ନିଟ୍ ପରୀକ୍ଷା- ନାଗପୁର ଛାତ୍ରର ଦୁବାଇରେ ସେଣ୍ଟର!
ନାଗପୁର ବଦଳରେ ଆବୁଧାବିରେ ପଡ଼ିଲା ସେଣ୍ଟର- ନିଟ ପରୀକ୍ଷା ପୂର୍ବରୁ ସାମ୍ନାକୁ ଆସିଲା ବଡ଼ ଅବହେଳା।

ରାତି ପାହିଲେ ନିଟ୍-ୟୁଜି ରି-ଟେଷ୍ଟ। ହେଲେ ତା ପୂର୍ବରୁ ଏନଟିଏର ବଡ଼ ଅବହେଳା ସାମ୍ନାକୁ ଆସିଛି। ନାଗପୁର ନିଟ୍ ପରୀକ୍ଷାର୍ଥୀଙ୍କ ଆଡମିଟ କାର୍ଡ ଦୁବାଇରେ ପହଞ୍ଚିଲା। ଭୁଲବଶତଃ ଆଡମିଟ କାର୍ଡରେ ଛାତ୍ରର ପରୀକ୍ଷାକେନ୍ଦ୍ର ଭାରତ ବଦଳରେ ୟୁଏଇର ସେଣ୍ଟରକୁ ଆବଣ୍ଟନ ହୋଇଥିବା ଦର୍ଶାଯାଇଛି। ଏହା ଟେକ୍ନିକାଲ ଭୁଲ୍ ପାଇଁ ଘଟିଛି। ପରୀକ୍ଷାର୍ଥୀ ଯେବେ ନିଜର ଆଡମିଟ କାର୍ଡ ଡାଉନଲୋଡ କଲେ, ସେଥିରେ ପରୀକ୍ଷାକେନ୍ଦ୍ର ଆବିଧାବି ଲେଖାଯାଇଥିଲା। ଏଭଳି ଆଡମିଟ କାର୍ଡ ପାଇ ହତଚକିତ ହୋଇଯାଇଛନ୍ତି। କେମିତି ପରୀକ୍ଷା ଦେବେ, ତାକୁ ନେଇ ଭାଳେଣି ପଡ଼ିଥିଲା। ତେବେ ଆଜି ଅପରାହ୍ନ ସୁଦ୍ଧା ସଂଶୋଧିତ ଆଡମିଟ କାର୍ଡ ଦେବାକୁ ଏନଟିଏ କଥା ଦେଇଛି। ପରୀକ୍ଷାର୍ଥୀ ଜଣକ ନାଗପୁର, ଭନ୍ଦାରା ଓ ଓ୍ୱାର୍ଦ୍ଧା ଜିଲ୍ଲାରେ ନିଜର ସେଣ୍ଟର ଲାଗି ରେଜିଷ୍ଟ୍ରେସନ କରିଥିଲେ। ଛାତ୍ରଙ୍କ ନାଁ ଅବଦ୍ଦୁଲା ମହମ୍ମଦ ତାଲିବ। ସେ ନାଗପୁରରୁ ଆବେଦନ କରିଥିଲେ। କିନ୍ତୁ ଅଧିକାରୀକ ୱେବସାଇଟରେ ଆଡମିଟ କାର୍ଡ ଡାଉନଲୋଡ କରି ଦେଖିଲେ ଯେ, ତାଙ୍କର ଆବୁଧାବିର ଏକ ଇଣ୍ଡିଆନ ସ୍କୁଲରେ ପରୀକ୍ଷାକେନ୍ଦ୍ର ପଡ଼ିଛି। ତାଲିବଙ୍କ ପିତା କହିଛନ୍ତି, ଶୁକ୍ରବାର ଅପରାହ୍ନ ୪ଟାରେ ଆଡମିଟ୍ କାର୍ଡ ଡାଉନଲୋଡ ହୋଇଥିଲା। ନିଜ ପସନ୍ଦର ଏମିତି କୌଣସି ବିକଳ୍ପ ଅବଦ୍ଦୁଲା ଦେଇନଥିଲା ବେଳେ ଏହା କେମିତି ଆସିଲା। ଏହାକୁ ନେଇ ଏନଟିଏକୁ ଇମେଲ୍ ପଠାଯାଇଥିଲା। ହେଲ୍ପଲାଇନ ନମ୍ୱରକୁ ବି କଲ୍ କରାଯାଇଥିଲା। ମେଲ୍ ପଠାଇବା ପରେ ଶନିବାର ଅର୍ଥାତ ଆଜି ଅପରାହ୍ନ ୪ଟା ସୁଦ୍ଧା ନୂଆ ଆଡମିଟ କାର୍ଡ ଦିଆଯିବ ବୋଲି କଥା ଦିଆଯାଇଛି।
