ବଡ଼ ଭାଇର ପ୍ରେମ ପାଇଁ ସାନ ଭାଇକୁ ଗୁଳି କରି ହତ୍ୟା।
ନୟାଗଡ଼ରେ ଚାଞ୍ଚଲ୍ୟ, ବଡ଼ ଭାଇର ପ୍ରେମ ପାଇଁ ସାନ ଭାଇକୁ ହତ୍ୟା। ପୋଲିସ ପାଖରେ ଅଭିଯୁକ୍ତ ଦିଲ୍ଲୀପ ମନ୍ତ୍ରୀର ଚାଞ୍ଚଲ୍ୟ କର ବୟାନ। ତାଙ୍କ ସ୍ତ୍ରୀକୁ ରବୀନ୍ଦ୍ରର ବଡ଼ ଭାଇ ଶୁଧାଂଶୁ ନାୟକ ପ୍ରେମ ଜାଲରେ ପକାଇ ନେଇ ଯାଇଥିବାରୁ, ରବୀନ୍ଦ୍ରଙ୍କୁ ହତ୍ୟା କରିବା ନେଇ କହିଲା ଦିଲ୍ଲୀପ।
ନୟାଗଡ଼ ଗଣିଆରେ ଚାଞ୍ଚଲ୍ୟ, ବଡ଼ ଭାଇର ପ୍ରେମ ପାଇଁ ସାନ ଭାଇକୁ ହତ୍ୟା। ପୋଲିସ ପାଖରେ ଅଭିଯୁକ୍ତ ଦିଲ୍ଲୀପ ମନ୍ତ୍ରୀର ଚାଞ୍ଚଲ୍ୟ କର ବୟାନ। ତାଙ୍କ ସ୍ତ୍ରୀକୁ ରବୀନ୍ଦ୍ରର ବଡ଼ ଭାଇ ଶୁଧାଂଶୁ ନାୟକ ପ୍ରେମ ଜାଲରେ ପକାଇ ନେଇ ଯାଇଥିବାରୁ, ରବୀନ୍ଦ୍ରଙ୍କୁ ସେ ହତ୍ୟା କରିଛି। ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ଗଣିଆ ଅଞ୍ଚଳ ପାଣ୍ଡରାସିଂହ ଛକରେ ପତୁରିଆ ଗାଁର ଗ୍ୟାରେଜ ମିସ୍ତ୍ରୀ ରବୀନ୍ଦ୍ର ନାୟକଙ୍କୁ ଗୁକି କରି ହତ୍ୟା । ରବିବାର ସନ୍ଧ୍ୟା ସମୟ, ବର୍ଷା ପବନ ପାଇଁ ଲାଇନ ନଥିଲା, ଚାରିଆଡ଼ ଅନ୍ଧାର କିଟିକିଟି । ଏହି ସମୟରେ ଖଣ୍ଡପଡା ଗଣିଆ ରାସ୍ତାର କିଶୋର ପ୍ରସାଦ ପଞ୍ଚାୟତ ପାଣ୍ଡରାସିଂହ ଗାଁ ନିକଟରେ ଥିବା ଗ୍ୟାରେଜ ପହଞ୍ଚିଲା ଏକ ଧଳା ରଙ୍ଗର କାର । ଗ୍ୟାରେଜ ମିସ୍ତ୍ରୀ ରବୀନ୍ଦ୍ରଙ୍କୁ ଗାଡି ସଜାଡ଼ିବା କହି ଦୁର୍ବୃତ୍ତ ମାନେ ପାଖକୁ ଡାକି ଥିଲେ । କିଛି ସମୟ ପରେ ହଠାତ କାର ଭିତରୁ ଫୁଟିଲା ଗୁଳି। ଘଟଣାସ୍ଥଳରେ ହିଁ ଟଳି ପଡିଲେ ଗ୍ୟାରେଜ ମିସ୍ତ୍ରୀ ରବୀନ୍ଦ୍ର ନାୟକ। ସେପଟେ ହତ୍ୟା କରି ଘଟଣା ସ୍ଥଳରୁ ଫେରାର ହୋଇଥିଲେ ଦୁର୍ବୁତ୍ତ। ସେପଟେ ଯୋଜନା ବଧ ଭାବେ ରବୀନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଥିଲେ ପରିବର ଲୋକେ। