ବିରୋଧୀଙ୍କ କାମ ବିରୋଧ କରିବା। ଯାହା ତ୍ରୁଟି ହୋଇଛି ତାହା ଆମେ ସ୍ୱୀକାର କରୁଛୁ: ରାଜେନ୍ଦ୍ର ପଣ୍ଡା
ଶିକ୍ଷା ସମ୍ବନ୍ଧୀୟ ଏକ ବିବାଦୀୟ ମାମଲାକୁ ନେଇ ରାଜନୈତିକ ଉତ୍ତେଜନା ଜୋର ଧରିଛି। ବିରୋଧୀଙ୍କ ଆପତ୍ତିର ଜବାବ ଦେଇ ବିଜେପି ମୁଖପାତ୍ର ରାଜେନ୍ଦ୍ର ପଣ୍ଡା କହିଛନ୍ତି,
B
By BHAKTILATA BARALPublished: Jun 17, 2026, 01:50 PM •1 min read •21 Views
ଭୁବନେଶ୍ୱର: ବିରୋଧୀଙ୍କ କାମ ବିରୋଧ କରିବା। ଶିକ୍ଷା ସମ୍ବନ୍ଧୀୟ ଏକ ବିବାଦୀୟ ମାମଲାକୁ ନେଇ ରାଜନୈତିକ ଉତ୍ତେଜନା ଜୋର ଧରିଛି। ବିରୋଧୀଙ୍କ ଆପତ୍ତିର ଜବାବ ଦେଇ ବିଜେପି ମୁଖପାତ୍ର ରାଜେନ୍ଦ୍ର ପଣ୍ଡା କହିଛନ୍ତି, ବିରୋଧୀଙ୍କ କାମ ବିରୋଧ କରିବା, କିନ୍ତୁ ଯେଉଁ ତ୍ରୁଟି ହୋଇଛି ତାହା ସରକାର ସ୍ୱୀକାର କରୁଛି।ସେ କହିଛନ୍ତି, ମନ୍ତ୍ରୀ ମଧ୍ୟ ତ୍ରୁଟିକୁ ସ୍ୱୀକାର କରିଛନ୍ତି ଏବଂ ଯେଉଁମାନେ ଏହି ଭୁଲରେ ଦାୟୀ, ସେମାନଙ୍କ ବିରୋଧରେ ଯଥୋଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅତୀତରେ ସରକାରୀ ଡାଏରୀରେ ମଧ୍ୟ ଭୁଲ୍ ରହିଥିବା ଉଲ୍ଲେଖ କରି ସେ ବିଜେଡିକୁ ଲକ୍ଷ୍ୟ କରିଛନ୍ତି। ସେମାନଙ୍କ ମୁଖିଆ କେଉଁ ଭଳି କଦର୍ଥ କରି କୁହନ୍ତି ସେ କଥା କଣ ବିଜେଡି ଭୁଲି ଯାଇଛି। “ଯିଏ ଯାହା କହିବା କଥା କହୁ, ଆମେ ଆଗାମୀ ଦିନରେ ତ୍ରୁଟି ସୁଧାରିବୁ। ମନ୍ତ୍ରୀ ଯାହା କହିଛନ୍ତି, ଭୁଲ୍ ସୁଧାରି ପିଲାମାନଙ୍କ ପାଖକୁ ସଠିକ୍ ପୁସ୍ତିକା ପଠାଯିବ,” ବୋଲି ସେ କହିଛନ୍ତି।
B
BHAKTILATA BARALContent Writer,Naxatra News
Comments0
Leave a Reply
Loading comments...

