IndiGo & Akasa Air Update : ଅକ୍ଟୋବର ୧୭ ଯାଏଁ ବନ୍ଦ ରହିବ ଉଡ଼ାଣ! ଇଣ୍ଡିଗୋ ଓ ଆକାସା ଏୟାରର ବଡ଼ ଘୋଷଣା
ଇଣ୍ଡିଗୋ ଏବଂ ଆକାସା ଏୟାର ନିଜର ବିମାନ ସେବା ଉପରେ ଲାଗିଥିବା କଟକଣାକୁ ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି | ରିୟାଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ନିକଟରେ ହୋଇଥିବା ଆକ୍ରମଣ ପରେ ଉଭୟ ବିମାନ କମ୍ପାନୀ ଏହି ନିଷ୍ପତ୍ତି ନେଇଛନ୍ତି |

ସାଉଦି ଆରବର ରାଜଧାନୀ ରିୟାଦର କିଙ୍ଗ ଖାଲିଦ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ହୁତି ବିଦ୍ରୋହୀଙ୍କ ଆକ୍ରମଣ ପରେ ଭାରତର ଇଣ୍ଡିଗୋ ଏବଂ ଆକାସା ଏୟାର ନିଜର ବିମାନ ସେବା ଉପରେ ଲାଗିଥିବା କଟକଣାକୁ ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି | ଇଣ୍ଡିଗୋ ଏବଂ ଆକାସା ଏୟାର ପକ୍ଷରୁ ପୃଥକ୍ ପୃଥକ୍ ଟ୍ରାଭେଲ୍ ଆଡଭାଇଜରି ଜାରି କରାଯାଇଛି | ଏଥିରେ ଯାତ୍ରୀମାନଙ୍କ ପାଇଁ ଜରୁରୀ ସୂଚନା ଦିଆଯାଇଛି | ଆଜି ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, ସାଉଦି ଆରବରେ ବଦଳୁଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ରିୟାଦ, ଜେଦ୍ଦା, ଦାମ୍ମାମ ଏବଂ ମଦିନାକୁ ଯିବା ଓ ଆସିବା କରୁଥିବା ସମସ୍ତ ବିମାନ ଉଡ଼ାଣ ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ବାତିଲ୍ ରହିବ | ଇଣ୍ଡିଗୋ ପକ୍ଷରୁ ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି ଯେ, ବିମାନବନ୍ଦର ଅଭିମୁଖେ ବାହାରିବା ପୂର୍ବରୁ ନିଜ ନିଜର ବିମାନ ଉଡ଼ାଣ ସ୍ଥିତି ଯାଞ୍ଚ କରିନିଅନ୍ତୁ |
ଇଣ୍ଡିଗୋ ଟ୍ରାଭେଲ୍ ସମ୍ବନ୍ଧୀୟ ଆଡଭାଇଜରି
ଇଣ୍ଡିଗୋ ନିଜର ଯାତ୍ରା ଆଡଭାଇଜରି କହିଛନ୍ତି ବୁକିଙ୍ଗ ସମୟରେ ଦିଆଯାଇଥିବା କଣ୍ଟାକ ଡିଟେଲସ ଦ୍ୱାରା ସମୟ ସମୟରେ ଅପଡେଟ ସେୟାର କରାଯାଉଛି | ବିମାନ କମ୍ପାନୀ ଏହା ମଧ୍ୟ କହିଛି ଯେ ଏହାର ସହାୟତା ଦଳ ଯାତ୍ରୀମାନଙ୍କୁ ସହାୟତା କରିବା ପାଇଁ ୨୪ ଘଣ୍ଟା ଉପଲବ୍ଧ ଅଛନ୍ତି | ଇଣ୍ଡିଗୋ ନିଶ୍ଚିତ କରିଛି ଯେ ଯାତ୍ରୀ ସୁରକ୍ଷା ଏହାର ସର୍ବୋଚ୍ଚ ପ୍ରାଥମିକତା ଏବଂ ସୁରକ୍ଷିତ କାର୍ଯ୍ୟ ସୁନିଶ୍ଚିତ କରିବା ପାଇଁ ଏହା ନିରନ୍ତର ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରୁଛି |
ଆକାସା ଏୟାର ଟ୍ରାଭେଲ୍ ସମ୍ବନ୍ଧୀୟ ଆଡଭାଇଜରି
ଏୟାର ମିଡିଲ ଇଷ୍ଟରେ ବଢୁଥିବା ସୁରକ୍ଷା ପରିସ୍ଥିତି ଏବଂ ବିମାନ ଚଳାଚଳର ସୁରକ୍ଷା ସମ୍ପର୍କିତ ବିପଦକୁ ଦୃଷ୍ଟିରେ ରଖି ଆକାସା ଏୟାର ରିୟାଦ ଓ ଜେଦ୍ଦାରୁ ଆସୁଥିବା ଏବଂ ସେଠାକୁ ଯାଉଥିବା ସମସ୍ତ ବିମାନ ଉଡ଼ାଣ ଉପରେ ଲାଗିଥିବା କଟକଣାକୁ ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ବଢ଼ାଇଛି | ଅକ୍ଟୋବର ୧୩ ତାରିଖରେ ଜାରି ନିଜର ଟ୍ରାଭେଲ୍ ଆଡଭାଇଜରିରେ ଆକାସା ଏୟାର କହିଛି ଯେ, ଏହି ନିଷ୍ପତ୍ତି ଦ୍ୱାରା ପ୍ରଭାବିତ ଯାତ୍ରୀମାନେ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ ପାଇଁ ଆବେଦନ କରିପାରିବେ | ରିଫଣ୍ଡ ରାଶି ୭ ଦିନ ମଧ୍ୟରେ ଟଙ୍କା ପୈଠ କରାଯାଇଥିବା ମୂଳ ଉତ୍ସକୁ ଫେରସ୍ତ କରାଯିବ ବୋଲି କୁହାଯାଇଛି | ଏହା ବ୍ୟତୀତ, ପ୍ରଭାବିତ ଯାତ୍ରୀମାନେ ନିଜ ଯାତ୍ରାର ତାରିଖ ମଧ୍ୟ ପରିବର୍ତ୍ତନ କରିପାରିବେ |
ଇଣ୍ଡିଗୋ ଓ ଆକାସା ସହ ଅନ୍ୟ ଏୟାରଲାଇନ୍ସ ମଧ୍ୟ ସାଉଦି ଆରବକୁ ଯାଉଥିବା ଫ୍ଲାଇଟ ସେବାକୁ ମଧ୍ୟ କଟକଣା ଲଗାଇଛନ୍ତି | ରିୟାଦ ଏୟାରପୋର୍ଟ ଯାଉଥିବା ଅନ୍ୟ ଫ୍ଲାଇଟକୁ ମଧ୍ୟ ବନ୍ଦ କରାଯାଇଛି | ଏୟାର ଇଣ୍ଡିଆ,ଫ୍ଲାଇଦୁବାଇ , ଲୁଫ୍ଥାନସା ଗ୍ରୁପ ଓ ପାକିସ୍ଥାନର ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ଏହାର ବିମାନ ଚଳାଚଳ ସ୍ଥଗିତ ରଖିଛି |
