ଫ୍ୟାନରେ ଝୁଲି ପଡ଼ି ଆତ୍ମହତ୍ୟା କଲେ ଦମ୍ପତି
ପୁରୀ ତାଳବଣିଆ ଥାନା ଅନ୍ତର୍ଗତ ସେନାପତି ବଗିଚାରେ ଘଟିଛି ଅଭାବନୀୟ ଘଟଣା। ଫ୍ୟାନ ରେ ଝୁଲି ପଡ଼ି ଆତ୍ମହତ୍ୟା କଲେ ବାପା ମାଆ। ମୃତକ ଦମ୍ପତି ହେଲେ ସେନାପତି ବଗିଚାର ଅନାମ ମିଶ୍ର ଏବଂ ସଂଗୀତା ମିଶ୍ର। ତାଳବଣିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୋବାଇଲ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି।

ପୁରୀ ତାଳବଣିଆ ଥାନା ଅନ୍ତର୍ଗତ ସେନାପତି ବଗିଚାରେ ଘଟିଛି ଅଭାବନୀୟ ଘଟଣା। ଫ୍ୟାନ ରେ ଝୁଲି ପଡ଼ି ଆତ୍ମହତ୍ୟା କଲେ ବାପା ମାଆ। ମୃତକ ଦମ୍ପତି ହେଲେ ସେନାପତି ବଗିଚାର ଅନାମ ମିଶ୍ର ଏବଂ ସଂଗୀତା ମିଶ୍ର। ତାଳବଣିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୋବାଇଲ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି। ମୃତଶରୀର ପୋଷ୍ଟମଟମ ପରେ ପୁରୀ ସ଼୍ବର୍ଗଦ୍ବାରରେ ଶେଷକୃତ୍ୟ କରାଯାଇଥିବା ବେଳେ ଘଟଣା ପଛରେ କଳା ଯାଦୁ ରହିଛି ତେଣୁ ତଦନ୍ତ ଭଲ ଭାବରେ କରାଯାଉ ଏବଂ ମୃତ୍ୟୁର ରହସ୍ୟ ବାହାରିବ ବୋଲି ପୁଅ ଅନୁ ସଂଗୀତ ଦାବୀ କରିଛନ୍ତି। ଏକାସାଙ୍ଗରେ ବିଳମ୍ବିତ ରାତ୍ରରେ ଫ୍ୟାନ ରେ ଝୁଲି ପଡ଼ି ଆତ୍ମହତ୍ୟା କଲେ ସେନାପତି ବଗିଚାରେ ରହୁଥିବା ଦମ୍ପତି ଅନାମ ମିଶ୍ର ଏବଂ ସଂଗୀତା ମିଶ୍ର। କଣ ଏପରି ଘଟଣା ଘଟିଲା ଫଳରେ ଏକା ସାଙ୍ଗରେ ଆତ୍ମହତ୍ୟା ପାଇଁ ନିଷ୍ପତି ନେଲେ ଉଭୟ ଦମ୍ପତି। ଅନାମ ମିଶ୍ର ହିନ୍ଦୁସ୍ଥାନ ଏରୋନେଟିକ ବିଭାଗରେ ଅଧିକାରୀ ଭାବରେ ଅବସର ନେଇ ପୁରୀରେ ରହୁଥିଲେ। ଅନାମଙ୍କ ଧର୍ମପତ୍ନୀ ଙ୍କ ଘର ପୁରୀର ଦୋଳମଣ୍ଡପ ସାହି l ତେଣୁ ଅନାମ ସେନାପତି ବଗିଚାରେ ଜାଗା କିଣି ଘର କରିଥିଲେ। କିନ୍ତୁ କଣ ପାଇଁ ଏତେ ବଡ ନିଷ୍ପତ୍ତି ନେଲେ ଉଭୟ। ଟଙ୍କା ଓ ଜମି ବାଡିକୁ କୁ ନେଇ କିଛି ସମସ୍ୟା ଥିଲା କି। ନା ପୁଅ ନିଶା ଖାଉଥିଲା ତେଣୁ ଆତ୍ମହତ୍ୟା କଲେ କି । ନିଶା ସେବନ ଯୋଗୁ ତାଙ୍କ ମା ଓ ବାପା ଆତ୍ମହତ୍ୟା କରିନାହାନ୍ତି। ପାରିବାରିକ ସମସ୍ୟା ଯୋଗୁଁ ଆତ୍ମହତ୍ୟା କରିଛନ୍ତି। ତାଙ୍କ ଉପରେ କିଏ ବ୍ରାକୁ ମ୍ୟାଜିକ ବା କଳା ଯାଦୁ କରାଯାଇଛି। ସବୁ ବେଳେ ତାଙ୍କ ବାପା କହୁଥିଲେ ତାଙ୍କର ଟଙ୍କା ଫେରାଉନାହିଁ। କିଏ ନେଇଥିଲା ବାପାଙ୍କ ଟଙ୍କା ସେ ସବୁ ତଦନ୍ତ କରିବା ପାଇଁ ଦାବୀ କରିଛନ୍ତି ପୁଅ ଅନୁ ସଂଗୀତ ମିଶ୍ର ।
