ଲଭର ପାଇଁ ଚୋରି KTM ବାଇକ ଗିଫ୍ଟ କରିଥିଲେ ଗର୍ଲଫ୍ରେଣ୍ଡ
ଯେଉଁଥିରେ ତାମିଲନାଡୁର ପୋଲ୍ଲାଚୀରେ ରହୁଥିବା ୧୯ ବର୍ଷୀୟ କଲେଜ ଛାତ୍ରୀ ନିଜ ପ୍ରେମିକକୁ KTM ସ୍ପୋର୍ଟ ବାଇକ ଦେବାପାଇଁ ବଡ ଧରଣର ଚୋରି କରିଥିଲେ | ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଭିଡିଓ |

ଭଲ ପାଇବାରେ ଭୁଲ୍ କି ଠିକ୍ କିଛି ନଥାଏ | ଏହା ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରୁ ଜଣାପଡିଛି | ଯେଉଁଥିରେ ତାମିଲନାଡୁର ପୋଲ୍ଲାଚୀରେ ରହୁଥିବା ୧୯ ବର୍ଷୀୟ କଲେଜ ଛାତ୍ରୀ ନିଜ ପ୍ରେମିକକୁ KTM ସ୍ପୋର୍ଟ ବାଇକ ଦେବାପାଇଁ ବଡ ଧରଣର ଚୋରି କରିଥିଲେ | ପୋଲ୍ଲାଚୀର କୋୟମଭଟ୍ଟୁର ଜିଲ୍ଲାରେ ରହୁଥିବା ୧୯ ବର୍ଷୀୟ କଲେଜ ଛାତ୍ରୀ ଆର.ଜୟ ପ୍ରିନ୍ସିଙ୍କ ଓ ତାଙ୍କ ପିତା ରାଜେଶ ,ପୋଲ୍ଲାଚୀର ପାଖରେ ଥିବା ଊଂଜାବେଳ୍ମପଟ୍ଟୀରେ ରହୁଥିବା ରାଜେଶ ସାଙ୍ଗ ଏଚ.ତାମିଲସେଲ୍ବେନ ଘରକୁ ଯାଇଥିଲେ | ଏଚ. ତାମିଲସେଲ୍ବେନ ଘରର ଆଲମିରାରେ ୯ଲକ୍ଷ ପାଖାପାଖି ସୁନାର ଗହଣା ଚୋରି ହୋଇଥିବାର ଘଟଣା ସାମ୍ନାକୁ ଆସିଥିଲା | ଯାହା ପରେ ତାମିଲସେଲ୍ବେନ ପୋଲିସ ଚୋରିର ଅଭିଯୋଗ କରିଥିଲେ | ରିପୋର୍ଟ ଅନୁସାରେ ପ୍ରିନ୍ସି ସେହି ଗହଣାକୁ ନେଇ ସ୍ଥାନୀୟ ଗହଣା ଦୋକାନରେ ବିକି ଥିଲା ଏବଂ ସେଇ ଟଙ୍କା ସେ ନିଜର ପ୍ରେମିକ ପାଇଁ ୨.୫ ଲକ୍ଷ ଟଙ୍କାର KTM ସ୍ପୋର୍ଟ ବାଇକ କିଣିଥିଲେ | ବାଇକ କିଣିବା ପରେ ଦୁହେଁ କାର ସୋ-ରୁମରେ ଡେଲିଭରୀ ଏବଂ ସେଲିବ୍ରେସନର ଭିଡିଓ ତିଆରି କରି ଏହାକୁ ଇନଷ୍ଟାଗ୍ରାମର ରିଲସରେ ପୋଷ୍ଟ କରିଥିଲେ | ପୋଲସ ଯେତେବେଳେ ଏହି ଭିଡିଓଟି ଦେଖିଲା ସନ୍ଦେହ ଆଧାରରେ ପ୍ରିନ୍ସିଙ୍କୁ ପଚରାଉଚରା କରିଥିଲା | ପଚରାଉଚରା ସମୟରେ, ପ୍ରିନ୍ସି ଗହଣା ଚୋରି ଓ ଗହଣା ବିକି ବାଇକ କିଣିବା କଥାକୁ ସ୍ୱୀକାର କରିଥିଲେ | ଏହାପରେ ତାଙ୍କୁ ଗିରଫ କରାଯାଇ ନ୍ୟାୟୀକ ହେପାଜତକୁ ପଠାଯାଇଥିଲା | ପୋଲିସ ଏବେ ପ୍ରିନ୍ସିଙ୍କ ପ୍ରେମିକ ଜନଗଣ ଶିବାଙ୍କୁ ଖୋଜୁଛି | କିଛି ରିପୋର୍ଟ ଅନୁସାରେ ଏହା ମଧ୍ୟ କୁହାଯାଉଛି ଯେ ଗହଣା ବିକ୍ରି କରିବାରେ ତାଙ୍କ ସହ ଆଉ ଦୁଇଜଣ ବ୍ୟକ୍ତିଙ୍କର ସହଯୋଗ କରିଥିଲେ |
