Flood Situation: ବାତ୍ୟା ‘ଅର୍ଣ୍ଣବ’ ପରେ ଗଞ୍ଜାମରେ ବର୍ଷା ଓ ବନ୍ୟା ସ୍ଥିତି, ୨୪ ଘଣ୍ଟିଆ ସେବାରେ ଅଗ୍ନିଶମ ବିଭାଗ
ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମରେ ଲଗାଣ ବର୍ଷା ଓ ବନ୍ୟା ସ୍ଥିତି। କବିସୂର୍ଯ୍ୟନଗରରେ ଗଛରେ ଫସିଥିବା ୫ ଜଣ ଓ ଧରାକୋଟରେ ନଦୀ ସ୍ରୋତରେ ଫସିଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ।
S
By Subhadra DasPublished: Oct 30, 2026, 01:32 PM •1 min read •1 Views
ଗଞ୍ଜାମ: ବାତ୍ୟା ‘ଅର୍ଣ୍ଣବ’ ପରେ ଗଞ୍ଜାମ ଜିଲ୍ଲାରେ ଜାରି ରହିଛି ବର୍ଷା। ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ଜରୁରୀକାଳୀନ ସ୍ଥିତିର ମୁକାବିଲା ପାଇଁ ୨୪ ଘଣ୍ଟିଆ ସେବା ଯୋଗାଇ ଦେଉଛି ଅଗ୍ନିଶମ ବିଭାଗ। ସୂଚନା ଅନୁଯାୟୀ, କବିସୂର୍ଯ୍ୟନଗର ଅଞ୍ଚଳରେ ବନ୍ୟା ପାଣି ମଧ୍ୟରେ ଏକ ଗଛ ଉପରେ ୫ ଜଣ ଫସି ରହିଥିଲେ। ଅଗ୍ନିଶମ ବିଭାଗର ଉଦ୍ଧାରକାରୀ ଟିମ୍ ତୁରନ୍ତ ପହଞ୍ଚି ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ସେହିପରି ଧରାକୋଟ ଅଞ୍ଚଳରେ ନଦୀର ପ୍ରଖର ସ୍ରୋତରେ ଫସି ରହିଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଅଗ୍ନିଶମ ବିଭାଗ ସଫଳତାର ସହ ଉଦ୍ଧାର କରିଛି। ଜିଲ୍ଲାରେ ଯେକୌଣସି ପ୍ରକାର ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ସମ୍ପୂର୍ଣ୍ଣ ସଜାଗ ରହିଛି। ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ କୁମାର ଦାଶ ଏବଂ ରମେଶ ମାଝୀ ସୂଚନା ଦେଇଛନ୍ତି।
S
Subhadra DasContent Writer
Comments0
Leave a Reply
Loading comments...