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସିଧାମୂଳା ଗାଁର ଦିଲ୍ଲୀପ ମନ୍ତ୍ରୀଙ୍କୁ ପୋଲିସ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ ଓ କାର୍ ଜବତ କରିଛି। ଧଳା ରଙ୍ଗର କାରରେ ତିନି ଜଣ ଦୁବୃତ୍ତ ଆସି ରବୀନ୍ଦ୍ରଙ୍କୁ ଗୁଳି କରି ହତ୍ୟା କରିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଗିରଫ ପରେ ଅଭିଯୁକ୍ତ ଦିଲ୍ଲୀପ ପୋଲିସ ନିକଟରେ ନିଜ ଅପରାଧ ସ୍ଵୀକାର କରିବା ସହ ଚାଞ୍ଚଲ୍ୟକର ବୟାନ ଦେଇଛି। ଦିଲ୍ଲୀପର କହିବା ଅନୁଯାୟୀ, ମୃତ ରବୀନ୍ଦ୍ରଙ୍କ ବଡ଼ ଭାଇ ସୁଧାଂଶୁ ନାୟକ ତାଙ୍କ ସ୍ତ୍ରୀଙ୍କୁ ପ୍ରେମ ଜାଲରେ ଫସାଇ କେଉଁଆଡ଼େ ନେଇଯାଇଛନ୍ତି। ଏହାକୁ ନେଇ ରବୀନ୍ଦ୍ର ଏବଂ ଦିଲ୍ଲୀପଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଥିଲା। ଶେଷରେ ପ୍ରତିଶୋଧ ପରାୟଣ ହୋଇ ସେ ଯୋଜନାବଦ୍ଧ ଭାବେ ରବୀନ୍ଦ୍ରଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି। ଅନ୍ୟପଟେ, ଅଭିଯୁକ୍ତମାନଙ୍କ ଗିରଫଦାରୀ ଏବଂ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ଆର୍ଥକ ସହାୟତା ଦାବି କରି ଉତ୍ୟକ୍ତ ଲୋକେ ପାଣ୍ଡରାସିଂହ ଗାଁ ନିକଟରେ ଗଣିଆ-କଣ୍ଟିଲୋ ରାସ୍ତା ଅବରୋଧ କରିଥିଲେ । ତେବେ ଘଟଣାସ୍ଥଳରେ ଉପ-ଜିଲ୍ଲାପାଳ, ଅତିରିକ୍ତ ତହସିଲଦାର ଏବଂ ଖଣ୍ଡପଡ଼ା ଏସଡିପିଓ ପ୍ରମୁଖ ପହଞ୍ଚି ଦାବି ପୂରଣ ନେଇ ଲିଖିତ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ସେପଟେ ଗଣିଆ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଫେରାର ଥିବା ଅନ୍ୟ ସହଯୋଗୀମାନଙ୍କୁ ଧରିବା ପାଇଁ ଛାନଭିନ୍ ଜାରି ରଖିଛି। ମାତ୍ର ଦେଢ଼ ମାସ ତଳେ ରବୀନ୍ଦ୍ରଙ୍କ ବିବାହ ହୋଇଥିଲା। ସଂସାର ଗଢ଼ିବା ପୂର୍ବରୁ ନବବିବାହିତାଙ୍କ ମଥାରୁ ଲିଭିଗଲା ସିନ୍ଦୂର। ସ୍ଵାମୀଙ୍କୁ ହରାଇ ସ୍ତ୍ରୀ ଏବଂ ପରିବାର ଲୋକେ ସମ୍ପୂର୍ଣ ଭାଙ୍ଗି ପଡ଼ିଥିବା ବେଳେ ଗାଁରେ ଶୋକାକୁଳ ପରିବେଶ।
ରିପୋର୍ଟ- ରବିନ୍ଦ୍ର ଦାସ, ନୟାଗଡ
