ଜେନ-ଜିଙ୍କୁ ପ୍ରଶଂସା କଲେ ମୋଦି
ଅସ୍ତ୍ରଶସ୍ତ୍ର ଧରିଥିବା ନକ୍ସଲ ଓ ମସ୍ତିଷ୍କରେ ନକ୍ସଲ ଚିନ୍ତାଧାରା ଥିବା ବ୍ୟକ୍ତି ଭିତରେ କେମିତି ବଡ଼ ଅନ୍ତର, ତାକୁ ଯୁବବର୍ଗଙ୍କୁ ଦର୍ଶାଇଛନ୍ତି। ଜେନ୍-ଜି ଓ ଜେନ୍ ଆଲଫାଙ୍କୁ ଏଭଳି ବାଗରେ ସତର୍କ କରାଇବା ସହ ବଡ଼ ପୁରଷ୍କାର ଦେଇଛନ୍ତି।

ଲାଲକିଲ୍ଲାରେ ୭୬ ମିନିଟର ଅଭିଭାଷଣରେ ଜେନ୍ ଜିଙ୍କୁ ଭୁରିଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବର୍ଷକ ଭିତରେ କୋଟିଏ ଯୁବକଙ୍କୁ ମାଗଣାରେ ଏଆଇ ଦକ୍ଷତାର ଟ୍ରେନିଂ ଓ ପ୍ରତିଯୋଗିତାମୂଳକ ପରୀକ୍ଷା ଲାଗି ଅନଲାଇନ କୋଚିଂ ଦେବାକୁ ଘୋଷଣା କରିଛନ୍ତି ମୋଦି। ଏହା ସହ ଜେନ-ଜିଙ୍କୁ ନକ୍ସଲ ଚିନ୍ତାଧାରାର ବ୍ୟକ୍ତିଙ୍କଠୁ ସତର୍କ ରହିବାକୁ ଆହ୍ୱାନ ଜଣାଇଛନ୍ତି। ଗଲା ୧୨ ବର୍ଷ କାର୍ଯ୍ୟକାଳ ଭିତରେ ସେ କେବେ ବି ଏଭଳି କଥା କହିନଥିଲେ। ଅସ୍ତ୍ରଶସ୍ତ୍ର ଧରିଥିବା ନକ୍ସଲ ଓ ମସ୍ତିଷ୍କରେ ନକ୍ସଲ ଚିନ୍ତାଧାରା ଥିବା ବ୍ୟକ୍ତି ଭିତରେ କେମିତି ବଡ଼ ଅନ୍ତର, ତାକୁ ଯୁବବର୍ଗଙ୍କୁ ଦର୍ଶାଇଛନ୍ତି। ଜେନ୍-ଜି ଓ ଜେନ୍ ଆଲଫାଙ୍କୁ ଏଭଳି ବାଗରେ ସତର୍କ କରାଇବା ସହ ବଡ଼ ପୁରଷ୍କାର ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଗରିବ ଓ ମଧ୍ୟବିତ୍ତ ବର୍ଗ ଉପରେ କୋଚିଂ କ୍ଲାସ୍ ଏକ ବୋଝ ସଦୃଶ ଅଟେ। ସେଥିଲାଗି ସରକାର ଏବେ ନିଷ୍ପତ୍ତି ନେଇଛନ୍ତି, ଅଲଗା ଅଲଗା ପରୀକ୍ଷା ଲାଗି ମାଗଣା ଅନଲାଇନ କୋଚିଂର ବ୍ୟବସ୍ଥା କରିବେ। ପ୍ରତି ମଧ୍ୟବିତ୍ତ ପରିବାରର ଧାରଣା ହେଉଛି ଯେ, ଯଦି ପିଲାଙ୍କୁ କୋଚିଂ ପଠାନଯିବ। ତାହେଲେ ସେ ବିକଶିତ ପରିବାର ନୁହେଁ।
