୟିତ୍ୱ ସମ୍ଭାଳିଥିଲେ। ସେବେଠୁ ସେ ଏହି ପଦରେ ଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ଆଚାର ସଂହିତା ଉଲ୍ଲଂଘନକୁ ନେଇ ଆଜମ ଖାନଙ୍କ ବିରୁଦ୍ଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ନେଇ ସେ ଚର୍ଚ୍ଚାରେ ଥିଲେ। ଏହାକୁ ନେଇ ଦୁହିଁଙ୍କ ଭିତରେ ରାଜନୈତିକ ବୟାନବାଜି ଚାଲିଥିଲା। ରାମପୁରରେ ଆଜମ ଖାନଙ୍କ ବିରୁଦ୍ଧରେ ହୋଇଥିବା ବିଭିନ୍ନ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ବେଳେ ବି ତାଙ୍କ ନାଁ ଚର୍ଚ୍ଚାରେ ରହିଲା। ସପା ସରକାର ଅମଳରେ ୨୦୧୫ରେ ୟୁପିରେ ଜଏନ କରିଥିଲେ ଆଞ୍ଜନେୟ। ବିଜେପି ସରକାର ଗଠନ ପରେ ୨୦୧୭ରେ ସେ ଜିଏସଟି ଅତିରିକ୍ତ କମିଶନର ଓ ଜୁନ୍ ୨୦୧୮ରେ ଏହି ପଦରେ ରହିଲେ। କଥା ପଡ଼ିଛି। ଆଜି ୟୁପିରେ ରହିବାକୁ ଏକ୍ସଟେନସନ ମିଳିବ ନା ସେ ସିକ୍କିମ ଫେରିବେ। କେନ୍ଦ୍ର ସରକାର ତାଙ୍କ ଏକ୍ସଟେନସନ ବଢ଼ାଇବେ ନା ସେ ନିଜ ମୂଳ କ୍ୟାଡ଼ର ସିକ୍କିମକୁ ଫେରିଯିବେ। ଅଖିଲେଶ ସରକାରରେ ୟୁପିକୁ ଆସିଥିଲେ। ଯୋଗୀ ସରକାର ଅମଳରେ ମିଳିଲା ଚର୍ଚ୍ଚିତ ପୋଷ୍ଟିଂ। ଏମିତିରେ ସେ ୧୧ ବର୍ଷ କାଳ ୟୁପିରେ ଅଛନ୍ତି। ଅଲଗା କ୍ୟାଡ଼ର ହୋଇ ବି ୟୁପିରେ ବାରମ୍ୱାର ତାଙ୍କର ଏକ୍ସଟେନସନ ଅଲଗା ପ୍ରକାର ବାର୍ତ୍ତା ଦେଉଛି। ଆଜମ ଖାନଙ୍କ ଜୋହର ୟୁନିଭରସିଟି ସହ ଜଡ଼ିତ ଜମି ବିବାଦରେ ସେ ପ୍ରଶାସନିକ କାର୍ଯାନୁଷ୍ଠାନ କଲେ। ଗଲା ଥର ବି ଏକ୍ସଟେନସନ ଆସିବାରେ ବିଳମ୍ୱ ହେତୁ ଆଞ୍ଜନେୟ ସିଂ ନିଜର କାର୍ଯ୍ୟଭାର ମୁରାଦାବାଦ ଜିଲ୍ଲାପାଳଙ୍କୁ ଦେଇ ଛୁଟି ନେଇଯାଇଥିଲେ। ଏଥର ବି ସମୟ ଅନୁସାରେ ଏକ୍ସଟେନସନ ଅର୍ଡର ନ ଆସିଲେ ସେ ଛୁଟିରେ ଚାଲିଯିବାର ସମ୍ଭାବନା ଅଛି।
