ମୋହନ ଭାଗଓ୍ୱତଙ୍କ କାର୍ଯ୍ୟକ୍ରମକୁ ନ୍ୟୁୟର୍କ ମେୟରଙ୍କ ବିରୋଧ..
ବିବିଧତା ଭିତରେ ଏକତାର ମୂଳମନ୍ତ୍ରରେ ବିଶ୍ୱାସ କରେ ଭାରତ। ହେଲେ ଭାରତ ଭଳି ଦେଶରେ ଧର୍ମକୁ ନେଇ ବିଭାଜନକାରୀ ତତ୍ତ୍ୱକୁ ସେ ବିରୋଧ କରନ୍ତି। ସମାଜକୁ ଭାଗ ଭାଗ କରିବାର ଭାବନାକୁ ସେ ବିରୋଧ କରନ୍ତି। ଏଭଳି ବିରୋଧ ସେ ଜଣେ ଭାରତୀୟ- ଆମେରିକୀୟ ଭାବେ କରୁନାହାନ୍ତି। ବରଂ ଏକ ଏଭଳି ସହରର ମେୟର ଭାବେ କରୁଛନ୍ତି। ଯିଏ ପ୍ରତିଟି କଥାକୁ ଗଭୀର ଭାବେ ବିଶ୍ୱାସ କରେ।

ଆମେରିକା ଗସ୍ତରେ ଥିବା ଆରଏସଏସ ପ୍ରମୁଖ ମୋହନ ଭାଗଓ୍ୱତଙ୍କ ନ୍ୟୁୟର୍କରେ ପ୍ରସ୍ତାବିତ କାର୍ଯ୍ୟକ୍ରମକୁ ନେଇ ବିବାଦ ଉଠିଛି। ମାଡିସନ ସ୍କୋୟାର ଗାର୍ଡେନରେ ହେବାକୁ ଥିବା ଆରଏସଏସ ସହ ଜଡ଼ିତ କାର୍ଯ୍ୟକ୍ରମକୁ ସମର୍ଥନ କରିବାକୁ ମନା କରିଦେଇଛନ୍ତି ନ୍ୟୁୟର୍କ ସିଟି ମେୟର ଜୋହରାନ ମମଦାନି। ଅବଶ୍ୟ ମେୟର କହିଛନ୍ତି, ଏହା ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମ। ତାଙ୍କୁ ଜଣା ନାହିଁ, ଏହାକୁ ବାତିଲ୍ କରିବାକୁ ନଗର ପ୍ରଶାସନର କୌଣସି ଅଧିକାର ଅଛି କି ନାହିଁ। ମମଦାନିଙ୍କ ଏହି ଟିପ୍ପଣୀ ଏମିତି ସମୟରେ ଆସିଛି, ଯେବେ ମୋହନ ଭାଗଓ୍ୱତ ୩ ଟି ଦେଶ ଗସ୍ତ ସୂଚୀରେ ଆମେରିକାରେ ପହଞ୍ଚିଛନ୍ତି। ମଙ୍ଗଳବାର ଆମେରିକାରେ ପହଞ୍ଚିଛନ୍ତି ମୋହନ। ସଂଘର ଶତାବ୍ଦୀ ବର୍ଷ ପାଳନ ଅବସରରେ ବୈଶ୍ୱିକ ସମ୍ପର୍କ ଅଭିଯାନ ଆଧାରରେ ସେ ଆମେରିକା, କାନାଡ଼ା ଓ ବ୍ରିଟେନ ଗସ୍ତରେ ବାହାରିଛନ୍ତି। ନ୍ୟୁୟର୍କରେ ଏହି କାର୍ଯ୍ୟକ୍ରମ ଅଗଷ୍ଟ ୨୯ରେ ହେବ। ୟୁନିଭରସାଲ ଓ୍ୱାନନେସ୍ ସେଲିବ୍ରେସନ ନାଁରେ ଭାରତୀୟ ମୂଳ ବା ବଂଶୋଦ୍ଭବଙ୍କୁ ସେ ସମ୍ୱୋଧିତ କରିବେ। ଏହି କାର୍ଯ୍ୟକ୍ରମରେ ପ୍ରାୟ ୫ହଜାର ଲୋକ ସାମିଲ୍ ହେବେ। ନ୍ୟୁୟର୍କରେ ମୋହନ ପହଞ୍ଚିବା ପରେ ତାଙ୍କୁ ପାରମ୍ପରିକ ତିଳକ ଲଗାଇ ସ୍ୱାଗତ କରାଯାଇଛି। ପ୍ରେସମିଟରେ ମମଦାନି କହିଛନ୍ତି, ସେ ଏଠାରେ ନ୍ୟୁୟର୍କର ଇତିହାସ ପୂର୍ବରୁ ଭାରତୀୟ- ଆମେରିକା ମେୟର ଭାବେ ଛିଡ଼ା ହୋଇଛନ୍ତି। ତାଙ୍କ ମାଆଙ୍କ ପୁରା ପରିବାର ଏବେ ବି ଭାରତରେ ରହୁଛନ୍ତି। ଭାରତ ବାବଦରେ ଭାବନା ଓ ଦୃଷ୍ଟିକୋଣରୁ ତାଙ୍କୁ ପୁରା ପରିବାର ମିଳିଲା। ଯେଉଁ ପରିବାର ଭିତରେ ସେ ବଢ଼ିଛନ୍ତି। ସେ ବହୁଳତାବାଦି ସମାଜରେ ଥିଲେ। ଧର୍ମନିରପେକ୍ଷ ଗଣରାଜ୍ୟରେ ଥିଲେ, ଯିଏ ଭାରତ ସହ ଜଡ଼ିତ ପ୍ରତିଟି ବ୍ୟକ୍ତିକୁ ସମାନ ରୂପରେ ଦେଖେ ଓ ଅଧିକାର ଦିଏ। ବିବିଧତା ଭିତରେ ଏକତାର ମୂଳମନ୍ତ୍ରରେ ବିଶ୍ୱାସ କରେ ଭାରତ। ହେଲେ ଭାରତ ଭଳି ଦେଶରେ ଧର୍ମକୁ ନେଇ ବିଭାଜନକାରୀ ତତ୍ତ୍ୱକୁ ସେ ବିରୋଧ କରନ୍ତି। ସମାଜକୁ ଭାଗ ଭାଗ କରିବାର ଭାବନାକୁ ସେ ବିରୋଧ କରନ୍ତି। ଏଭଳି ବିରୋଧ ସେ ଜଣେ ଭାରତୀୟ- ଆମେରିକୀୟ ଭାବେ କରୁନାହାନ୍ତି। ବରଂ ଏକ ଏଭଳି ସହରର ମେୟର ଭାବେ କରୁଛନ୍ତି। ଯିଏ ପ୍ରତିଟି କଥାକୁ ଗଭୀର ଭାବେ ବିଶ୍ୱାସ କରେ। ପ୍ରତି ବ୍ୟକ୍ତିକୁ ସମାନ ଭାବେ ଦେଖେ। ସେମାନଙ୍କ ରଙ୍ଗ,ବିଚାରାଧାରା, ଧର୍ମ, ଆସ୍ଥା ଯେମିତି ବି ଥାଉ। ମୋହନ ଭାଗଓ୍ୱତଙ୍କ କାର୍ଯ୍ୟକ୍ରମ ପୂର୍ବରୁ ନ୍ୟୁୟର୍କ ସିଟି ହଲ ବାହାରେ ଅନେତ ଅନ୍ତରଧାର୍ମିକ ଓ ନାଗରିକ ଅଧିକାର ସଂଗଠନ ପ୍ରେସମିଟ୍ କରିଥିଲେ। ଏହି ସଂଗଠନ ଭିତରେ Hindus For Human Rights, Indian American Muslim Council, Interfaith Centre Of NewYork ସମେତ ଅନେକ ସଂଗଠନ ସାମିଲ ଥିଲେ। ଏ ସବୁ ସଂଗଠନ ମୈଡିସନ ସ୍କୋୟାର ଗାର୍ଡେନରେ କାର୍ଯ୍ୟକ୍ରମ ରଦ୍ଦ କରିବାକୁ ଅପିଲ୍ କରିଛନ୍ତି। ସେପଟେ କାର୍ଯ୍ୟକ୍ରମର ଆୟୋଜକ AHEAD Forum( American Hindus For Engagement and Dialogue) କହିଛି, ଦୁନିଆକୁ ଗୋଟିଏ ପରିବାର ସହ ଯୋଡ଼ିବା ଏହାର ଉଦ୍ଦେଶ୍ୟ। ଏହି କାର୍ଯ୍ୟକ୍ରମ ଏକ ସାର୍ବଭୌମିକ ସନ୍ଦେଶ ଦେବ। ପୁରା ବିଶ୍ୱ ଗୋଟିଏ ପରିବାର ଅର୍ଥାତ ବସୁଧୈବ କୁଟୁମ୍ୱକମ। କୃତ୍ରିମ ବିଭାଜନ ଓ ମତଭେଦରୁ ଉପରକୁ ଉଠି ମାନବତାର ମନ୍ତ୍ର ଦେବ। ପରସ୍ପରକୁ ସମ୍ମାନ, ସଦ୍ଭାବ ଓ ଏକାତ୍ମ ଭାବନାରେ ବାନ୍ଦିବାକୁ ଆହ୍ୱାନ କରିବ। ଏହି ଗସ୍ତ ପୂର୍ବରୁ ଆମେରିକି ଆୟୋଗ USCIRF ଆରଏସଏସ ନେତୃତ୍ୱ ସହ ଉଚ୍ଚସ୍ତରୀୟ ସମ୍ପର୍କରୁ ବର୍ତ୍ତିବା ଓ ସମ୍ଭାବିତ ପ୍ରତିବନ୍ଧର ସୁପାରିଶ କରିଥିଲା। ହେଲେ ଭାରତର ବିଦେଶ ମନ୍ତ୍ରାଳୟ ଏହି ସୁପାରିଶକୁ ଖାରଜ କରିଦେଇଥିଲା। ବିଦେଶ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସଓ୍ୱାଲ କହିଛନ୍ତି, USCIRF ଏକ ବିଭ୍ରାନ୍ତକାରୀ ସଂସ୍ଥା। ଭାରତ ବିରୁଦ୍ଧରେ ବାରମ୍ୱାର ଉସୁକାଇଲା ଭଳି ମିଛ ଓ ବିଭ୍ରାନ୍ତିକର ଟିପ୍ପଣୀ କରେ।
