ଜନ୍ତରମନ୍ତର ହିଂସା- ଭିଡ଼ରେ ଲୁଚିଥିଲେ ୨୫ଶହରୁ ଅଧିକ ଅପରାଧୀ
ଏଭଳି ଅପରାଧୀ ପ୍ରଦର୍ଶନକାରୀଙ୍କ ଭିତରେ ଲୁଚି ସୁରକ୍ଷାବଳକୁ ନିଜର ଟାର୍ଗେଟ ସଜାଇଥିଲେ। ଆନ୍ଦୋଳନ ଅବସରରେ ପୁଲିସକର୍ମୀଙ୍କ ଉପରେ ଛୁରୀ ଓ ଅନ୍ୟ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଯେଉଁମାନଙ୍କ ଲାଗି ଜନ୍ତରମନ୍ତର ଆଖପାଖ ଏରିଆରେ ମାହୋଲ ବହୁତ ଉତ୍ତେଜନାପୂର୍ଣ୍ଣ ହୋଇଉଠିଥିଲା।

ଜନ୍ତରମନ୍ତର ହିଂସା ପଛରେ ବଡ଼ ଷଡ଼ଯନ୍ତ୍ର। ଫେସିଆଲ ରେକଗନିସନ ସିଷ୍ଟମ (ଏଫଆରଏସ) ଜରିଆରେ ସିଜେପି ପ୍ରୋଟେଷ୍ଟରେ ଚିହ୍ନଟ ହେଲେ ୨୫ଶହ କ୍ରିମିନାଲ। ଶାନ୍ତିପୂର୍ଣ୍ଣ ପଦଯାତ୍ରାର ମାହୋଲ ବିଗାଡ଼ିବାକୁ ଉପଦ୍ରବୀ କରିଥିଲେ ବଡ଼ ଷଡ଼ଯନ୍ତ୍ର। ଯେଉଁମାନେ ପୁଲିସ ଉପରକୁ ଆକ୍ରମଣ କରିଥିଲେ। ଏହି ମାମଲାରେ ୧୫ ଏତଲା ରୁଜୁ ହୋଇଛି। ପ୍ରଦର୍ଶନକାରୀଙ୍କ ଭିତରେ ୨୫ଶହରୁ ଅଧିକ ଅପରାଧିକ ପୃଷ୍ଠଭୂମି ଥିବା ଲୋକ ପଶିଯାଇଥିଲେ। ଯିଏ ଆନ୍ଦୋଳନ ଆଳରେ ଆଇନବ୍ୟବସ୍ଥାକୁ ପୁରା ଧ୍ୱସ୍ତ କରିବାକୁ ଷଡ଼ଯନ୍ତ୍ର ରଚିଥିଲେ। ଗୁଇନ୍ଦା ଏଜେନ୍ସି ଅନୁସାରେ ଏଭଳି ଅପରାଧୀ ପ୍ରଦର୍ଶନକାରୀଙ୍କ ଭିତରେ ଲୁଚି ସୁରକ୍ଷାବଳକୁ ନିଜର ଟାର୍ଗେଟ ସଜାଇଥିଲେ। ଆନ୍ଦୋଳନ ଅବସରରେ ପୁଲିସକର୍ମୀଙ୍କ ଉପରେ ଛୁରୀ ଓ ଅନ୍ୟ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଯେଉଁମାନଙ୍କ ଲାଗି ଜନ୍ତରମନ୍ତର ଆଖପାଖ ଏରିଆରେ ମାହୋଲ ବହୁତ ଉତ୍ତେଜନାପୂର୍ଣ୍ଣ ହୋଇଉଠିଥିଲା। ଜୁଲାଇ ୨୦ରେ ହୋଇଥିବା ଉପଦ୍ରବ ଓ ସଂସଦ ଚାଲ ମାର୍ଚ୍ଚରେ ହୋଇଥିବା ହିଂସା ପରେ ଦିଲ୍ଲୀ ପୁଲିସ ଜନ୍ତରମନ୍ତରରେ ଅତ୍ୟାଧୁନିକ ଏଫଆରଏସ କ୍ୟାମେରା ସ୍ଥାପିତ କରିଥିଲା। ଏଫଆରଏସ ସିଷ୍ଟମ ଡାଟାବେସ୍ ଆନାଲିସିସରେ କେବଳ ୩ ଦିନ ୨୧, ୨୨ ଓ ୨୩ ଜୁଲାଇ ଭିତରେ ୨୫ଶହରୁ ଅଧିକ ସୂଚୀବଦ୍ଧ ଅପରାଧୀ ଓ ଉପଦ୍ରବୀଙ୍କୁ ଚିହ୍ନଟ କରାଯାଇଛି। ହିଂସା, ଭଙ୍ଗାରୁଜା ଓ ପୁଲିସ ଉପରେ ମରଣାନ୍ତକ ଆକ୍ରମଣକୁ ନେଇ ପୁଲିସ ୧୫ଟି ଏତଲା ରୁଜୁ କରିଛି। ଏ ସବୁ ଅପରାଧିକତତ୍ତ୍ୱ ମାହୋଲ ବିଗାଡ଼ିବା ଓ ହିଂସାକୁ ଉସୁକାଇବା ଲାଗି ନିୟୋଜିତ ଥିଲେ।
