ChhatPuja: ମହାପର୍ବ ଛଟ୍ ର ଶୁଭାରମ୍ଭ: ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପିଏମ୍ ମୋଦି
ମହାପର୍ବ ଛଟ୍ ର ଶୁଭାରମ୍ଭ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସମସ୍ତଙ୍କ ପାଇଁ ଛଟୀ ମାଆଙ୍କ ଆଶୀର୍ବାଦ କାମନା କଲେ।
S
By Subhadra DasPublished: Nov 13, 2026, 03:29 PM •1 min read •4 Views
ବ୍ଯୁରୋ: ଲୋକଆସ୍ଥା ଓ ସୂର୍ଯ୍ୟ ଉପାସନାର ମହାପର୍ବ ଛଟ୍ ର ଶୁଭାରମ୍ଭ ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଚାରିଦିନ ଧରି ପାଳନ ହେଉଥିବା ଏହି ପବିତ୍ର ପର୍ବ ଅବସରରେ ସେ ସମସ୍ତଙ୍କ ପାଇଁ ଛଟୀ ମାଆଙ୍କ ଆଶୀର୍ବାଦ କାମନା କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି।
ନିଜ ପୋଷ୍ଟରେ ସେ ଲେଖିଛନ୍ତି, “ଲୋକଆସ୍ଥା ଓ ସୂର୍ଯ୍ୟ ଉପାସନାର ଚାରିଦିନିଆ ପବିତ୍ର ଅନୁଷ୍ଠାନ ମହାପର୍ବ ଛଟ୍ର ଶୁଭାରମ୍ଭ ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଆଜି ନହାୟ-ଖାୟ। ସମସ୍ତ ବ୍ରତଧାରୀଙ୍କୁ ମୋର ପ୍ରଣାମ। ସମସ୍ତଙ୍କୁ ଛଟୀ ମାଆଙ୍କ ଆଶୀର୍ବାଦ ମିଳୁ, ଏହା ହିଁ ମୋର କାମନା। ସୂଚନା ଅନୁଯାୟୀ, ଛଟ୍ ପର୍ବର ପ୍ରଥମ ଦିନ ନହାୟ-ଖାୟରୁ ଏହି ମହାନ ଅନୁଷ୍ଠାନ ଆରମ୍ଭ ହୋଇଥାଏ। ଏହି ପର୍ବରେ ବ୍ରତଧାରୀମାନେ ନିଷ୍ଠା, ଶ୍ରଦ୍ଧା ଓ ଭକ୍ତିର ସହ ସୂର୍ଯ୍ୟଦେବ ଏବଂ ଛଟୀ ମାଆଙ୍କ ଉପାସନା କରିଥାନ୍ତି।
S
Subhadra DasContent Writer
Comments0
Leave a Reply
Loading comments...
