NEET-UG ପୁନଃ-ପରୀକ୍ଷା ପ୍ରସ୍ତୁତିର ସମୀକ୍ଷା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
ଆଗାମୀ ଜୁନ୍ ୨୧ ତାରିଖରେ ହେବାକୁ ଥିବା NEET-UG ପୁନଃ-ପରୀକ୍ଷା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ରାଜ୍ୟ ସରକାରଙ୍କ ପ୍ରତିନିଧି, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଓ ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡ଼ିକର ପ୍ରମୁଖ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ।

ନୂଆଦିଲ୍ଲୀ: ଆଗାମୀ ଜୁନ୍ ୨୧ ତାରିଖରେ ହେବାକୁ ଥିବା NEET-UG ପୁନଃ-ପରୀକ୍ଷା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ରାଜ୍ୟ ସରକାରଙ୍କ ପ୍ରତିନିଧି, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଓ ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡ଼ିକର ପ୍ରମୁଖ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ସମୀକ୍ଷୀ ବୈଠକରେ ପରୀକ୍ଷା ପ୍ରକ୍ରିୟାରେ ସର୍ବୋଚ୍ଚ ସ୍ତରର ସ୍ୱଚ୍ଛତା, ନିରପେକ୍ଷତା ଏବଂ ସୁରକ୍ଷା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ପୂର୍ବରୁ ଚିହ୍ନଟ ହୋଇଥିବା ସମସ୍ତ ତ୍ରୁଟିକୁ ସମ୍ପୂର୍ଣ୍ଣ ଭାବେ ସୁଧାରିବା ସହ କୌଣସି ପ୍ରକାରର ଅନିୟମିତତା ରୋକିବା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ନିଷ୍ପତି ଅନୁସାରେ ପରୀକ୍ଷା କାର୍ଯ୍ୟର ସଠିକ୍ ପରିଚାଳନା ପାଇଁ ମନ୍ତ୍ରଣାଳୟ ଦ୍ୱାରା ନିଯୁକ୍ତ ଅଧିକାରୀମାନେ ସମସ୍ତ ରାଜ୍ୟକୁ ଯିବେ । ପୁରା ପରୀକ୍ଷା ସେଣ୍ଚର ଗୁଡୁକରୁ NTA ମହାନିର୍ଦ୍ଦେଶକ ଙ୍କ ନେତୃତ୍ୱରେ ପରିଚାଳିତ କମାଣ୍ଡ ସେଣ୍ଟରକୁ ରିପୋର୍ଟ ପ୍ରଦାନ କରିବେ । ସେହିପରି ଦେଶର ବିଭିନ୍ନ ପ୍ରାନ୍ତରେ ଲାଗି ରହିଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କ ପାଇଁ ପାନୀୟ ଜଳ, ବସିବା ବ୍ୟବସ୍ଥା, କୁଲର/ଫ୍ୟାନ୍ ଏବଂ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଭଳି ଆନୁଷଙ୍ଗିକ ସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟଯେ ଆସନ୍ତା ଜୁନ୍ ୨୧ ତାରିଖରେ ସାରା ଦେଶର ୫୫୦ଟି ସହରରେ ଥିବା ୫,୪୦୦ ରୁ ଅଧିକ ପରୀକ୍ଷା କେନ୍ଦ୍ରରେ NEET-UG ପୁନଃ-ପରୀକ୍ଷା ଅନୁଷ୍ଠିତ ହେବ। ଏଥିରେ ପ୍ରାୟ ୨୨ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିବେ।
