ନିଟ୍ ରି-ଟେଷ୍ଟ : କେମିତି ଥିଲା ଚ୍ୟାଲେଞ୍ଜ ?
ନିଟ୍ ପରୀକ୍ଷାର୍ଥୀଙ୍କୁ ଯେଭଳି କୌଣସି ଅସୁବିଧା ନହେବ, ସେଥିଲାଗି ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀ ଏୟାରପୋର୍ଟରେ ୪୫ ମିନିଟ ଅପେକ୍ଷା କରିଥିଲେ। ସୃଷ୍ଟିଙ୍କ ଅଭିଭାବକ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୃତଜ୍ଞତା ଜଣାଇଥିଲେ। ସେପଟେ ନିଟ ପରୀକ୍ଷା ଅନିୟମିତତାର ପ୍ରତିବାଦ, ସରକାରଙ୍କ ଉତ୍ତରଦାୟିତ୍ୱକୁ ନେଇ ଆନ୍ଦୋଳନ କରିଥିବା ସିଜେପି ଓ ସମାଜସେବୀ ସୋନମ ଓ୍ୱାଙ୍ଗଚୁକ୍ କହିଛନ୍ତି, ଭୟମୁକ୍ତ ଭାରତ ଜରୁରୀ। ଜବାବଦେହୀ ନକଲେ ସେ ଆସନ୍ତା ସପ୍ତାହରୁ ଆମରଣ ଅନଶନରେ ବସିବେ।

ସରିଛି ନିଟ୍ ରିଟେଷ୍ଟ। ରି-ଟେଷ୍ଟରେ କୌଣସି ପ୍ରକାର ଅନିୟମିତତା ଯେଭଳି ହେବନି, ସେଥିଲାଗି ସବୁ ସ୍ତରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ତଥାପି ଅନେକ ପରୀକ୍ଷାର୍ଥୀ ପରୀକ୍ଷା ଦେବାରୁ ବଞ୍ଚିତ ହେଲେ। ଏହାର ବିଭିନ୍ନ ଦୃଶ୍ୟପଟ୍ଟ ସାମ୍ନାକୁ ଆସିଛି। କେଉଁଠି ସେଣ୍ଟରରେ ମାତ୍ର ୨ ମିନିଟ ବିଳମ୍ୱରେ ପହଞ୍ଚିବାରୁ ପିଲାଙ୍କୁ ଛଡ଼ାଗଲାନି ତ ପୁଣି କେଉଁଠି ପିଲାଙ୍କ ଭବିଷ୍ୟତ ଅନ୍ଧାର ହେଉଥିବା ଦେଖି ସୁରକ୍ଷାକର୍ମୀଙ୍କ ଗୋଡ଼ ତଳେ ପଡ଼ିଛନ୍ତି ଅଭିଭାବକ। ଅଭିଯୋଗ ହୋଇଛି ଯେ, ଧାର୍ଯ୍ୟ ସମୟ ଆଗରୁ ସୁରକ୍ଷାକର୍ମୀ ଗେଟ୍ ବନ୍ଦ କରିଦେଇଥିଲେ। ଗୁଗୁଲ ମ୍ୟାପରେ ଭୁଲ୍ ସାଇଡ୍ ଲାଗି ଅନେକ ପରୀକ୍ଷାର୍ଥୀ ହନ୍ତସନ୍ତ ହେଲେ। ପିଲାଙ୍କୁ ଡାକ୍ତର କରାଇବାର ସ୍ୱପ୍ନ ଦେଖିଥିବା ଅନେକ ଅଭିଭାବକଙ୍କ ବ୍ୟଥା ଯେମିତି ପଦାକୁ ଆସିଥିଲା। ସେଣ୍ଟର ଆଗରେ ଛିଡ଼ା ହୋଇ ପରୀକ୍ଷାର୍ଥୀଙ୍କ କାନ୍ଦବୋବାଳିର ଦୃଶ୍ୟ ବି ସେତିକି ବିଚଳିତ କରିଥିଲା। ବେଙ୍ଗାଲୁରୁରେ କଂଗ୍ରେସ ପାର୍ଟିର ବିକ୍ଷୋଭ ଲାଗି ରାସ୍ତା ଅବରୋଧ ହୋଇଥିଲା। ଫଳରେ ଅନେକ ପରୀକ୍ଷାର୍ଥୀ ନିଟ୍ ପରୀକ୍ଷା ମିସ୍ କରିଦେଇଥିଲେ। ରାଜସ୍ଥାନର ଆଜମେରରେ ବୁର୍ଖା ପିନ୍ଧିଆସିଥିବା ପରୀକ୍ଷାର୍ଥୀ କୁଲସୁମ ବାନୋଙ୍କୁ ସେଣ୍ଟରକୁ ଛଡା ଯାଇନଥିଲା। ସେ ବରଂ ପରୀକ୍ଷା