Opsc Exam: ଘୁଞ୍ଚିବ ନାହିଁ OPSC ପରୀକ୍ଷା, ପରୀକ୍ଷାର୍ଥୀଙ୍କୁ କେନ୍ଦ୍ରରେ ପହଞ୍ଚାଇବେ ସରକାର
ଘୁଞ୍ଚିବ ନାହିଁ OPSC ପରୀକ୍ଷା। ବନ୍ୟା ପ୍ରଭାବିତ ଗଞ୍ଜାମ ସମେତ ଅନ୍ୟ ଅଞ୍ଚଳର ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବେ ସରକାର। ମନ୍ତ୍ରୀ କହିଲେ ବିଡିଓମାନଙ୍କୁ ଦିଆଯାଇଛି ନିର୍ଦ୍ଦେଶ।
ଭୁବନେଶ୍ୱର: ଘୁଞ୍ଚିବ ନାହିଁ OPSC ପରୀକ୍ଷା। ନିର୍ଦ୍ଧାରିତ ସମୟରେ ହିଁ ଅନୁଷ୍ଠିତ ହେବ ପରୀକ୍ଷା। ଥରେ ପରୀକ୍ଷା ଘୁଞ୍ଚିଲେ ପୁଣି ଥରେ ପରୀକ୍ଷା କରିବାକୁ ପ୍ରାୟ ୬ ମାସ ସମୟ ଲାଗିବ। ତେଣୁ ପରୀକ୍ଷା ଘୁଞ୍ଚାଇବା ସମ୍ଭବ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲାରୁ ପ୍ରାୟ ୩୨୫ ଜଣ ପରୀକ୍ଷାର୍ଥୀ ଥିବାବେଳେ ଅନ୍ୟ ପ୍ରଭାବିତ ଅଞ୍ଚଳରୁ ପ୍ରାୟ ୧୦୦ ଜଣ ପରୀକ୍ଷାର୍ଥୀ ରହିଛନ୍ତି।
ବନ୍ୟା ଓ ବର୍ଷା ଯୋଗୁଁ ଯେପରି କୌଣସି ପରୀକ୍ଷାର୍ଥୀ ପରୀକ୍ଷା ଦେବାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯିବ। ପ୍ରଭାବିତ ଅଞ୍ଚଳର ପରୀକ୍ଷାର୍ଥୀମାନଙ୍କୁ ସୁରକ୍ଷିତ ଭାବେ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା ଦାୟିତ୍ୱ ସରକାରଙ୍କର। ଏଥିପାଇଁ ସମ୍ପୃକ୍ତ ବିଡିଓମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି। ବିଡିଓମାନେ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବାର ବ୍ୟବସ୍ଥା କରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
