ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ବିବାଦ
ଅଦାଲତଙ୍କ ଆଶା ରହିଛି ଯେ, ୟୁପିଏସସି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ମୁତାବକ କାମ କରିବ। ଜନସ୍ୱାର୍ଥ ମାମଲାରେ ଦର୍ଶାଯାଇଛି ଯେ, ଓଡ଼ିଶାର ପରବର୍ତ୍ତୀ ଡିଜିପି ପାଇଁ ଯେଉଁ ନିଯୁକ୍ତି ପ୍ରକ୍ରିୟା ଚାଲିଛି। ସେ ପାନେଲକୁ କିଛି ଅଯୋଗ୍ୟ ଅଧିକାରୀଙ୍କ ନାଁ ପଠାଇଛନ୍ତି ରାଜ୍ୟ ସରକାର। ନୂଆ ଡିଜିପି ରେସ ପାଇଁ ନିୟମକୁ ପୁରା କରିବାକୁ ଓଡ଼ିଶା ସରକାର ବରିଷ୍ଠତା, କାର୍ଯ୍ୟରେ ଅଭିଜ୍ଞତାକୁ ନ ଦେଖି ରାତାରାତି ଦୁଇ ବରିଷ୍ଠ ଆଇପିଏସ ଯେଉଁମାନେ ଏଡିଜିପି ପାହ୍ୟାର ଥିଲେ, ସେମାନଙ୍କୁ ଡିଜିପି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି।

ଓଡ଼ିଶା ଡିଜିପି ରେସ୍- ନିଯୁକ୍ତି ପ୍ରକ୍ରିୟାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍। ଜଣେ ଜୁନିୟରଙ୍କୁ ଡିଜିପି ପଦରେ ବସାଇବାକୁ ସରକାର କରୁଛନ୍ତି ଚକ୍ରାନ୍ତ। ରାତାରାତି ପଦୋନ୍ନତି ଦେଇ ଡିଜିପି ପାନେଲରେ ଯୋଡ଼ିବାକୁ ପ୍ରୟାସ କରୁଛନ୍ତି। ଜଣେ ଏଡିଜିପିଙ୍କୁ ପ୍ରମୋସନ ଦେଇ ଫ୍ରେସ ପାନେଲରେ ନାଁ ଅନ୍ତର୍ଭୁକ୍ତ ଲାଗି ଉଦ୍ୟମ ନେଇ ଜନସ୍ୱାର୍ଥ ମାମଲା ହୋଇଛି। ଡିଜିପି ରେସରେ ସୁଧାଂଶୁ ଷଡ଼ଙ୍ଗୀ, ଆରପି କୋଚେ, ସଞ୍ଜୀବ ପଣ୍ଡା ଓ ଯଶୋବନ୍ତ ଜେଠଓ୍ୱା। ୨୦୦୬ ପ୍ରକାଶ ସିଂ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ଉଲ୍ଲଂଘନ ନେଇ ଜନସ୍ୱାର୍ଥ ମାମଲା। ଡିଜିପି ପାଇଁ ସ୍ଥିର ହୋଇଥିବା କ୍ରାଇଟେରିଆକୁ ଉଲ୍ଲଂଘନ। ଜରୁରୀକାଳୀନ ଶୁଣାଣୀ ଲାଗି ବରିଷ୍ଠ ଓକିଲ ପି-ଚିଦାମ୍ୱରମ କରିଥିଲେ ଅପିଲ୍। ଅଗଷ୍ଟ ୧୬ରେ ସରୁଛି ଡିଜିପି ଓ୍ୱାଇ.ବି.ଖୁରାନିଆଙ୍କ କାର୍ଯ୍ୟକାଳ। ଆସନ୍ତା କାଲି ଶୁଣାଣୀ କରିବେ ସୁପ୍ରିମକୋର୍ଟ। ତେବେ ସୁପ୍ରିମକୋର୍ଟ ଆଜି ଟିପ୍ପଣୀ କରିଛନ୍ତି ଯେ, ଅଦାଲତଙ୍କ ଆଶା ରହିଛି ଯେ, ୟୁପିଏସସି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ମୁତାବକ କାମ କରିବ। ଜନସ୍ୱାର୍ଥ ମାମଲାରେ ଦର୍ଶାଯାଇଛି ଯେ, ଓଡ଼ିଶାର ପରବର୍ତ୍ତୀ ଡିଜିପି ପାଇଁ ଯେଉଁ ନିଯୁକ୍ତି ପ୍ରକ୍ରିୟା ଚାଲିଛି। ସେ ପାନେଲକୁ କିଛି ଅଯୋଗ୍ୟ ଅଧିକାରୀଙ୍କ ନାଁ ପଠାଇଛନ୍ତି ରାଜ୍ୟ ସରକାର। ନୂଆ ଡିଜିପି ରେସ ପାଇଁ ନିୟମକୁ ପୁରା କରିବାକୁ ଓଡ଼ିଶା ସରକାର ବରିଷ୍ଠତା, କାର୍ଯ୍ୟରେ ଅଭିଜ୍ଞତାକୁ ନ ଦେଖି ରାତାରାତି ଦୁଇ ବରିଷ୍ଠ ଆଇପିଏସ ଯେଉଁମାନେ ଏଡିଜିପି ପାହ୍ୟାର ଥିଲେ, ସେମାନଙ୍କୁ ଡିଜିପି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ୧୯୯୪ ବ୍ୟାଚର ଆଇପିଏସ ସଞ୍ଜୀବ ପଣ୍ଡା ଓ ଯଶୋବନ୍ତ ଜେଠଓ୍ୱାଙ୍କୁ ସୋମବାର ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଯେହେତୁ ଅଗଷ୍ଟ ୧୬ରେ ଡିଜି ଓ୍ୱାଇ.ବି.ଖୁରାନିଆ ଅବସର ନେଉଛନ୍ତି। ସେଥିଲାଗି ନୂଆ ଡିଜିପି ନାଁରେ ଅନ୍ତିମ ମୋହର ଲଗାଇବା ପୂର୍ବରୁ ରାଜ୍ୟ ସରକାର ଅନ୍ତରୀଣ ନଚେତ ନିୟମିତ ଡିଜିପି ନିଯୁକ୍ତି ଉପରେ ଫୈସଲା ନେବାକୁ ପଡ଼ିବ। ତେବେ ଡିଜିପି ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟ ୨୦୦୬ରେ ପ୍ରକାଶ ସିଂ ମାମଲାରେ ସ୍ପଷ୍ଟ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଡିଜିପି ଚୟନ ୟୁପିଏସସି ତାଲିକାର ନ୍ୟୁନତମ କାର୍ଯ୍ୟକାଳ ଆଧାରରେ ହେବା ଉଚିତ୍। ଡିଜିପିଙ୍କ ଅତି କମରେ ୨ ବର୍ଷର କାର୍ଯ୍ୟକାଳ ଥିବା କଥା। Prakash Singh vs Union of India ମାମଲା ୨୦୦୬ର ରାୟ ଭାରତର ପୋଲିସ ସଂସ୍କାର ଓ DGP ନିଯୁକ୍ତି ପାଇଁ ଏକ ମୁଖ୍ୟ ଆଧାର। ୨୦୨୬ରେ ବି ବିଭିନ୍ନ ରାଜ୍ୟର DGP ନିଯୁକ୍ତି ବିବାଦରେ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶକୁ ପୁଣି ଲାଗୁ କରିଛନ୍ତି। ରାଜ୍ୟର DGP ପଦ ପାଇଁ ଯୋଗ୍ୟ ଅଧିକାରୀଙ୍କ ମଧ୍ୟରୁ ତିନିଜଣ ସର୍ବାଧିକ ବରିଷ୍ଠ ଅଧିକାରୀଙ୍କ ପ୍ୟାନେଲ୍ UPSC ପ୍ରସ୍ତୁତ କରିବ। ଏଥିରେ ସେମାନଙ୍କର seniority, very good service record ଏବଂ police force ନେତୃତ୍ୱ ଦେବାର ଅଭିଜ୍ଞତା ବିଚାର କରାଯିବ। UPSC ପ୍ୟାନେଲ୍ରେ ଥିବା ତିନିଜଣଙ୍କ ମଧ୍ୟରୁ ରାଜ୍ୟ ସରକାର ଜଣଙ୍କୁ DGP ଭାବେ ଚୟନ କରିବେ। ଡିଜିପିଙ୍କର ୨ ବର୍ଷର ନ୍ୟୁନତମ କାର୍ଯ୍ୟକାଳ ରହିବା ଉଚିତ। ଅର୍ଥାତ୍ DGPଙ୍କୁ ଅତିକମରେ ୨ ବର୍ଷର fixed tenure ଦେବାକୁ କୋର୍ଟ କହିଥିଲେ। ଅଧିକାରୀଙ୍କ retirement date ଯଦି ଏହି ସମୟ ମଧ୍ୟରେ ଆସେ, ତଥାପି ଏହି tenure ନୀତି ପ୍ରଯୁଜ୍ୟ ହେବ। ଏହି ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି DGP ନିଯୁକ୍ତିକୁ ରାଜନୈତିକ ପସନ୍ଦ-ଅପସନ୍ଦରୁ ଦୂରେଇ ରଖିବା ଏବଂ ପୋଲିସ ପ୍ରଶାସନରେ ସ୍ଥିରତା ଆଣିବା। ଫେବୃଆରୀ ୧୨, ୨୦୨୬ରେ ସୁପ୍ରିମକୋର୍ଟ DGP ନିଯୁକ୍ତିକୁ ନେଇ ରାଜ୍ୟ ଓ UPSC ମଧ୍ୟରେ ଥିବା ବିବାଦ ଉପରେ ସ୍ପଷ୍ଟତା ଦେଇଥିଲେ। ତେଲେଙ୍ଗାନା ଡିଜିପି ନିଯୁକ୍ତି ସମ୍ପର୍କିତ ପୂର୍ବ ନିର୍ଦ୍ଦେଶକୁ ସମାନ ପରିସ୍ଥିତି ଥିବା ସମସ୍ତ ରାଜ୍ୟରେ ପାଳନ କରିବାକୁ କୋର୍ଟ କହିଥିଲେ। ଏହା ସତ୍ତ୍ୱେ ବି ରାଜ୍ୟରେ ଡିଜିପି ନିଯୁକ୍ତି ଉପରେ ବିବାଦ ଥମୁନି। କାରଣ ପୁଲିସ ସଂସ୍କାର ଓ ସୁଧାର ନେଇ ଅନେକ କଥାକୁ ଠିକ୍ରେ ଅନୁପାଳନ ହୋଇନି। ନାଗାଲାଣ୍ଡରେ ଡିଜିପି ନିଯୁକ୍ତି ଉପରେ ବି ହୋଇଥିଲା ବିବାଦ। ମାମଲା ସୁପ୍ରିମକୋର୍ଟ ଯାଏ ପହଞ୍ଚିଥିଲା। ଡିଜିପି ପଦ ଲାଗି ୟୁପିଏସସି କେବଳ ଜଣଙ୍କ ନାଁ ୧୯୯୨ ବ୍ୟାଚର ଆଇପିଏସ ରୁପିନ ଶର୍ମାଙ୍କ ନାଁ ପଠାଇବାରୁ ଏହାକୁ ନାଗାଲାଣ୍ଡ ସରକାର ବିରୋଧ କରିଥିଲେ। ନାଗାଲାଣ୍ଡ ସରକାର କହିଥିଲେ, ଏହା ପ୍ରକାଶ ସିଂ ମାମଲାରେ ସୁପ୍ରିମକୋର୍ଟଙ୍କ ଫୈସଲାକୁ ଉଲ୍ଲଂଘନ କରେ। ୟୁପିଏସସିକୁ ଅତି କମରେ ୩ଟି ନାଁକୁ ପ୍ରସ୍ତାବ ଯିବା ଦରକାର। ଯେଉଁଥିରୁ ଜଣଙ୍କୁ ଡିଜିପି କରାଯିବ। ୟୁପିଏସସି କହିଥିଲା, ନାଗାଲାଣ୍ଡର ବରିଷ୍ଠ ଆଇପିଏସ ସୁନୀଲ ଆଚାର୍ଯ୍ୟ ରାଜ୍ୟ କ୍ୟାଡ଼ରକୁ ଯିବାକୁ ରାଜି ନଥିଲେ। ତାଙ୍କ ବ୍ୟତୀତ ୩୦ ବର୍ଷର ଅନୁଭବୀ ଥିବା ଆଉ କୌଣସି ଆଇପିଏସ ନାହାନ୍ତି। ସେଥିଲାଗି ରୁପିନ ଶର୍ମାଙ୍କ ନାଁ ପଠାଇବାକୁ ପଡ଼ିଲା। ଏଥିରେ ସୁପ୍ରିମକୋର୍ଟ ୟୁପିଏସସିକୁ ଭର୍ତ୍ସନା କରିଥିଲେ।
