ମୋଦିଙ୍କ ଶକ୍ତିର ସପ୍ତଧାରା
ମୋଦିଙ୍କ ଶକ୍ତିର ସପ୍ତଧାରା। ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ କେଉଁ ୭ ଶକ୍ତିକୁ ଫୋକସ କଲେ ଆସନ୍ତୁ ଜାଣିବା। ୭ଶକ୍ତି ଜରିଆରେ ଭାରତକୁ ନୂଆ ଗତି ଓ ନୂଆ ସୋପାନ ଦେବାକୁ ମୋଦିଙ୍କ ମନ୍ତ୍ର।

ମୋଦିଙ୍କ ଶକ୍ତିର ସପ୍ତଧାରା। ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ କେଉଁ ୭ ଶକ୍ତିକୁ ଫୋକସ କଲେ ଆସନ୍ତୁ ଜାଣିବା। ୭ଶକ୍ତି ଜରିଆରେ ଭାରତକୁ ନୂଆ ଗତି ଓ ନୂଆ ସୋପାନ ଦେବାକୁ ମୋଦିଙ୍କ ମନ୍ତ୍ର। ମ୍ୟାନୁଫାକଚରିଂ, କୃଷି ଓ ଫୁଡ୍ ପ୍ରଡ଼କ୍ଟ, ଟେକ୍ନୋଲୋଜି, ଗତି ଶକ୍ତିକୁ ଦିଆଯିବ ପ୍ରାଥମିକତା। ରକ୍ଷା ଶକ୍ତି, ଗ୍ରୀନ୍ ଓ ବ୍ଲୁ ଇକୋନୋମି, ସଫ୍ଟ ପାଓ୍ୱାରକୁ ଫୋକସ। ପାର୍ଟସରୁ ନେଇ ପ୍ରଡ଼କ୍ଟସ। ଏକ ଭରସାଯୋଗ୍ୟ ଗ୍ଲୋବାଲ ସପ୍ଲାଏ ଚେନ୍ ହବ୍ କରାଯିବ। ଫୁଡ୍ ପ୍ରୋସେସିଂ ବା ଖାଦ୍ୟ ପ୍ରକ୍ରିୟାକରଣର ବିସ୍ତାର ହେବ। ମିଲେଟ୍ସ, ମସାଲା, ଫଳ ଓ ଅନ୍ୟାନ୍ୟ ଭାରତୀୟ କୃଷି ଉତ୍ପାଦର ଗ୍ଲୋବାଲ ସ୍ତରକୁ ନେବା। ଏଆଇ, କ୍ୱାଣ୍ଟମ ଟେକ୍ନୋଲୋଜି, ସ୍ପେଶ୍, ରୋବୋଟିକ୍ସ, ଡାଟା ସେଣ୍ଟର ଓ ଆସନ୍ତା ପୀଢ଼ିର କମ୍ୟୁନିକେସନ ପାଇଁ ଗ୍ଲୋବାଲ ହବ୍ ଭାବେ ବିକଶିତ କରାଯିବ। ଗତି ଶକ୍ତି ଅର୍ଥାତ କନେକ୍ଟିଭିଟି ଓ ଭିତ୍ତିଭୂମିକୁ ସୁଦୃଢ଼ କରାଯିବ। ହାଇସ୍ପିଡ୍ ରେଳ, ଆଧୁନିକ ହାଇଓ୍ୱେ, ଏୟାରପୋର୍ଟ, ମଲଟିମେଡଲ ଲଜିଷ୍ଟିକ୍ସ ଓ ବନ୍ଦର ଜରିଆରେ ସଂଯୋଗୀକରଣକୁ ଅଧିକ ମଝଭୁତ କରାଯିବ। ରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତା, ଆସନ୍ତା ପୀଢ଼ିର ରକ୍ଷା ଟେକ୍ନୋଲୋଜି ଓ ଗ୍ଲୋବାଲ ଡିଫେନ୍ସ ସପ୍ଲାଏର ସାଜିବା। ଗ୍ରୀନ୍ ହାଇଡ୍ରୋଜେନ, ରିନ୍ୟୁଏବୁଲ ଏନର୍ଜି, ଷ୍ଟୋରେଜ୍, ଗ୍ରୀନ୍ ମୋବିଲିଟି, ମ୍ୟାନୁଫାକଚରିଂ ସହ ମତ୍ସ୍ୟପାଳନ, ତଟୀୟ ପର୍ଯ୍ୟଟନ ଓ ଓସୋନ ଟେକ୍ନୋଲୋଜିକୁ ପ୍ରାଥମିକତା ଦିଆଯିବା ଜରୁରୀ। ଗ୍ଲୋବାଲ ପ୍ରଭାବ ବୃଦ୍ଧି କରିବାକୁ ଯୋଗ, ଆୟୁର୍ବେଦ, ହୋଲିଷ୍ଟିକ ହେଲଥକେୟାର, ସଂସ୍କୃତି ଓ ଭାରତର ଆଧ୍ୟାତ୍ମିକ ଚେତନାର ଲାଭ ଉଠାଇବା।
