ପେଲେଟ ଗନରେ ଆହତ ସାହିଲ- ନ୍ୟାୟ ଲାଗି ଥାନାରେ ରାହୁଲଙ୍କ ଧାରଣା
ଦିଲ୍ଲୀ ପୁଲିସ ଗୋଟିଏ ପଟେ କହୁଛି, ସେମାନେ ପେଲେଟ ଗନ୍ ଚଳାଇନାହାନ୍ତି। ତେବେ ପ୍ରଶ୍ନ ଉଠୁଛି, ପେଲେଟ ଗନ୍ ଚଳାଇଲା କିଏ। ଅପରାଧ ତ ହୋଇଛି। ଏତଲା ପଞ୍ଜୀକରଣ କରି ପୁଲିସ ଏହାର ରହସ୍ୟ ବାହାର କରୁ। ଏହା ସହ ରାହୁଲ ଆରୋପ ଲଦିଛନ୍ତି ଯେ, ପୁଲିସ କହୁଛି କୁଆଡ଼େ ତାଙ୍କୁ ଉପରୁ ନିର୍ଦେଶ ଆସିଛି। ଏତଲା ପଞ୍ଜୀକରଣ କରିପାରିବେନି।

ଡିସିପି ଅଫିସ ଆଗରେ ରାହୁଲ ଗାନ୍ଧୀଙ୍କ ଧାରଣା। ପେଲେଟ ଗନ୍ ପୀଡ଼ିତଙ୍କ ସହ ଦେଲେ ଧାରଣା। ଏତଲା ରୁଜୁ କରିବାକୁ ପୁଲିସ ବାରଣ କରିବାରୁ ପ୍ରତିବାଦ। ସଂସଦମାର୍ଗ ଥାନା ଆଗରେ ପୀଡ଼ିତ ସାହିଲଙ୍କ ସହ ବସିଲେ ଧାରଣାରେ। ଅଗଷ୍ଟ ୧୪ରୁ ସାହିଲ ଲୋଚାଭ ଏତଲା ଦେଇଥିଲେ ହେଁ ପଞ୍ଜୀକରଣ କରୁନି ପୁଲିସ। ଯେପର୍ଯ୍ୟନ୍ତ ଏତଲା ରୁଜୁ ହୋଇନି, ସେ ପର୍ଯ୍ୟନ୍ତ ଧାରଣାରୁ ହଟିବୁନି ବୋଲି ଚେତାବନୀ ଦେଇଥିଲେ ରାହୁଲ। ରାହୁଲ କହିଛନ୍ତି, ଜୁଲାଇ ୨୦ରେ କନ୍ନାଟ ପ୍ଲେସରେ ପେଲେଟ ଗନର ବ୍ୟବହାର କରାଯାଇଥିଲା। ସେ ଦାବି କରିଛନ୍ତି ଯେ, ସାହିଲଙ୍କ ଶରୀର ଭିତରେ ୨ଶହରୁ ଅଧିକ ପଶିଯାଇଥିଲା। ଗୋଟିଏ ଆଖି ନଷ୍ଟ ବି ହୋଇଯାଇଛି। କିଛି ଛରେ ହୃଦୟ ପାଖରେ ବି ଅଛି। ଯାହାକୁ ବାହାର କରାଯାଇପାରିବନି। ଦିଲ୍ଲୀ ପୁଲିସ ଗୋଟିଏ ପଟେ କହୁଛି, ସେମାନେ ପେଲେଟ ଗନ୍ ଚଳାଇନାହାନ୍ତି। ତେବେ ପ୍ରଶ୍ନ ଉଠୁଛି, ପେଲେଟ ଗନ୍ ଚଳାଇଲା କିଏ। ଅପରାଧ ତ ହୋଇଛି। ଏତଲା ପଞ୍ଜୀକରଣ କରି ପୁଲିସ ଏହାର ରହସ୍ୟ ବାହାର କରୁ। ଏହା ସହ ରାହୁଲ ଆରୋପ ଲଦିଛନ୍ତି ଯେ, ପୁଲିସ କହୁଛି କୁଆଡ଼େ ତାଙ୍କୁ ଉପରୁ ନିର୍ଦେଶ ଆସିଛି। ଏତଲା ପଞ୍ଜୀକରଣ କରିପାରିବେନି। ତାଙ୍କର ଦାବି କେବଳ ଏହି ପରିବାରକୁ ନ୍ୟାୟ ଦେବା ସକାଶେ ଉଦ୍ଦିଷ୍ଟ। ଦେଶରେ ଥିବା ଅମିତ ଶାହଙ୍କ ଗୃହ ମନ୍ତ୍ରାଳୟ ଓ ଦିଲ୍ଲୀ ପୁଲିସର ଜବାନ ନ୍ୟାୟ ଦେବାକୁ ହିଁ ଚାହୁଁନାହାନ୍ତି। ଜନ୍ତରମନ୍ତର ଆନ୍ଦୋଳନରେ ପେଲେଟ ଗନରେ ଆହତ ସାହିଲ ଲୋଚାଭଙ୍କୁ ନ୍ୟାୟ ଦେବା ସକାଶେ ଥାନା ଆଗରେ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନେକ ନେତା ପହଞ୍ଚିଛନ୍ତି। ଦିଲ୍ଲୀ ପୁଲିସର କହିବା କଥା, ନୂଆ ଦିଲ୍ଲୀର ଡିସିପି ସଚିନ ଶର୍ମା ନିରନ୍ତର ରାହୁଲ ଗାନ୍ଧୀଙ୍କ ସହ ସମ୍ପର୍କରେ ଅଛନ୍ତି। ଅଭିଯୋଗ ଦାଖଲ କରିଛନ୍ତି ସାହିଲ। ଜୁଲାଇ ୨୦ରେ ରୁଜୁ ହୋଇଥିବା ସମସ୍ତ ମାମଲାର ଯାଞ୍ଚ ଦିଲ୍ଲୀ ପୁଲିସର କ୍ରାଇମବ୍ରାଞ୍ଚ ଟିମ୍ ପୂର୍ବରୁ କରୁଛି। ଅଭିଯୋଗକାରୀଙ୍କୁ କୁହାଯାଇଛି, ତାଙ୍କ ଅଭିଯୋଗକୁ ବି କ୍ରାଇମବ୍ରାଞ୍ଚକୁ ପଠାଇ ଦିଆଯିବ।
