ମେଡିକାଲ ବେଡ୍ ରେ ବାପା- ଜଙ୍ଗଲରେ ପୁଅର ଗଳିତ ଶବ
ଶରୀରରେ କୌଣସି ସ୍ପଷ୍ଟ କ୍ଷତ ଚିହ୍ନ ନଥିଲା। ନାବାଳକଙ୍କ ସନ୍ଦିଗ୍ଧ ହତ୍ୟା ଘଟଣାର ଅସଲ କାରଣ ଓ ପରିସ୍ଥିତିର ତନାଘନା ଜାରି ରହିଛି। ଏ ଘଟଣାରେ ଦୁଇ ନାବାଳକଙ୍କୁ ପୁଲିସ ଅଟକ ରଖିଛି। ସେମାନଙ୍କୁ ପଚରାଉଚୁରା କରାଯାଉଛି। ମୃତକଙ୍କ ଭିସେରାକୁ ସୁରକ୍ଷିତ ରଖାଯାଇଛି। ଯାଞ୍ଚ ଲାଗି ଫରେନସିକ ଲ୍ୟାବକୁ ପଠାଯାଇଛି।

ନୋଏଡ଼ାରେ ନାବାଳକକୁ ହତ୍ୟା। ଜନ୍ମଦିନ ବାହାନାରେ ଘରୁ ଡାକିନେଇଥିଲେ। ୬ ଦିନ ପରେ ଜଙ୍ଗଲରୁ ମିଳିଲା ଗଳିତ ଶବ। ଏ ମାମଲା ନୋଏଡ଼ାର ସେକ୍ଟର-୨୪ର ଚୌଡ଼ା ଗାଁର ଘଟଣା। ଅଲଗା ଜାତିର ଲୋକେ ପିଲାଟିକୁ ମାରି ଜଙ୍ଗଲରେ ଫିଙ୍ଗି ଦେଇଥିବା ଆରୋପ ଲାଗିଛି। ଅଗଷ୍ଟ ୧୬ରେ ପିଲାଟି ନିଖୋଜ ହୋଇଯାଇଥିଲା। ଆଉ ଅଗଷ୍ଟ ୨୧ରେ ଗଳିତ ଶବ ମିଳିଥିଲା। ପରିବାରର ଆରୋପ ଯେ, ଅଲଗା ଜାତିର ଜଣେ ନାବାଳକ ଓ ତା ଭାଇ ମିଳିମିଶି ତାଙ୍କ ପୁଅ ଆୟୁଷକୁ ମାରିଦେଇଛନ୍ତି। ଅଗଷ୍ଟ ୧୭ରେ ଯେତେବେଳେ ପରିବାର ଲୋକେ ଥାନାରେ ଏତଲା ଦେବାକୁ ପହଞ୍ଚିଥିଲେ, ପୁଲିସ ରଖିଲାନି। ଅଗଷ୍ଟ ୨୩ରେ ଶବ ମିଳିବା ପରେ ଚିହ୍ନଟ ଲାଗି ପୁଲିସ ପରିବାର ଲୋକଙ୍କୁ ଡାକିଥିଲା। ତେବେ ପୋଷ୍ଟମର୍ଟମ ରିପୋର୍ଟରେ ଛୁରୀ ଭୂଷି ହତ୍ୟା କରାଯିବାର କୌଣସି ପୁଷ୍ଟି ହୋଇନି। ଶରୀରରେ କୌଣସି ସ୍ପଷ୍ଟ କ୍ଷତ ଚିହ୍ନ ନଥିଲା। ନାବାଳକଙ୍କ ସନ୍ଦିଗ୍ଧ ହତ୍ୟା ଘଟଣାର ଅସଲ କାରଣ ଓ ପରିସ୍ଥିତିର ତନାଘନା ଜାରି ରହିଛି। ଏ ଘଟଣାରେ ଦୁଇ ନାବାଳକଙ୍କୁ ପୁଲିସ ଅଟକ ରଖିଛି। ସେମାନଙ୍କୁ ପଚରାଉଚୁରା କରାଯାଉଛି। ମୃତକଙ୍କ ଭିସେରାକୁ ସୁରକ୍ଷିତ ରଖାଯାଇଛି। ଯାଞ୍ଚ ଲାଗି ଫରେନସିକ ଲ୍ୟାବକୁ ପଠାଯାଇଛି। ଅଭିଯୁକ୍ତ ନାବାଳକ ଓ ପୀଡ଼ିତ ଆୟୁଷ ପରସ୍ପରକୁ ଜାଣିଥିଲେ। ସେମାନଙ୍କ ଭିତରେ ଟଙ୍କା ନେଣଦେଣକୁ ନେଇ ଝଗଡ଼ା ହୋଇଥିଲା। ଏହା ପରେ ମାଡପିଟ୍ ବି ହୋଇଥିଲା। ମୃତକଙ୍କ ପରିବାର ଲୋକଙ୍କ ଦାବିର ପୁଷ୍ଟି ପୋଷ୍ଟମର୍ଟମ ରିପୋର୍ଟରେ ହୋଇନି। ପିଲାଟିର ଶରୀରରେ କୌଣସି କ୍ଷତ ଚିହ୍ନ ନାହିଁ। ସେପଟେ ନ୍ୟାୟ ନ ମିଳିବା ଯାଏ ପୁଅର ଅନ୍ତିମସଂସ୍କାର କରିବିନି ବୋଲି ଜିଦ୍ ଧରିଛନ୍ତି ମାଆ। ପୋଷ୍ଟମର୍ଟମ ସେଣ୍ଟର ଆଗରେ ୨୦ ଘଣ୍ଟା ଧରି ପରିବାର ପରିଜନ ବସିରହିଥିଲେ। ମାଆ ଯୋଗମାୟା ନ୍ୟାୟ ଦେବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଗୁହାରି କରିଛନ୍ତି। ଆୟୁଷ ପରିବାରର ଏକମାତ୍ର ପୁଅ ଥିଲା। ତାଙ୍କର ଦୁଇ ଭଉଣୀ ଅଛନ୍ତି। ପୁରା ପରିବାରର ଦାୟିତ୍ୱ ମାଆ ଯୋଗମାୟାଙ୍କ କାନ୍ଧରେ ଥିଲା। କାରଣ ବାପା ପଙ୍କଜଙ୍କ ଚିକିତ୍ସା ଲକ୍ଷ୍ନୌରେ ଚାଲିଛି। ପରିବାରର ଚିନ୍ତା, ପୁଅ ଆୟୁଷର ମୃତ୍ୟୁ ଖବର କେମିତି ତାଙ୍କ ବାପା ପଙ୍କଜଙ୍କୁ ଦିଆଯିବ। ପୁଅର ମୃତ୍ୟୁ ଖବର ଦିଆଗଲେ, ପଙ୍କଜଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡ଼ିପାରେ।
