ସରକାରୀ ବଙ୍ଗଳା ଖାଲି କଲେ ରାବ୍ରୀ ଦେବୀ
୨୧ ବର୍ଷ ଧରି ଘରେ ଥିବା ସରକାରୀ ସାମଗ୍ରୀର ତାଲିକା ମାଗିଥିଲେ ରାବ୍ରି। ସରକାର ଦେଇଥିବା ଶେଷ ସମୟସୀମା ଶେଷ ହେବା ପରେ ବଙ୍ଗଳାରୁ ସିସିଟିଭି କ୍ୟାମେରା ଖୋଲାଯିବା ସହ ଆସବାବପତ୍ର ଓ ବ୍ୟକ୍ତିଗତ ସାମଗ୍ରୀ ସ୍ଥାନାନ୍ତର କାମ ଆରମ୍ଭ ହୋଇଛି।

ନୋଟିସ ପାଇବା ପରେ ସରକାରୀ ବଙ୍ଗଳା ଖାଲି କଲେ ରାବ୍ରି ଦେବୀ। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ପାଟନାରେ ୧୦ ସର୍କୁଲାର ରୋଡସ୍ଥିତ ସରକାରୀ ବଙ୍ଗଳା ଖାଲି କଲେ। ବଙ୍ଗଳା ଖାଲି କରିବାକୁ ଆଜି ଥିଲା ଅନ୍ତିମ ଦିନ। ଦୁଇଟି ଛୋଟ ଟ୍ରକରେ ନିଜ ସାମଗ୍ରୀ ନେଇ ସିଫ୍ଟ ହେଲେ ରାବ୍ରି। କୌଟିଲ୍ୟ ନଗର ପହଞ୍ଚିଛି ରାବ୍ରିଙ୍କ ସାମଗ୍ରୀ। ସେପଟେ ୩୯ ହାର୍ଡିଂ ରୋଡକୁ ରାବ୍ରି ଦେବୀଙ୍କ ନୂଆ ଆବାସ ଭାବେ ଆବଣ୍ଟନ କରାଯାଇଛି। ଘର ଖାଲି କରିବାକୁ ଜୁଲାଇ ୫ଯାଏ ମହଲତ ମାଗିଥିଲେ ରାବ୍ରି। ନୋଟିସ କରିଥିବା ଭବନ ନିର୍ମାଣ ବିଭାଗକୁ ଚିଠି ଲେଖିଥିଲେ ରାବ୍ରି। ୨୧ ବର୍ଷ ଧରି ଘରେ ଥିବା ସରକାରୀ ସାମଗ୍ରୀର ତାଲିକା ମାଗିଥିଲେ ରାବ୍ରି। ସରକାର ଦେଇଥିବା ଶେଷ ସମୟସୀମା ଶେଷ ହେବା ପରେ ବଙ୍ଗଳାରୁ ସିସିଟିଭି କ୍ୟାମେରା ଖୋଲାଯିବା ସହ ଆସବାବପତ୍ର ଓ ବ୍ୟକ୍ତିଗତ ସାମଗ୍ରୀ ସ୍ଥାନାନ୍ତର କାମ ଆରମ୍ଭ ହୋଇଛି। ଏହି ବଙ୍ଗଳାକୁ ନେଇ ଗତ କିଛି ସପ୍ତାହ ଧରି ରାଜନୈତିକ ବିବାଦ ଚାଲିଥିଲା। ବିହାର ସରକାର ପକ୍ଷରୁ ରାବଡ଼ୀ ଦେବୀଙ୍କୁ ଏକାଧିକ ନୋଟିସ ଜାରି କରାଯାଇଥିଲା ଏବଂ ଶେଷରେ ଜୁନ୍ ୨୯ ସୁଦ୍ଧା ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସରକାର ସ୍ପଷ୍ଟ କରିଥିଲେ ଯେ ନିର୍ଦ୍ଧାରିତ ସମୟ ମଧ୍ୟରେ ବଙ୍ଗଳା ଖାଲି ନକଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ। ରାବ୍ରି ଦେବୀ ପୂର୍ବରୁ ଭବନ ନିର୍ମାଣ ବିଭାଗକୁ ଚିଠି ଲେଖି ବଙ୍ଗଳାରେ ଥିବା ସରକାରୀ ସମ୍ପତ୍ତିର ତାଲିକା ମାଗିଥିଲେ। ସେ କହିଥିଲେ ଯେ ସମସ୍ତ ସାମଗ୍ରୀର ଯାଞ୍ଚ ଓ ହିସାବ ସ୍ପଷ୍ଟ ହେବା ପରେ ହିଁ ସେ ସମ୍ପୂର୍ଣ୍ଣ ଭାବେ ଘର ଖାଲି କରିବେ।
