ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ଘଟଣା: ବୟଫ୍ରେଣ୍ଡ OAS ଭୀମସେନ ଟୁଡୁ ଗିରଫ
କଟକ :ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ଘଟଣାରେ ବୟଫ୍ରେଣ୍ଡ OAS ଭୀମସେନ ଟୁଡୁ ଗିରଫ । ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରୁ ଗିରଫ କଲା କମିଶନରେଟ ପୋଲିସ।

କଟକ :ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ରରନ ମୃତ୍ୟୁକୁ ନେଇ ଗିରଫ ହେଲେ ବୟଫ୍ରେଣ୍ଡ । ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ଘଟଣାରେ ବୟଫ୍ରେଣ୍ଡ OAS ଭୀମସେନ ଟୁଡୁ ଗିରଫ । ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରୁ ଗିରଫ କଲା କମିଶନରେଟ ପୋଲିସ। ତେବେ ଚନ୍ଦ୍ରିକାଙ୍କ ମୃତ୍ୟୁ ପାଇଁ ଭୀମସେନ ହିଁ ପରିସ୍ଥିତି ସୃଷ୍ଟି କରିଥିଲେ । ଯାହା ଫଳରେ ଚନ୍ଦ୍ରିକା ଏହିଭଳି ଚରମ ପଦକ୍ଷେପ ଗ୍ରହଣ କରିଥିଲେ । ଭୀମସେନଙ୍କୁ ଗିରଫ କରାଯିବା ପରେ କଟକକୁ ଆଣିଛି ପୋଲିସ । କଳା ରଙ୍ଗ ଓ ପେଶାକୁ ନେଇ ଆକ୍ଷେପ କରି କହି ସମ୍ପର୍କ ଛିନ୍ନ କରିଥିଲେ ଭୀମସେନ ବୋଲି କହିଛନ୍ତି କଟକ ଡିସିପି । ପୋଲିସ ସୂଚନା ଅନୁଯାୟୀ, ପ୍ରଥମେ ଚନ୍ଦ୍ରିକାଙ୍କ ପ୍ରେମରେ ପଡିଯାଇଥିଲେ ବୟଫ୍ରେଣ୍ଡ ଭୀମସେନ ଟୁଡୁ । ଚନ୍ଦ୍ରିକା ଓ ଭୀମସେନଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ରହିଥିଲା। ଦୁହିଁଙ୍କ ଭିତରେ ପ୍ରେମ ସଂମ୍ପର୍କ ପରେ ବନ୍ଧୁତା ନିବିଢ଼ ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ବହୁ ବର୍ଷର ପ୍ରେମ ପରେ ଚନ୍ଦ୍ରିକାଙ୍କ କଳା ରଙ୍ଗକୁ ନେଇ ସମ୍ପର୍କ ଛିନ୍ନ କରିବାକୁ ଚାହୁଁ ଥିଲେ ବୟଫ୍ରେଣ୍ଡ ଭୀମସେନ । ଭୀମସେନଙ୍କ ତ୍ରିକୋଣୀୟ ପ୍ରେମ ସମ୍ପର୍କ ଜାଣିବା ପରେ ଦୁହିଁଙ୍କ ଭିତରେ ସମ୍ପର୍କରେ ଫାଟ ହୋଇଥିଲା । ଏହାସହ ତାଙ୍କର ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ଥିବା କଥା ଜାଣିବା ପରେ ଦୁହିଁଙ୍କ ମଧ୍ୟରେ ମନୋମାଲିନ୍ୟ ବଢ଼ିଥିଲା। ଏପରିକି ବହୁ ସମୟରେ ଉଭୟଙ୍କ ଭିତରେ ଝଗଡା ହେଉଥିଲା ତଦନ୍ତରୁ ଜଣାପଡ଼ିଛି । ଏଭଳି ପରସ୍ଥିତିରେ ଚନ୍ଦ୍ରିକା ନିରାଶ ହୋଇ ଭୁବନେଶ୍ୱରରୁ ଅନଲାଇନ ଗାଡି ଯୋଗେ ତ୍ରିଶୂଳିଆ ପୋଲ ନିକଟକୁ ଯାଇ ଜୀବନ ହାରି ଦେଇଥିଲେ। ଘଟଣା ଦିନ ଚନ୍ଦ୍ରିକା ବାରମ୍ବାର ଭୀମସେନଙ୍କୁ ଫୋନ୍ କରିଥିଲେ, କିନ୍ତୁ ସେ କଲ୍ ରିସିଭ୍ କରିନଥିଲେ ପୋଲିସ କହିଛି। ଚନ୍ଦ୍ରିକାଙ୍କ ମୃତ୍ୟୁ ପରେ ଭୀମସେନ ଫେରାର ହୋଇଯାଇଥିଲେ। ଭୀମସେନଙ୍କୁ ଧରିବା ପାଇଁ କମିଶନରେଟ୍ ପୋଲିସ ଏକାଧିକ ଟିମ ଗଠନ କରିଥିଲା । ଭୀମସେନଙ୍କ ମୋବାଇଲକୁ ଟ୍ରେସ କରିଥିଲା ବେଳେ ଭୁବନେଶ୍ୱର, ଖୋର୍ଦ୍ଧା, ଟାଙ୍ଗୀ, ମୟୂରଭଞ୍ଜ ଏବଂ ଝାଡ଼ଖଣ୍ଡର ବିଭିନ୍ନ ସ୍ଥାନରେ ସେ ଲୁଚି ରହିଥିବା ବେଳେ ଶେଷରେ ଏହାସହ ଆଗୁଆ ଜାମିନ ପାଇଁ ହାଇକୋର୍ଟର ଦ୍ୱାରସ୍ତ ହୋଇଥିଲେ ଭୀମସେନ । ଯେତେବେଳେ ଫେରାରର ସବୁ ବାଟ ବନ୍ଦ ହୋଇ ଯାଇଥିଲା ଶେଷରେ ମୟୂରଭଞ୍ଜ ବିଶୋଇ ଥାନାରେ ଆତ୍ମସମର୍ପଣ କରିଥିଲେ। ଶେଷରେ ତାଙ୍କୁ ଗିରଫ କରି କଟକକୁ ଆଣିଥିଲା ପୋଲିସ । ତେବେ ଚନ୍ଦ୍ରିକାଙ୍କ ମୃତ୍ୟୁ ଖବର ପାଇ ଓଏଏସ ଟ୍ରେନିଂ ସେଣ୍ଟର ରୁ ଭୀମସେନ ଫେରାର ହୋଇ ଯାଇଥିଲେ ବୋଲି ଡ଼ିସିପି ସୂଚନା ଦେଇଛନ୍ତି । ଏମିତିକି ଅନ୍ୟର ମୋବାଇଲ୍ ମାଗି ମଧ୍ୟ କଲ୍ କରିଥିଲେ । ଚନ୍ଦ୍ରିକାଙ୍କ ମୃତ୍ୟୁ ପାଇଁ ଭୀମସେନ ହିଁ ଦାୟୀ ବୋଲି ପୋଲିସ ଜାଣିବାକୁ ପାଇଥିଲା । ଭୀମସେନଙ୍କ ବିରୁଦ୍ଧରେ ଯଥେଷ୍ଟ ପ୍ରମାଣ ପୋଲିସ ପାଇଛି । ଘଟଣାରେ ଭୀମସେନଙ୍କ ମହିଳା ବନ୍ଧୁଙ୍କୁ ମଧ୍ୟ ଜେରା କରାଯିବ। ଭୀମସେନଙ୍କ ମୋବାଇଲ୍ ଜବତ ସହ ଏସ ଏଫ୍ ଏସ ଏଲକୁ ଯାଞ୍ଚ ପାଇଁ ପଠାଇଛି । ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ପାଇଁ ଦାୟୀ ଅଭିଯୋଗରେ ଭୀମସେନ ଟୁଡୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଘଟଣାରେ ଜଡ଼ିତ ଥିବା ଅଭିଯୋଗରେ ଭୀମସେନଙ୍କ ଜଣେ ମହିଳା ବନ୍ଧୁଙ୍କୁ ମଧ୍ୟ ପଚରାଉଚରା କରାଯିବ ବୋଲି ଜଣାପଡ଼ିଛି । କଟକ DCP ଋଷିକେଶ ଖିଲାରୀ କହିଛନ୍ତି ଯେ, ଚନ୍ଦ୍ରିକାଙ୍କ ମୃତ୍ୟୁ ପାଇଁ ଭୀମସେନ ଦାୟୀ ବୋଲି ପୋଲିସ ନିକଟରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି। ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଆବଶ୍ୟକ ପଡ଼ିଲେ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ। ଅନ୍ୟପଟେ, ଚନ୍ଦ୍ରିକାଙ୍କ ପରିବାର ପକ୍ଷରୁ ଏହାକୁ ଏକ ହତ୍ୟା ମାମଲା ବୋଲି ଅଭିଯୋଗ କରାଯାଇଛି। ଭୀମସେନଙ୍କ ଗିରଫ ପରେ ବର୍ତ୍ତମାନ ଭୀମସେନ ପୋଲିସ କଷ୍ଟେଡ଼ି ଭିତରେ ଥିବା ବେଳେ ତାଙ୍କ ମୁହଁରୁ କଣ କଣ ତଥ୍ୟ ଉଗାଲୁଛି ପୋଲିସ ତାହା ଦେଖିବାକୁ ବାକି ରହିଲା।
