ଚଳନ୍ତା ମେମୁ ଟ୍ରେନରୁ ଧକ୍କା ଦେଇ ମହିଳାଙ୍କୁ ମର୍ଡର
ଋତୁଙ୍କ ହାତ ଧରି ତାଙ୍କୁ ଜବରଦସ୍ତି ଟ୍ରେନର ଫାଠକ ପାଖକୁ ଜଣେ ଟାଣିନେଉଛି ଓ ପରେ ଚଳନ୍ତା ଟ୍ରେନରୁ ଧକ୍କା ଦେଉଛି। ଅଭିଯୁକ୍ତର ବୟସ ୪୦ରୁ ୪୫ ଭିତରେ। ମଝଭୁତ ଶରୀର। କଳା-ଟିସାର୍ଟ, କଳା ପ୍ୟାଣ୍ଟ ପିନ୍ଧିବା ସହ ଦାଢ଼ି ରଖିଛି।

ମେମୁ ଟ୍ରେନରୁ ଧକା ଦେଇ ମହିଳାଙ୍କୁ ମର୍ଡର। ପ୍ରାରମ୍ଭରୁ ମାମଲା ଦୁର୍ଘଟଣାଜନିତ ଲାଗୁଥିଲା। ହେଲେ ଷ୍ଟେସନର ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ତଦନ୍ତର ମୋଡ଼ ବଦଳିଗଲା। ଗୋଁଦିଆ ଜିଲ୍ଲାର ଗଣଖୈରା ରେଲଓ୍ୱେ ଷ୍ଟେସନ ପାଖରେ ୪୩ ବର୍ଷୀୟା ଋତୁ ବିନାୟକ ଘମଗାୟେଙ୍କୁ ଠେଲି ହତ୍ୟା କରାଯାଇଛି। ଏ ଘଟଣା ରେଲଓ୍ୱେ ପୋଲନମ୍ୱର ୧୦୦୯/୧୫ ପାଖରେ ଘଟିଛି। ଋତୁ ସବୁଦିନ ଭଳି ଗୋଁଦିଆ-ବଡ଼ସା ମେମୁ ଲୋକାଲ ଟ୍ରେନରେ ଘରକୁ ଫେରୁଥିଲେ। ହେଲେ ବହୁ ଡେରି ଯାଏ ଘରକୁ ନ ଫେରିବାରୁ ତାଙ୍କ ଭାଇ ମଙ୍ଗେଶ ଧମଗାୟେ ତାଙ୍କୁ ଖୋଜିଥିଲେ। ପରେ ତାଙ୍କ ଶବ ରେଲଓ୍ୱେ ଟ୍ରାକରୁ ମିଳିଥିଲା। ତେବେ ରେଲଓ୍ୱେ ପୁଲିସ ତଦନ୍ତରେ ସିସିଟିଭି ଫୁଟେଜ ତନାଘନାରୁ ଜଣାପଡ଼ିଛି, ଋତୁଙ୍କ ହାତ ଧରି ତାଙ୍କୁ ଜବରଦସ୍ତି ଟ୍ରେନର ଫାଠକ ପାଖକୁ ଜଣେ ଟାଣିନେଉଛି ଓ ପରେ ଚଳନ୍ତା ଟ୍ରେନରୁ ଧକ୍କା ଦେଉଛି। ଅଭିଯୁକ୍ତର ବୟସ ୪୦ରୁ ୪୫ ଭିତରେ। ମଝଭୁତ ଶରୀର। କଳା-ଟିସାର୍ଟ, କଳା ପ୍ୟାଣ୍ଟ ପିନ୍ଧିବା ସହ ଦାଢ଼ି ରଖିଛି। ଫରେନସିକ ଟିମ, ଡଗ୍ ସ୍କ୍ୱାର୍ଡ ଓ ଫିଙ୍ଗରପ୍ରିଣ୍ଟ ବିଶେଷଜ୍ଞର ସହାୟତା ନିଆଯାଉଛି। ପୁଲିସ ଏକଥା ବି ତଦନ୍ତ କରୁଛି ଯେ, ଅଭିଯୁକ୍ତ ଓ ମୃତକ ପରସ୍ପରକୁ ଆଗରୁ ଚିହ୍ନିଥିଲେ କି ନାହିଁ। ଘଟଣା ବେଳେ ବଗିରେ ଆଉ କେହି ଯାତ୍ରୀ ଥିଲେ କି ନାହିଁ।
