ରାତିଯାକ କାନ୍ଦିଥିଲି, ଶୁଭେନ୍ଦୁ ମୋତେ ଭରସା ଦେଇଥିଲେ- ମହୁଆ
ସାରା ରାତି କାନ୍ଦିଥିଲି। କେହି ଆସିଲେନି ଭରସା ଦେବାକୁ। ହେଲେ ଆସିଥିଲେ ଶୁଭେନ୍ଦୁ ଅଧିକାରୀ। ମୁସ୍କିଲ ସମୟରେ ସେ ହିଁ ମୋ ସହ ଛିଡ଼ାହୋଇଥିଲେ। ଶୁଭେନ୍ଦୁଙ୍କ ସହ ତାଙ୍କର ପୁରୁଣା ନିବିଡ଼ ଭାବପ୍ରବଣ କନେକ୍ସନ କଥା କହିଛନ୍ତି ମହୁଆ।

ସାରା ରାତି କାନ୍ଦିଥିଲି। କେହି ଆସିଲେନି ଭରସା ଦେବାକୁ। ହେଲେ ଆସିଥିଲେ ଶୁଭେନ୍ଦୁ ଅଧିକାରୀ। ମୁସ୍କିଲ ସମୟରେ ସେ ହିଁ ମୋ ସହ ଛିଡ଼ାହୋଇଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ଏଭଳି ଟିପ୍ପଣୀ ପୁଣି ବଙ୍ଗରେ ଟିଏମସି ରାଜନୀତିକୁ ନୂଆ ମୋଡ଼ ଦେଲାଣି। ମହୁଆଙ୍କ ପରିବର୍ତ୍ତିତ ସ୍ୱର କାହିଁକି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଏକ ସାକ୍ଷାତକାରରେ ଶୁଭେନ୍ଦୁଙ୍କୁ ଏମିତି ଢଙ୍ଗରେ ପ୍ରଶଂସାରେ ପୋତି ପକାଇଥିଲେ। ଏକ ପୁରୁଣା କଥାକୁ ମନେପକାଇ ଶୁଭେନ୍ଦୁ ତାଙ୍କୁ କେମିତି ସାହାଯ୍ୟ କରିଥିଲେ, ସେ କଥାର ଅବତାରଣା ପରେ ବଙ୍ଗ ରାଜନୀତିରେ ହଲଚଲ ଖେଳିଛି। ଶୁଭେନ୍ଦୁଙ୍କ ସହ ତାଙ୍କର ପୁରୁଣା ନିବିଡ଼ ଭାବପ୍ରବଣ କନେକ୍ସନ କଥା କହିଛନ୍ତି ମହୁଆ। ମହୁଆ କହିଛନ୍ତି। ତାଙ୍କୁ ଆରମ୍ଭରୁ ଲୋକସଭା ଟିକଟ ମିଳିନଥିଲା। ସେ ଏଥିରେ ବହୁତ ଭାଙ୍ଗିପଡ଼ିଥିଲେ। ରାତିଯାକ କାନ୍ଦିଥିଲେ। ଏହି କଠିନ ସମୟରେ ଶୁଭେନ୍ଦୁ ତାଙ୍କୁ ଆଶ୍ୱାସନା ଓ ଭରସା ଦେଇଥିଲେ। ଆଉ ଯେବେ ସେ କରିମପୁରରୁ ନିର୍ବାଚନ ଲଢ଼ୁଥିଲେ। ତାଙ୍କ ଲାଗି କ୍ୟାମ୍ପେନିଂ ଲାଗି କୌଣସି ନେତା ଆସିଲେନି। ହେଲେ ଶୁଭେନ୍ଦୁ ଆଗକୁ ଆସିଥିଲେ। ଆଉ ତାଙ୍କ ଲାଗି ପ୍ରଚାର କରିଥିଲେ। ସେ ଦଳରେ ତାଙ୍କ ସହ ସର୍ବଦା ଛିଡ଼ାହୋଇଥିଲେ। ଶୁଭେନ୍ଦୁ ତାଙ୍କ ଭଲ ବନ୍ଧୁ। ଟିଏମସିରେ ସାଙ୍ଗରେ ଥିଲା ବେଳେ ଶୁଭେନ୍ଦୁ ତାଙ୍କୁ ବିପୁଳ ସମର୍ଥନ କରିଥିଲେ। ଯେବେ କୌଣସି ପ୍ଲାନ ଦରକାର ହୁଏ, ଶୁଭେନ୍ଦୁ ତାଙ୍କୁ ପଠାନ୍ତି। ଶୁଭେନ୍ଦୁ ଯେହେତୁ ଏବେ ଅଲଗା ଦଳର। ସେଥିଲାଗି ତାଙ୍କ ସହ କଥାବାର୍ତ୍ତା ନାହିଁ। ଶୁଭେନ୍ଦୁ ଯେଭଳି ତାଙ୍କୁ ସାହାଯ୍ୟ ସହଯୋଗ କରିଛନ୍ତି, ସେ ଜୀବନରେ କେବେ ବି ଭୁଲିବେନି।
