ଗ୍ରାଣ୍ଡ ଚେସ୍ ଟୁର୍ ଟୁର୍ଣ୍ଣାମେଣ୍ଟ- ଚାମ୍ପିଅନ ସାଜି ଇତିହାସ ରଚିଲେ ପ୍ରଜ୍ଞାନନ୍ଦ
ପ୍ରଥମ ବ୍ଲିଟଜ ଗେମ ରେ ପ୍ରଜ୍ଞାନନ୍ଦଙ୍କ ପାଖରେ ଜିତିବାର ମଉକା ଥିଲା। କିନ୍ତୁ ସମୟ ଅଭାବରୁ ଅର୍ଥାତ ଟାଇମ ସ୍କ୍ରାମ୍ୱଲ କାରଣରୁ ସେ ଏହାକୁ ହାସଲ କରିପାରିଲେନି। ତାଙ୍କର ସ୍ଥିତି ବି ବିଗିଡ଼ିବାରେ ଲାଗିଥିଲା। ଅବଶ୍ୟ କାରୁଆନା ବି ଏହାର ଫାଏଦା ଉଠାଇପାରିନଥିଲେ। ଆଉ ଶେଷରେ ମୁକାବିଲା ଡ୍ରରେ ସମାପ୍ତ ହୋଇଥିଲା। ଗ୍ରାଣ୍ଡ ଚେସ୍ ଟୁର ଫାଇନାଲ ଜିତିବା ପ୍ରଜ୍ଞାଙ୍କ ପକ୍ଷରେ ଏତେ ସହଜ ନଥିଲା।

ଭାରତୀୟ ଗ୍ରାଣ୍ଡମାଷ୍ଟର ଆର ପ୍ରଜ୍ଞାନନ୍ଦ ଇତିହାସ ରଚିଲେ। ପ୍ରଥମ ଥର କୌଣସି ଭାରତୀୟ ଭାବେ ଗ୍ରାଣ୍ଡ ଚେସ୍ ଟୁର୍ ଚାମ୍ପିଅନ ସାଜିଲେ। ସେଣ୍ଟ ଲୁଡସରେ ରମେଶବାବୁ ପ୍ରଜ୍ଞାନନ୍ଦ ଆମେରିକାର ଗ୍ରାଣ୍ଡମାଷ୍ଟର ଫେବିୟାନୋ କାରୁଆନାଙ୍କୁ ହରାଇ ଫାଇନାଲ ଟ୍ରଫି ହାସଲ କଲେ। ଏହା ସହ ସେ ୨ଲକ୍ଷ ଆମେରିକୀୟ ଡଲାର ଅର୍ଥାତ ୧.୯ କୋଟି ଟଙ୍କାର ପ୍ରାଇଜ ମନି ଜିତିଛନ୍ତି। ଭାରତୀୟ ଗ୍ରାଣ୍ଡମାଷ୍ଟର ଦିନର ଆରମ୍ଭରୁ କାରୁଆନାଙ୍କଠୁ ୬ ଅଙ୍କରେ ପଛରେ ରହିଥିଲେ। କିନ୍ତୁ ଦ୍ରୁତ ଗତିରେ ସେ ବାଜି ପଲଟାଇଦେଲେ। ଦୁଇଟିଯାକ ରାପିଡ୍ ଗେମ୍ ଜିତି ପଛରେ ପକାଇଦେଇଥିଲେ କାରୁଆନାଙ୍କୁ। ଏହା ପରେ ବ୍ଲିଟଜ ମୁକାବିଲାରେ ସ୍କୋରକୁ ସମାନ କରି ୧୫-୧୩ରେ କାରୁଆନାଙ୍କୁ ହରାଇ ବାଜି ମାରିନେଲେ। ପ୍ରଥମ ବ୍ଲିଟଜ ଗେମ ରେ ପ୍ରଜ୍ଞାନନ୍ଦଙ୍କ ପାଖରେ ଜିତିବାର ମଉକା ଥିଲା। କିନ୍ତୁ ସମୟ ଅଭାବରୁ ଅର୍ଥାତ ଟାଇମ ସ୍କ୍ରାମ୍ୱଲ କାରଣରୁ ସେ ଏହାକୁ ହାସଲ କରିପାରିଲେନି। ତାଙ୍କର ସ୍ଥିତି ବି ବିଗିଡ଼ିବାରେ ଲାଗିଥିଲା। ଅବଶ୍ୟ କାରୁଆନା ବି ଏହାର ଫାଏଦା ଉଠାଇପାରିନଥିଲେ। ଆଉ ଶେଷରେ ମୁକାବିଲା ଡ୍ରରେ ସମାପ୍ତ ହୋଇଥିଲା। ଗ୍ରାଣ୍ଡ ଚେସ୍ ଟୁର ଫାଇନାଲ ଜିତିବା ପ୍ରଜ୍ଞାଙ୍କ ପକ୍ଷରେ ଏତେ ସହଜ ନଥିଲା। କ୍ଲାସିକାଲ ମୁକାବିଲାରେ ପରାଜୟର ସମ୍ମୁଖୀନ ହୋଇଥିଲେ। ଦ୍ୱିତୀୟ ମୁକାବିଲା ଡ୍ର ରହିଲା। ଏହା ପରେ ୬ ପଏଣ୍ଟରେ ସେ ପଛରେ ପଡ଼ିଥିଲେ। ଅନ୍ତିମ ମୁକାବିଲାରେ ତାଙ୍କୁ କେବଳ ଡ୍ର କରିବା ଜରୁରୀ ଥିଲା। ଆଉ ଧୈର୍ଯ୍ୟ ରଖି ସେ ମ୍ୟାଚକୁ ଡ୍ର ରଖିବା ସହ ଟାଇଟଲ ଜିତିଗଲେ। ପ୍ରଜ୍ଞାନନ୍ଦ ଗଲା ମାସକ ଭିତରେ ତୃତୀୟ ବଡ଼ ସଫଳତା ହାସଲ କରିଛନ୍ତି। ମାସେ ହେଲା ସେ ଆମେରିକାର ସେଣ୍ଟ ଲୁଇସ ଚେସ କ୍ଲବରେ ଲଗାତାର ଖେଳୁଥିଲେ। ଏଥିରେ ସେ ପ୍ରଥମେ ସେଣ୍ଟ ଲୁଇସ ରାପିଡ ଆଣ୍ଡ ବ୍ଲିଟଜ ଟୁର୍ଣ୍ଣାମେଣ୍ଟ ଜିତିଲେ। ପରେ ସିନକଫିଲ୍ଡ କପ ରେ ଉପବିଜେତା ରହିଲେ ଆଉ ଏବେ ଗ୍ରାଣ୍ଡ ଚେସ୍ ଟୁର୍ ଫାଇନାଲରେ ଚାମ୍ପିଅନ ସାଜିଲେ।