ଦେଲେନି, କିନ୍ତୁ କହିଲେ ତାଙ୍କ ଲାଗି ବୁର୍ଖା ହିଁ ବଡ଼ ପରିଚୟ। ମେ ୩ରେ ହୋଇଥିବା ପରୀକ୍ଷାରେ ସେ ବୁର୍ଖା ଓ ଦୁପଟା ପିନ୍ଧିଥିଲେ। ସେତେବେଳେ ସେଣ୍ଟରକୁ ଛଡ଼ାଯାଇଥିଲା। ସେପଟେ ନିଟ୍ ପରୀକ୍ଷାର୍ଥୀଙ୍କୁ ଯେଭଳି କୌଣସି ଅସୁବିଧା ନହେବ, ସେଥିଲାଗି ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀ ଏୟାରପୋର୍ଟରେ ୪୫ ମିନିଟ ଅପେକ୍ଷା କରିଥିଲେ। ହାଇଦ୍ରାବାଦରେ ପୁଲିସ ଜିପରେ ବସାଇ ପରୀକ୍ଷାର୍ଥୀଙ୍କୁ ସଠିକ୍ ସମୟରେ କେନ୍ଦ୍ରରେ ପୁଲିସ ପହଞ୍ଚାଇଥିଲା। ଭୁଲବଶତଃ ଅଲଗା ପରୀକ୍ଷାକେନ୍ଦ୍ରକୁ ଚାଲିଯାଇଥିଲେ ପରୀକ୍ଷାର୍ଥୀ। ସେପଟେ ନାଗପୁର ବଦଳରେ ଭୁଲବଶତଃ ଆବୁଧାବିରେ ପଡ଼ିଥିବା ନିଟ୍ ପରୀକ୍ଷାକେନ୍ଦ୍ରକୁ ନେଇ ଚର୍ଚ୍ଚାରେ ଥିବା ଅବଦ୍ଦୁଲା ମହମ୍ମଦ ତାଲିବଙ୍କୁ ସଂଶୋଧିତ ଆଡମିଟ କାର୍ଡ ମିଳିବା ପରେ ସେ ପରୀକ୍ଷା ଦେଇପାରିଛନ୍ତି। ପଶ୍ଚିମବଙ୍ଗର ନିଟ୍ ପରୀକ୍ଷାର୍ଥୀ ସୃଷ୍ଟି ଦୁବେଙ୍କ ଜୁନ୍ ୧୪ରେ ଦୁର୍ଘଟଣା ହୋଇଥିଲା। ସର୍ଜରୀ ହୋଇ କୃତ୍ରିମ ଅକ୍ସିଜେନ ସପୋର୍ଟରେ ଅଛନ୍ତି। ଶେଷରେ ସୃଷ୍ଟିଙ୍କ ଲାଗି ମାନବୀୟ ଆଧାରରେ ବ୍ୟବସ୍ଥା କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେଣ୍ଟରରେ ମେଡିକାଲ ସପୋର୍ଟ ଓ ଆମ୍ୱୁଲାନ୍ସ ରଖାଗଲା। ଆଉ ସୃଷ୍ଟି ପରୀକ୍ଷା ଦେଇଥିଲେ। ସୃଷ୍ଟିଙ୍କ ଅଭିଭାବକ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୃତଜ୍ଞତା ଜଣାଇଥିଲେ। ସେପଟେ ନିଟ ପରୀକ୍ଷା ଅନିୟମିତତାର ପ୍ରତିବାଦ, ସରକାରଙ୍କ ଉତ୍ତରଦାୟିତ୍ୱକୁ ନେଇ ଆନ୍ଦୋଳନ କରିଥିବା ସିଜେପି ଓ ସମାଜସେବୀ ସୋନମ ଓ୍ୱାଙ୍ଗଚୁକ୍ କହିଛନ୍ତି, ଭୟମୁକ୍ତ ଭାରତ ଜରୁରୀ। ଜବାବଦେହୀ ନକଲେ ସେ ଆସନ୍ତା ସପ୍ତାହରୁ ଆମରଣ ଅନଶନରେ ବସିବେ। ସିଜେପି କହିଛି, ପିଲାଙ୍କ ମାନସିକତା ସହ ଆଉ ଖେଳିବାକୁ ଦିଆଯିବନି। ନିଟ୍ ପରୀକ୍ଷା ଅନିୟମିତତା ମାମଲାରେ ବେଶ୍ ଅପଦସ୍ଥ ହୋଇଥିଲେ ସରକାର ସତ। ତଥାପି ଏହାର କିଭଳି ପୁନରାବୃତ୍ତି ହେବନି। ସେଥିଲାଗି ସରକାର ସବୁମତେ ପଦକ୍ଷେପ ନେଇଥିଲେ ହେଁ ତଥାପି କିଛିଟା ରହିଗଲା କେଁ।
