ବନ୍ଦେ ମାତରମକୁ ମଝିରୁ ଅଟକାଇ ସୋନିଆ କଲେ ଅପମାନ!
ନୂଆ ଆଇନ ଅନୁସାରେ, ବନ୍ଦେ ମାତରମ ଗୀତ ବେଳେ ଜାଣିଶୁଣି ବାଧା ଦେବା, ଏହାକୁ ରୋକିବାକୁ ପ୍ରୟାସ କଲେ ଜରିମାନା, ୩ ବର୍ଷ ଯାଏ ଜେଲ ବା ଉଭୟ ଦଣ୍ଡ ଭୋଗିବାକୁ ପଡ଼ିବ। କଂଗ୍ରେସ ମୁଖ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ ଅବସରରେ ବନ୍ଦେ ମାତରମ ଗାୟନକୁ ନେଇ ନୂଆ ରାଜନୀତିକ ବିବାଦ ଛିଡ଼ା ହୋଇଛି। ବିଜେପି ଆରୋପ ଲଦିଛି ଯେ, ସୋନିଆ ଓ ରାହୁଲ ଗାନ୍ଧୀ ପୁରା ବନ୍ଦେ ମାତରମ ଗୀତ ବଜାଇବା ଉପରେ ଆପତ୍ତି ଉଠାଇଥିଲେ। ଆଉ ଏହାକୁ ମଝିରୁ ରୋକିବାକୁ ପ୍ରୟାସ କରିଥିଲେ।

୮୦ ବର୍ଷ ପରେ ଲାଲକିଲ୍ଲାରେ ଶୁଭିଲା ପ୍ରଥମ ଥର ପାଇଁ ବନ୍ଦେ ମାତରମର ସ୍ୱର। ୮୦ତମ ସ୍ୱାଧୀନତା ଦିବସରେ ପ୍ରଥମ ଥର ରାଷ୍ଟ୍ରଗୀତ ବନ୍ଦେ ମାତରମର ପୁରା ସଂସ୍କରଣ ବାଜିଲା। ରାଷ୍ଟ୍ରଗୀତ ବନ୍ଦେ ମାତରମ ପରେ ରାଷ୍ଟ୍ରୀୟ ଗାନ ଜନଗଣ ମନ ବାଜିଥିଲା। ଚଳିତ ବର୍ଷ ଭାରତର ରାଷ୍ଟ୍ରଗୀତ ବନ୍ଦେ ମାତରମକୁ ୧୫୦ ବର୍ଷ ପୂର୍ତ୍ତି ହୋଇଛି। ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ ମାତ୍ରେ ୨୧ ତୋପସଲାମୀ ଦିଆଯାଇଥିଲା। ଏହା ପରେ ଆର୍ମି ବ୍ୟାଣ୍ଡ୍ ବନ୍ଦେ ମାତରମର ଧୂନ୍ ବଜାଇଥିଲେ। ଏତିକିବେଳେ ବାୟୁସେନାର ଦୁଇଟି ଏମଆଇ-୧୭ ହେଲିକପ୍ଟର ଜରିଆରେ ଲାଲକିଲ୍ଲା ଉପରେ ଫୁଲ ବର୍ଷା ହୋଇଥିଲା। ଗୋଟିଏ ହେଲିକେପ୍ଟରରେ ତ୍ରିରଙ୍ଗା ଓ ଅନ୍ୟଟିରେ ବନ୍ଦେ ମାତରମ ଲେଖାଥିବା ପତାକା ଉଡ଼ୁଥିଲା। ରାଷ୍ଟ୍ରକୁ ସମ୍ୱୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ, ସ୍ୱାଧୀନତା ପରେ ପ୍ରଥମ ଥର ଲାଲକିଲ୍ଲାରେ ପୁରା ବନ୍ଦେମାତରମର ସଂସ୍କରଣ ବାଜିଲା। ନିକଟରେ ବନ୍ଦେ ମାତରମର ପୁରା ସଂସ୍କରଣକୁ ରାଷ୍ଟ୍ରଗାନ ସହ ବରାବର ଆଇନଗତ ସୁରକ୍ଷା ପ୍ରଦାନ କରାଯାଇଛି। ୮୦ତମ ସ୍ୱାଧୀନତା ଦିବସର ପୂର୍ବ ସଂଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦେଶ ଉଦ୍ଦେଶ୍ୟରେ ସନ୍ଦେଶର ଆରମ୍ଭ ଓ ଶେଷ ବି ବନ୍ଦେମାତରମ ଗୀତରୁ ହୋଇଥିଲା। ବନ୍ଦେ ମାତରମକୁ ଅପମାନ କରିବା ଏକ ଅପରାଧ ବୋଲି ନୂଆ ଆଇନ ଆସିଛି। ଏହାକୁ ରାଷ୍ଟ୍ରପତି ମୋହର ମାରିସାରିଛନ୍ତି। ନୂଆ ଆଇନ ଅନୁସାରେ, ବନ୍ଦେ ମାତରମ ଗୀତ ବେଳେ ଜାଣିଶୁଣି ବାଧା ଦେବା, ଏହାକୁ ରୋକିବାକୁ ପ୍ରୟାସ କଲେ ଜରିମାନା, ୩ ବର୍ଷ ଯାଏ ଜେଲ ବା ଉଭୟ ଦଣ୍ଡ ଭୋଗିବାକୁ ପଡ଼ିବ। କଂଗ୍ରେସ ମୁଖ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ ଅବସରରେ ବନ୍ଦେ ମାତରମ ଗାୟନକୁ ନେଇ ନୂଆ ରାଜନୀତିକ ବିବାଦ ଛିଡ଼ା ହୋଇଛି। ବିଜେପି ଆରୋପ ଲଦିଛି ଯେ, ସୋନିଆ ଓ ରାହୁଲ ଗାନ୍ଧୀ ପୁରା ବନ୍ଦେ ମାତରମ ଗୀତ ବଜାଇବା ଉପରେ ଆପତ୍ତି ଉଠାଇଥିଲେ। ଆଉ ଏହାକୁ ମଝିରୁ ରୋକିବାକୁ ପ୍ରୟାସ କରିଥିଲେ। କେବଳ ଏତିକି ନୁହେଁ। ଲାଲକିଲ୍ଲାରେ ସ୍ୱାଧୀନତା ଦିବସ ପାଳନ ସମାରୋହରେ ବି ଖଡ଼ଗେ ଓ ରାହୁଲ ସାମିଲ ନ ହେବା ଦୁର୍ଭାଗ୍ୟଜନକ। ଏହାର କାଉଣ୍ଟରରେ କଂଗ୍ରେସ ନେତା ଜୟରାମ ରମେଶ ସଫେଇ ଦେଇଛନ୍ତି ଯେ, ରାଷ୍ଟ୍ରଗାନକୁ ରୋକିବାକୁ ସୋନିଆ କି ରାହୁଲ କୌଣସି ପ୍ରୟାସ କରିନାହାନ୍ତି। ସୋନିଆ ବନ୍ଦେ ମାତରମ ଗୀତକୁ ରୋକିବାକୁ ପ୍ରୟାସ କରୁନଥିଲେ। ବରଂ ସେ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଲାଗି ଚୌକି ଆଣିବାକୁ କହୁଥିଲେ। କାରଣ ଖଡ଼ଗେ ଦୀର୍ଘ ସମୟ ହେଲା ଛିଡ଼ା ହୋଇଥିଲେ। ବୟସ୍କ ଥିବାରୁ ଦୀର୍ଘ ସମୟ ଧରି ଛିଡ଼ା ହେବା ଦେଖି ତାଙ୍କ ଲାଗି ଚଉକି ବ୍ୟବସ୍ଥା କରିବାକୁ କହୁଥିଲେ ସୋନିଆ।
