ଭାଲୁ ଆକ୍ରମଣ: ଦୁଇ ଗୁରୁତର
ନୀଳଗିରି ଦ୍ୱାରିକା ଓ ଜୁରିଆପାଟଣାରେ ଭାଲୁ ଆକ୍ରମଣରେ ଦୁଇ ଗୁରୁତର । ଉଭୟଙ୍କୁ ପ୍ରଥମେ ନୀଳଗିରି ମେଡିକାଲ, ପରେ ଅଧିକ ଚିକିତ୍ସା ପାଇଁ ବାଲେଶ୍ୱର ସ୍ଥାନାନ୍ତର।
S
By Subhadra DasPublished: Aug 13, 2026, 11:45 AM •1 min read •4 Views
ନୀଳଗିରି: ଭାଲୁ ଆକ୍ରମଣରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ପ୍ରଥମେ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ପରେ ଅଧିକ ଚିକିତ୍ସା ପାଇଁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ନୀଳଗିରି ଥାନା ଅଧୀନ ଦ୍ୱାରିକା ଓ ଜୁରିଆପାଟଣା ଗ୍ରାମରେ ଘଟିଛି। ସୂଚନା ଅନୁସାରେ, ଗତରାତିରେ ଲଗାଣ ବର୍ଷା ହୋଇଥିବାରୁ ଆଜି ସକାଳେ ନିଜ ବିଲର ସ୍ଥିତି ଦେଖିବାକୁ ଯାଉଥିବା ସମୟରେ ଦୁଇଜଣଙ୍କୁ ପୃଥକ ସ୍ଥାନରେ ଭାଲୁ ଆକ୍ରମଣ କରିଥିଲା। ଦ୍ୱାରିକା ଗ୍ରାମର ଦିଲ୍ଲୀପ ବାରିକ ଏବଂ ଜୁରିଆପାଟଣା ଗ୍ରାମର ସୁକାନ୍ତୀ ଦଳେଇ ଏହି ଆକ୍ରମଣର ଶିକାର ହୋଇଛନ୍ତି। ଦିଲ୍ଲୀପଙ୍କ ମୁହଁରେ ଗଭୀର କ୍ଷତ ହୋଇଥିବାବେଳେ ତାଙ୍କ ଅବସ୍ଥା ଶଙ୍କଟାପନ୍ନ ଥିବା ଜଣାପଡ଼ିଛି। ଘଟଣା ପରେ ଅଞ୍ଚଳରେ ଭାଲୁକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି।
S
Subhadra DasContent Writer
Comments0
Leave a Reply
Loading comments...
