Greater Noida Owl Attack: ଗ୍ରେଟର ନୋଏଡାରେ ପେଚା ଆତଙ୍କ..
ଏବେ ପେଚା ଧରାପଡ଼ିବା ପରେ ସୋସାଇଟିର ଲୋକେ ଆଶ୍ୱସ୍ତ ହୋଇଛନ୍ତି। ପେଚା ଅଚାନକ ଉପରୁ ଆସି ଲୋକଙ୍କୁ ଆକ୍ରମଣ କରୁଥିଲେ। ପେଚା ଆତଙ୍କରେ ଅତିଷ୍ଠ ଲୋକେ ସଂଧ୍ୟା ଓ ରାତିରେ ନିଜ ଫ୍ଲାଟରୁ ବାହାରିବାକୁ ଭୟ କରୁଥିଲେ।
P
By Pradeep Kumar NayakPublished: Sep 15, 2026, 12:44 PM •1 min read •3 Views

ଗ୍ରେଟର ନୋଏଡାରେ ପେଚା ଆତଙ୍କ। ଲା ରେସିଡେନ୍ସିଆଲ ସୋସାଇଟିରେ ଗଲା କିଛି ଦିନ ହେଲା ଲୋକଙ୍କୁ ଆକ୍ରମଣ କରୁଥିଲେ ପେଚା। ଅଧା ଡଜନ ଲୋକ ପେଚାଙ୍କ ଆକ୍ରମଣରେ କ୍ଷତବିକ୍ଷତ ହେଲେ। ଅନେକଙ୍କ ମୁଣ୍ଡକୁ ବି କ୍ଷତି ପହଞ୍ଚାଇଖିଲେ ପେଚା ଗ୍ୟାଙ୍ଗ। ଅଭିଯୋଗ ପରେ ବନବିଭାଗ ପେଚାଙ୍କୁ ଧରିବାକୁ ପହଞ୍ଚିଥିଲା। ଆଉ ୮ଟି ପେଚାକୁ ରେସକ୍ୟୁ କରିଛି। ଏଥିରେ ୨ଟି ବୟସ୍କ ପେଚା ଓ ୬ଟି ପିଲା ସାମିଲ। ଏବେ ପେଚା ଧରାପଡ଼ିବା ପରେ ସୋସାଇଟିର ଲୋକେ ଆଶ୍ୱସ୍ତ ହୋଇଛନ୍ତି। ପେଚା ଅଚାନକ ଉପରୁ ଆସି ଲୋକଙ୍କୁ ଆକ୍ରମଣ କରୁଥିଲେ। ପେଚା ଆତଙ୍କରେ ଅତିଷ୍ଠ ଲୋକେ ସଂଧ୍ୟା ଓ ରାତିରେ ନିଜ ଫ୍ଲାଟରୁ ବାହାରିବାକୁ ଭୟ କରୁଥିଲେ। ମହିଳା, ବୟସ୍କ ଓ ପିଲାଙ୍କୁ ଏକୁଟିଆ ବାହାରକୁ ପଠାଇବାକୁ ଡରୁଥିଲେ। ପାର୍କିଂ, ଲବି ଓ ସୋସାଇଟି ପରିସରରେ ଯିବା ଆସିବା ବେଳେ ପେଚା ଆକ୍ରମଣ କରୁଥିଲେ। ସୋସାଇଟି ଲୋକେ ଏ ନେଇ ବନବିଭାଗର ଦ୍ୱାରସ୍ଥ ହୋଇଥିଲେ। ପେଚାଙ୍କୁ ସୋସାଇଟିରୁ ବାହାର କରି କୌଣସି ପ୍ରାକୃତିକ ଜାଗାରେ ଛାଡ଼ିବାକୁ ଦାବି କରିଥିଲେ।
P
Pradeep Kumar NayakSR JOURNALIST
Comments0
Leave a Reply
Loading comments...
