କଣ୍ଢେଇ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ
କାକଟପୁର- କୋଣାର୍କ - କାକଟପୁର ମୁଖ୍ୟ ରାସ୍ତା କୁଣ୍ଡେଇ ହାଟରେ ଥିବା ଗୁରୁଦତ୍ତ ଫନୀଚର ଗୋଦାମ ରେ ରବିବାର ଅପରାହ୍ନରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଜିନିଷ ନଷ୍ଟ ହୋଇଛି।
N
By Namita PattanaikPublished: Jun 22, 2026, 11:37 AM •1 min read •5 Views

କାକଟପୁର- କୋଣାର୍କ - କାକଟପୁର ମୁଖ୍ୟ ରାସ୍ତା କୁଣ୍ଡେଇ ହାଟରେ ଥିବା ଗୁରୁଦତ୍ତ ଫନୀଚର ଗୋଦାମ ରେ ରବିବାର ଅପରାହ୍ନରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଜିନିଷ ନଷ୍ଟ ହୋଇଛି। ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ସୂଚନା ମିଳିଛି। ଭୟଙ୍କର ନିଆଁରେ ଜଳି ଯାଇଛି ଲକ୍ଷ ଲକ୍ଷ ଟଙ୍କାର ଦାମୀ ଫନୀଚର। ନିଆଁକୁ ଆୟତ୍ତ କରିବାକୁ କୋଣାର୍କ , ଅସ୍ତରଙ୍ଗ ଅଗ୍ନିଶମ ବାହିନୀରର ଚାରୋଟି ଗାଡି ସହ ୧୦ ରୁ ଅଧିକ କର୍ମଚାରୀ ପହଞ୍ଚିଥିଲେ। ବ୍ୟବସାୟୀଙ୍କ ନାମ ପଞ୍ଚାନନ ସାହୁ ବୋଲି ଜଣାପଡିଛି ।ଆଜକୁ ତିନି ବର୍ଷ ହେବ ଦୋକାନ କରିଥିଲେ । ଲକ୍ଷ ଲକ୍ଷ ଟଙ୍କା ର ଫର୍ଣିଚର ଜିନିଷ ଜଳିଯାଇଥିବା ବେଳେ ଗଭୀର ଚିନ୍ତାରେ ଅଛନ୍ତି ବ୍ୟବସାୟୀ।
N
Namita PattanaikSr. Producer, Naxatra News
Comments0
Leave a Reply
Loading comments...
