ଦିଲ୍ଲୀରେ ଭୟଙ୍କର ଅଘଟଣ: ଡିମୋଲିସନ୍ ବେଳେ ଭୁଶୁଡ଼ିଲା କୋଠା
ଦିଲ୍ଲୀର କରୋଲବାଗରେ ଡିମୋଲିସନ୍ କାମ ବେଳେ ଦୁଇ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଆହତ ହୋଇଛନ୍ତି। ଡିମୋଲିସନ୍ ପାଇଁ ଆବଶ୍ୟକ ଅନୁମତି ନିଆଯାଇନଥିବା ନେଇ ପ୍ରାଥମିକ ତଦନ୍ତରେ ଜଣାପଡ଼ିଛି। ଘର ମାଲିକ ଓ ଠିକାଦାରଙ୍କୁ ପଚରାଉଚରା ପାଇଁ ଅଟକ ରଖିଛି ପୋଲିସ।
N
By Namita PattanaikPublished: Aug 21, 2026, 07:37 PM •1 min read •1 Views
ନୂଆଦିଲ୍ଲୀ: ଦିଲ୍ଲୀର କରୋଲବାଗ ଅଞ୍ଚଳରେ ଶୁକ୍ରବାର ଏକ ପୁରୁଣା କୋଠା ଭୁଶୁଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଆଉ ୩ ଜଣ ଶ୍ରମିକ ଆହତ ହୋଇଛନ୍ତି। ରେଗରପୁରାର ପ୍ୟାରେଲାଲ ରୋଡ୍ରେ ଡିମୋଲିସନ୍ କାମ ଚାଲିଥିବା ବେଳେ ପ୍ରାୟ ସକାଳ ୧୧ଟା ୧୫ରେ ଏହି ଅଘଟଣ ଘଟିଥିଲା। ପୋଲିସ ଓ ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମଲବା ତଳୁ ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲେ। ମୃତ ଶ୍ରମିକଙ୍କୁ ଶେଖ୍ ଶମଶାଦ ବୋଲି ଚିହ୍ନଟ କରାଯାଇଛି। ଆହତ ମହମ୍ମଦ ଆୟୁବଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଘର ମାଲିକଙ୍କ ପକ୍ଷରୁ ଜଣେ ଘରୋଇ ଠିକାଦାର ଡିମୋଲିସନ୍ କାମ କରୁଥିଲେ। ଏଥିପାଇଁ ସମ୍ପୃକ୍ତ ସଂସ୍ଥାର ଅନୁମତି ନିଆଯାଇନଥିବା ପୋଲିସ କହିଛି। ଘଟଣାରେ ଘର ମାଲିକ ଓ ଠିକାଦାରଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଛି।
N
Namita PattanaikSr. Producer, Naxatra News
Comments0
Leave a Reply
Loading comments...
