ହୋଟେଲ ମାଲିକ ହତ୍ୟା ଘଟଣାରେ ପୋଲିସର ଏନକାଉଣ୍ଟର, ଅଭିଯୁକ୍ତ ଆହତ
ପୁରୀ ବଳିଆପଣ୍ଡା ଥାନା ଅଞ୍ଚଳରେ ହୋଟେଲ ମାଲିକଙ୍କୁ ହତ୍ୟା । ହତ୍ୟାକାରୀ ଅଭିଯୁକ୍ତ ଚନ୍ଦନ ପଲାଇକୁ ପୋଲିସ ଏନକାଉଣ୍ଟର କରିଛି।

ପୁରୀ: ହୋଟେଲ ମାଲିକ ହତ୍ୟା ଘଟଣାରେ ବଳିଆ ପଣ୍ଡା ପୋଲିସର ଏନକାଉଣ୍ଟର l ପୁରୀ ବଳିଆପଣ୍ଡା ଥାନା ଅଞ୍ଚଳରେ ହୋଟେଲ ମାଲିକଙ୍କୁ ହତ୍ୟା । ହତ୍ୟାକାରୀ ଅଭିଯୁକ୍ତ ଚନ୍ଦନ ପଲାଇକୁ ପୋଲିସ ଏନକାଉଣ୍ଟର କରିଛି। ଏନକାଉଣ୍ଟରରେ ଅଭିଯୁକ୍ତର ବାମ ଗୋଡ଼ରେ ଗୁଳି ବାଜିଥିବାରୁ ସେ ଆହତ ହୋଇଛି। ଆହତ ଅବସ୍ଥାରେ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ବଳିଆପଣ୍ଡା ଥାନା ଅଞ୍ଚଳରେ ହୋଟେଲ ମାଲିକ ପବିତ୍ର ନାୟକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ପବିତ୍ର ନାୟକଙ୍କ ବଳିଆପଣ୍ଡା ଅଞ୍ଚଳରେ ମନୋରମା ନାମକ ଏକ ହୋଟେଲ ରହିଛି। ହୋଟେଲ ମାଲିକ ପବିତ୍ର ନାୟକଙ୍କୁ ଗୁଳି କରିଥିଲା ଚନ୍ଦନ ପଲାଇ । ପୋଲିସ ମୃତଦେହକୁ ଜବତ୍ କରି ହସ୍ପିଟାଲରେ ଭର୍ତ୍ତି କରିଛି। ଘଟଣାସ୍ଥଳରେ ପହଞ୍ଚି ଘଟଣାକୁ ନେଇ ତଦନ୍ତ ଜାରି ରଖିଛି ପୋଲିସ୍। ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ ଏହି ଜଘନ୍ୟ ଘଟଣା ପରେ ପୋଲିସ ସିସିଟିଭି ଫୁଟେଜ୍ ଏବଂ ତଥ୍ୟ ଆଧାରରେ ତଦନ୍ତ ଜାରି ରଖିଛି ପୋଲିସ । । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନବିନ ଜାରି ରଖିଥିବା ସହ ପୋଷ୍ଟମର୍ଟମ ରିପୋର୍ଟ ଏବଂ ପ୍ରାଥମିକ ତଦନ୍ତ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନେବ ପୋଲିସ । ରିପୋର୍ଟ ଆସିଲେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନିଆଯିବ ବୋଲି ପୋଲିସ କହିଛି। ପୁରୀ ଘଟଣାକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ଥିବାବେଳେ ପୋଲିସ ତଦନ୍ତକୁ ଆହୁରି ତୀବ୍ର କରିଛି।

