Governor Odisha:ଓଡ଼ିଶାରୁ ବିଦାୟ ନେଲେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି
ଓଡ଼ିଶାରୁ ପରିବାର ସହ ବିଦାୟ ନେଲେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି। ବିମାନବନ୍ଦରରେ ଉପସ୍ଥିତ ରହି ବିଦାୟ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବରିଷ୍ଠ ଅଧିକାରୀ।
S
By Subhadra DasPublished: Oct 16, 2026, 06:11 PM •1 min read •9 Views

ଭୁବନେଶ୍ୱର: ଓଡ଼ିଶାରୁ ବିଦାୟ ନେଲେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି। ପ୍ରାୟ ୧ ବର୍ଷ ୯ ମାସର କାର୍ଯ୍ୟକାଳ ପରେ ସେ ନିଜ ପରିବାର ସହ ଓଡ଼ିଶା ଛାଡ଼ିଛନ୍ତି। ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିଦାୟ ନେବା ସମୟରେ ତାଙ୍କୁ ବିଦାୟ ଜଣାଇବା ପାଇଁ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ରାଜ୍ୟପାଳଙ୍କ ସଚିବ ରୂପା ରୋଶନ ସାହୁଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ତାଙ୍କୁ ବିଦାୟ ଜଣାଇଥିଲେ। ଏହା ପୂର୍ବରୁ ଅକ୍ଟୋବର ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ। ତାଙ୍କ କାର୍ଯ୍ୟକାଳର ଅବସାନ ସହ ଓଡ଼ିଶାରେ ତାଙ୍କର ରାଜ୍ୟପାଳ ଦାୟିତ୍ୱର ଅନ୍ତ ଘଟିଛି।
S
Subhadra DasContent Writer
Comments0
Leave a Reply
Loading comments...
