NEWBORN DEADBODY:ନିର୍ମାଣଧୀନ ପାଇଖାନା ଟାଙ୍କିରୁ ନବଜାତର ମୃତଦେହ
ନିର୍ମାଣଧୀନ ପାଇଖାନା ଟାଙ୍କିରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର । ଶ୍ରମିକ ଓ ଘର ମାଲିକଙ୍କ ନିକଟରୁ ଖବରପାଇ ଘଟଣାସ୍ଥଳରେ ପହଞ୍ଚିଲା ପୋଲିସ୍ । ଏଭଳି ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ବଡ଼ ସାହିରେ ।

ନିର୍ମାଣଧୀନ ପାଇଖାନା ଟାଙ୍କିରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର । ଶ୍ରମିକ ଓ ଘର ମାଲିକଙ୍କ ନିକଟରୁ ଖବରପାଇ ଘଟଣାସ୍ଥଳରେ ପହଞ୍ଚିଲା ପୋଲିସ୍ । ଏଭଳି ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ବଡ଼ ସାହିରେ । ସୂଚନା ଅନୁଯାୟୀ ବଡ଼ ସାହିର ରାମଚନ୍ଦ୍ର ଚାନ୍ଦ୍ ନାମକ ବ୍ୟକ୍ତି ଏକ ନୂତନ ଘର ନିର୍ମାଣ କରୁଥିବା ବେଳେ ଲଗାଣ ବର୍ଷା ଯୋଗୁଁ ଗତ ୨,୩ ଦିନ ହେବ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା । ଗତ କାଲି ସକାଳେ କାମ କରିବା ପାଇଁ ରାମଚନ୍ଦ୍ର ଶ୍ରମିକମାନଙ୍କୁ ନେଇ ନିର୍ମାଣଧିନ ଘର ନିକଟରେ ପହଞ୍ଚିବା ପରେ ନିର୍ମାଣଧୀନ ପାଇଖାନା ଟାଙ୍କିରେ ବର୍ଷା ପାଣି ଭର୍ତ୍ତି ହୋଇ ରହିଥିଲା ଏବଂ ସେହି ପାଣିରେ ଏକ ନବଜାତ ଶିଶୁର ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ତୁମୁଡିବନ୍ଧ ଅଞ୍ଚଳରେ ଏଭଳି ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ସେପଟେ ନବଜାତ ଶିଶୁର ମୃତଦେହ ଏହି ସ୍ଥାନକୁ କିଭଳି ଆସିଲା ସେନେଇ ଏଯାଏଁ କୌଣସି ସଠିକ୍ ତଥ୍ୟ ମିଳିପାରିନାହିଁ । ସୂଚନା ପାଇ ତୁମୁଡ଼ିବନ୍ଧ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଶିଶୁଟି କିପରି ଏହି ସ୍ଥାନକୁ ଆସିଲା ଏବଂ ଘଟଣା ପଛରେ କାହାର ଭୂମିକା ରହିଛି, ସେନେଇ ତଦନ୍ତ କରାଯାଉଛି । ତେବେ ଘଟଣା ସମ୍ପର୍କରେ ପୋଲିସ ପକ୍ଷରୁ ଅଧିକୃତ ଭାବେ ସମ୍ପୂର୍ଣ୍ଣ ତଥ୍ୟ ପ୍ରକାଶ ପାଇନଥିବାରୁ ଶିଶୁର ମୃତ୍ୟୁର କାରଣ କିମ୍ବା ଘଟଣାରେ କାହାର ସମ୍ପୃକ୍ତି ନେଇ ଏବେଠାରୁ କୌଣସି ଖବର ମିଳିନାହିଁ । ପୋଲିସ ତଦନ୍ତ ଓ ପୋଷ୍ଟମର୍ଟମ୍ ରିପୋର୍ଟ ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।
